ସମାଜ ପରିକ୍ରମା
ଜମୁଛି ଆଦିବାସୀ ମେଳା, ୮ଦିନରେ ତିନି କୋଟିରୁ ଅଧିକ ବେପାର
ନୂଆଣିଆ ଚାଳ ଛପର ଘର ସାଙ୍ଗକୁ, ରଙ୍ଗିନ ମାଟିରେ ଚିକଣ କରି ଲିପା ହୋଇଥିବା କାନ୍ଥରେ ପଡ଼ିଛି ଧାଡ଼ିକି ଧାଡ଼ି ଝୋଟି, ଚିତା । କେବଳ କଣ ସେତିକି ଘର ଅଗଣାରେ ଚୁଲି, କୁକୁଡ଼ା ଭାଡ଼ି, ସିକାରେ କଖାରୁ ସାଇତା ହୋଇଛି । ବାଡ଼ିରେ ଭଳିକି ଭଳି ପନିପରିବା ସହ ମକା, ଜହ୍ନା ଲାଗାଯାଇଛି ଏହା କୌଣସି ଅଦିବାସୀ ଗାଁର ଦୃଶ୍ୟ ବିଷୟରେ ବର୍ଣ୍ଣନା କରୁନୁ ବରଂ ଖୋଦ ରାଜଧାନୀରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । …
ବଜେଟ ୨୦୨୦-୨୧ ଉପସ୍ଥାପିତ : ଫୋକସରେ ଶିକ୍ଷା,ସ୍ୱାସ୍ଥ୍ୟ-ଚାଷୀ
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷି, ଶିକ୍ଷା, ମହିଳାଙ୍କ ବିକାଶ, ରାସ୍ତାଘାଟ ଵିକାଶ ଓ ଅନ୍ୟାନ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରାୟ ୨ ଘଣ୍ଟା ୪୧ ମିନିଟ୍ ଧରି ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ । ତେବେ ବଜେଟରେ କେଉଁ କ୍ଷେତ୍ର ପାଇଁ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ବିଷୟରେ ଜାଣିବା …
ନଡ଼ିଆ ଦେଇଛି ପରିଚୟ
ଭାରତୀୟ ସଂସ୍କୃତିରେ ନଡ଼ିଆ ବା ଶ୍ରୀଫଳର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଦେବାଦେବୀଙ୍କ ଆରଧନା ବା ଅନ୍ୟ ଯେକୌଣସି ଶୁଭ କାମ ନଡ଼ିଆ ବିନା ସମ୍ପୂର୍ଣ୍ଣ ହୋଇପାରେ ନାହିଁ । ନଡ଼ିଆ ଗଛର ପ୍ରତିଟି ଅଂଶ ବ୍ୟବହାର ଉପଯୋଗୀ ହୋଇଥିବାରୁ ଏହାର ସ୍ୱତନ୍ତ୍ର ଆର୍ଥୀକ ମହତ୍ୱ ବି ରହିଛି । ଭାରତର ଲକ୍ଷ ଲକ୍ଷ ଚାଷୀ ରୋଜଗାର ପାଇଁ ଏହା ଉପରେ ନିର୍ଭରଶୀଳ । ଏହାର ଫଳରୁ ସ୍ୱାସ୍ଥ୍ୟ ବର୍ଦ୍ଧକ ପ୍ରାକୃତିକ ଉପାଦେୟ ପାନୀୟ, ଶଶରୁ …
ସରିଲା କୃଷି ଓଡ଼ିଶା-୨୦୨୦
କୃଷି ଓ ପଶୁ ପାଳନ ହେଉଛି ଯେକୌଣସି ଦେଶର ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ । ତେବେ ବିଭିନ୍ନ କାରଣରୁ ଏହି କ୍ଷେତ୍ରରେ ଆମେ ବହୁତ ପଛରେ ପଡ଼ି ରହିଛେ । ରାଜ୍ୟ ସରକାର ଏହାକୁ ହୃଦୟଙ୍ଗମ କରି କୃଷି ଓ ପଶୁପାଳନ କ୍ଷେତ୍ରରେ ଯେଉଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ପ୍ରଶଂସା ଯୋଗ୍ୟ ଏବଂ ନିକଟ ଭବିଷ୍ୟତରେ ଏହାର ସୁଫଳ ଦେଖିବାକୁ ମିଳିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଆଜି କୃଷି ଓଡ଼ିଶା-୨୦୨୦ର ଉଦଯାପନୀ …
କୃଷି ଓଡ଼ିଶା-୨୦୨୦: କୃଷି ଉଦ୍ୟୋଗ ଓ ଷ୍ଟାର୍ଟଅପ୍ ଉପରେ ଆଲୋଚନା ଚକ୍ର
ରାଜ୍ୟର ପ୍ରତି ବ୍ଲକରୁ ଅତି କମରେ ୧୦ ଜଣ କୃଷି ଉଦ୍ୟୋଗିଙ୍କୁ ଠାବ କରିବା ଲାଗି ସରକାର ବ୍ଲକ ସ୍ତରରେ କାର୍ଯ୍ୟରତ ସବୁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୃଷିର ଉନ୍ନତିରେ ହିଁ ରାଜ୍ୟ ବା ଦେଶରେ ସୃଷ୍ଟ ନିଯୁକ୍ତି ସମସ୍ୟାର ସୁସମାଧାନ ହୋଇପାରିବ ବୋଲି ସରକାର ହୃଦୟଙ୍ଗମ କରିଥିବା କୃଷି ତଥା କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି …
କୃଷି ଓଡ଼ିଶା-୨୦୨୦: ପଞ୍ଜୁରୀ ଭିତରେ ମାଛ ଚାଷ ନେଇ ଆଲୋଚନା ଚକ୍ର
ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛ ଚାଷ ସମ୍ପର୍କରେ ଏକ ଆଲୋଚନା ଚକ୍ର କୃଷି ଓଡ଼ିଶା-୨୦୨୦ ଅବସରରେ ଆଜି ପୂର୍ବାହ୍ନରେ ମିଡ଼ିଆ ଲାଉଞ୍ଜ ପରିସରରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଫିସ୍ ଫେଡ଼ ଆନୁକୂଲ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରୁ ଜଣାଯାଏ ଯେ ରାଜ୍ୟରେ ୨୦୧୫ ମସିହାରେ ପଞ୍ଜୁରୀ ଭିତରେ ମାଛ ଚାଷର ଆୟମାରମ୍ଭ ହୋଇଥିଲା । ପ୍ରାରମ୍ଭରେ ୫ମିଟର ଦୈର୍ଘ୍ୟ,ପ୍ରସ୍ଥ ଓ ଗଭିରତା ବିଶିଷ୍ଟ ବର୍ଗାକାର ଚାଇନଜ ପଞ୍ଜୁରୀରେ ଏହି ଚାଷ କରାଯାଉଥିବା ବେଳେ …
କୃଷି ଓଡ଼ିଶା-୨୦୨୦ ଚତୁର୍ଥ ଦିବସ ମହିଳାଙ୍କୁ ସମର୍ପିତ
କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଆଜି ଚତୃର୍ଥ ଦିବସରେ ଜଗତସିଂହପୁର, ସମ୍ବଲପୁର,ନୂଆପଡ଼ା,କଳାହାଣ୍ଡି,ଝାରସୁଗୁଡ଼ା ଏବଂ ଗଞ୍ଜାମ ଆଦି ୬ଟି ଜିଲ୍ଲାର ୨ହଜାର ଚାଷୀ ଯୋଗଦେଇଥିଲେ । ସେଥିମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ୩୫୦,ସମ୍ବଲପୁରରୁ ୩୫୦,ନୂଆପଡ଼ାରୁ୨୦୦,କଳାହାଣ୍ଡିରୁ ୨୦୦,ଝାରସୁଗୁଡ଼ାରୁ ୨୦୦ ଏବଂ ଗଞ୍ଜାମ ଜିଲ୍ଲାରୁ ୭୦୦ ଚାଷୀ ଅର୍ନ୍ତଭୁକ୍ତ । ରାଜ୍ୟକୃଷି ବିଭାଗ ପକ୍ଷରୁ ଆଜିର ଦିନକୁ ମହିଳା ଦିବସ ଭାବେ ଘୋଷଣା କରାଯାଇଥିଲା । ଏହି ଅବସରରେ ସନ୍ଧ୍ୟାରେ କୃଷି ତଥା କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁପାଳନ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ …