Posts in category

ଜୀବନ ଜୀବିକା


ଚାଷୀମାନେ ଗାଡ଼ିରେ ପରିବା ନେଇ ପାରିବେ

Read More

ପରଦା ପଛର ପ୍ୟାଡମ୍ୟାନଙ୍କ କାହାଣୀ

Read More

ଗୋପାଳନରୁ ଓମଫେଡ଼ ଅଧ୍ୟକ୍ଷ

Read More

ଚାଷୀମାନେ ଅମଳ କରୁଥିବା ପନିପରିବାକୁ ଗାଡ଼ିରେ ନେଇ ବଜାର ଯିବାରେ କୌଣସି ବାଧା ନାହିଁ ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ପଷ୍ଟ କରଦିଆଯାଇଛି। ଚଳିତ ରବି ଋତୁରେ ବିଭିନ୍ନ ପନିପରିବା ଅମଳ କରୁଥିବା ଚାଷୀମାନେ ସେସବୁର ବିକ୍ରି ପାଇଁ ବଜାର ଯିବାକୁ ନିକଟସ୍ଥ ଗ୍ରାମ କୃଷି କିମ୍ବା ଉଦ୍ୟାନ କୃଷି କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ଆପଣମାନଙ୍କ ମଧ୍ୟରୁ ଅନେକେ ଅକ୍ଷୟ କୁମାରଙ୍କର ଆଗାମୀ ଚଳଚ୍ଚିତ୍ର ‘ପ୍ୟାଡମ୍ୟାନ’ର ଟ୍ରେଲର ଦେଖିସାରିଥିବେ । ଆଉ କିଛିଦିନ ପରେ ଏହି ଚଳଚ୍ଚିତ୍ର ବଡ଼ ପରଦାରେ ରିଲିଜ୍ ହେବ । ହେଲେ ଏହି ପ୍ୟାଡମ୍ୟାନ୍ ଚରିତ୍ର ଜଣଙ୍କ ପ୍ରକୃତରେ କିଏ ଆପଣ ଜାଣିଛନ୍ତି କି? କାହିଁକି ସେ ପ୍ୟାଡମ୍ୟାନ୍ ହେଲେ ସେ ବିଷୟରେ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ । ଆଜି ବି ଆମ ଦେଶର ଅନେକ ଗାଁରେ ମାସିକ ଋତୁସ୍ରାବ ହେଲେ ମହିଳାମାନେ ପ୍ୟାଡ୍ ବ୍ୟବହାର କରନ୍ତି …

କଟକ ଜିଲ୍ଲା କଣ୍ଟାପଡା ବ୍ଲକରେ ଥିବା ପାଟସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଭୋଦଳ ଗାଁର ସରୋଜିନୀ ମିଶ୍ର । ସେ କେବଳ ଜଣେ ମହିଳା ଚାଷୀ ନୁହଁନ୍ତି ଏକାଧାରାରେ ଜଣେ ସମାଜସେବୀ, ସମବାୟ ଆନ୍ଦୋଳନର ନେତ୍ରୀ ଏବଂ ରାଜନେତ୍ରୀ । ବାହାଘରର ଅଳ୍ପ କିଛି ବର୍ଷ ପରେ ସ୍ୱାମୀ ସତ୍ୟବାଦୀ ମିଶ୍ର ମାତ୍ର ୨୬ ବର୍ଷ ବୟସରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ନିଜର ଦୁଇ ପିଲା ଓ ବୟସ୍କ ଶାଶୁ, ଶ୍ୱଶୁରଙ୍କର ଦାୟିତ୍ୱର ଭାର …

ସହରରେ ଅନେକେ ଗଛ ଲଗାଇବାକୁ ଓ ତାହାର ଯତ୍ନ ନେବାକୁ ତ ଭଲ ପାଆନ୍ତି, କିନ୍ତୁ ସେମାନଙ୍କ ପାଖରେ ବଗିଚା କରିବା ପାଇଁ ଘର ଆଗରେ ଜାଗା ନଥାଏ । ଆଉ କିଛି ଲୋକ ଘରକୁ ସଜାଇ ରଖିବାକୁ ଭଲ ପାଆନ୍ତି, କିନ୍ତୁ ଘରେ ପ୍ଲାଷ୍ଟିକ୍ କିମ୍ବା ଅନ୍ୟ ପଦାର୍ଥରେ ତିଆରି କୃତ୍ରିମ ଫୁଲକୁଣ୍ଡ ଆଦି ରଖିବାକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ପାଇଁ ଏକ ପ୍ରକୃଷ୍ଟ ଉପାୟ ହେଲା ଘରେ କୁଣ୍ଡରେ ଆଳଙ୍କାରିକ ଉଦ୍ଭିଦ ବା …

ସ୍ୱାମୀଙ୍କ ଅଳ୍ପ ରୋଜଗାରରେ ଭୂମିଷ୍ଠ ହେବାକୁ ଥିବା ପିଲାର ଭବିଷ୍ୟତ ଯେ ଅସୁରକ୍ଷିତ ସେ ଚିନ୍ତାରେ ମୋ ଆଖିରୁ ନିଦ ହଜିଯାଇଥିଲା । ତାଙ୍କର କୌଣସି କଥା ମୋତେ ପ୍ରବୋଧନା ଦେବା ପାଇଁ ଯଥେଷ୍ଟ ନଥିଲା । ବହୁତ ବୁଝାଶୁଝା ପରେ ମୋ କଥାକୁ ଟାଳି ଦେବା ପାଇଁ ତାଙ୍କ ପାଖରେ ଆଉ କୌଣସି ଚାରା ନଥିଲା । ମନକୁ ଦୃଢ କରି ଭିଟାମାଟିକୁ ଫେରିବା ପାଇଁ ଆପାତତଃ ସ୍ଥିର କଲୁ ସ୍ୱାମୀ ସ୍ତ୍ରୀ ଦୁହେଁ । …

ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ବେକାର ଯୁବଗୋଷ୍ଠୀଙ୍କ ପାଇଁ ଆଶାର ଆଲୋକ ପାଲଟିଛି । କେବଳ ଯୁବଗୋଷ୍ଠୀ ନୁହେଁ ମହିଳାମାନେ ମଧ୍ୟ ଏହି ପ୍ରତିଷ୍ଠାନରୁ ତାଲିମ ନେଇ ନିଜ ପରିବାର ପ୍ରତିପୋଷଣର ମାଧ୍ୟମ ହୋଇପାରିଛନ୍ତି । ଘରର ପୁରୁଷ ଲୋକଙ୍କ ଉପରେ ଆର୍ଥିକ ବୋଝ ହାଲୁକା ହୋଇଛି । ଏଭଳି ଏକ ନିଚ୍ଛକ କାହାଣୀର ଅବତାରଣା ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଏଠାରେ ଉପସ୍ଥାପନା କରୁଛୁ । ରାୟଗଡା ଜିଲ୍ଲା ରଙ୍ଗିଗୁଡା ଫାର୍ମ ଅଞ୍ଚଳର ଏଭଳି ଜଣେ …

ଅନୁସୂଚିତ ଜନଜାତି ବହୁଳ କୋରାପୁଟ ଜିଲ୍ଲାର ମହିଳା ମୁଖ୍ୟତଃ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଜୀବିକା ନିର୍ବାହ କରନ୍ତି । ବିକ୍ରିବଟାରୁ ଉପଲବ୍ଧ ଅର୍ଥରେ ପେଟର ଭୋକ ସିନା ମରିଯାଏ କିନ୍ତୁ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ଶିକ୍ଷା ଦେବା ସମ୍ଭବ ହୋଇପାରେନି । ଏହି ପରିପ୍ରେକ୍ଷୀରେ ଓଡିଶା ଜୀବିକା ମିଶନ, କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଏବଂ ୟୁଏନ୍ଡିପିର ମିଳିତ ଉଦ୍ୟମରେ ଜନଜାତି ମହିଳାଙ୍କୁ ବ୍ୟବସାୟିକ ଭିତ୍ତିରେ ଆମ୍ବ ବଗିଚା କରିବାକୁ ପ୍ରୋତ୍ସାହନ ଦିଆଯାଉଛି …

ସ୍କ୍ୱାସ୍ ସାଧାରଣତଃ ଲେମ୍ବୁ, କମଳା, ଲିଚୁ, ସପୁରୀ ଓ ଆମ୍ବ ଭଳି ଖଟାଯୁକ୍ତ ଫଳରୁ ତିଆରି ହୋଇଥାଏ । ଏଥିପାଇଁ ଫଳ ସହିତ ଚିନି, ପଟାସିୟମ୍ ମେଟା ବାଇସଲଫାଇଟ୍, ସାଇଟ୍ରିକ୍ ଏସିଡ୍ ଓ ଆବଶ୍ୟକ ସ୍ଥଳେ କିଛି ଖାଦ୍ୟପଯୋଗୀ ରଙ୍ଗ ଆବଶ୍ୟକ ହୋଇଥାଏ  । ଯେଉଁ ଋତୁରେ ଯେଉଁ ସବୁ ଫଳ ଅଧିକ ପରିମାଣରେ ଓ କମ୍ ଦରରେ ବଜାରରେ ମିଳେ, ସେହି ସମୟରେ ସେଥିରୁ ସ୍କ୍ୱାସ୍ ତିଆରି କଲେ ଲାଭଦାୟକ ହୁଏ । ସ୍କ୍ୱାସ୍ ପ୍ରସ୍ତୁତି …

Noodles & Chowmine making machine

ଅଳ୍ପ ସମୟରେ ସୁଆଦିଆ ଖାଇବା ପାଇଁ ଅନେକେ ପସନ୍ଦ କରନ୍ତି। ଦିନକୁ ଦିନ ଫାଷ୍ଟଫୁଡ୍ ଗ୍ରାହକ ବଢ଼ୁଥିବାରୁ ନୁଡୁଲ୍ସ ଓ ଚାଓମିନ୍ ର ଚାହିଦା ମଧ୍ୟ ବଢ଼ୁଛି। ଘରେ ଘରେ ଚାଉମିନ୍ ତିଆରି କରିବା ପାଇଁ ମଧ୍ୟ ଅନେକେ ପସନ୍ଦ କରୁଛନ୍ତି। ବଜାର ଚାହିଦାକୁ ଦୃଷ୍ଟିରେ ରଖି ଛୋଟ ଛୋଟ ଉଦ୍ୟୋଗୀ ଚାଉମିନ୍ ତିଆରିରୁ ଭଲ ଲାଭ ପାଉଛନ୍ତି। ଅଳ୍ପ ଟଙ୍କା ବ୍ୟୟରେ ନିଜର ଏକ ଛୋଟିଆ ଉଦ୍ୟୋଗ ସ୍ଥାପନ କରି ଚାଉମିନ୍ ବିକ୍ରିରୁ ଭଲ ରୋଜଗାର …