ପରିବର୍ତ୍ତନର ବାର୍ତ୍ତାବହ

ୟୁଟ୍ୟୁବର ଲୋକପ୍ରିୟ ଲକ୍ଷପତି କୁନି ରୋଷେୟା
ଆପଣ ଅନେକ ଯୁବପିଢ଼ୀଙ୍କ ସଫଳତାର କାହାଣୀ ଜାଣିଥିବେ ବା ସେମାନଙ୍କ ବିଷୟରେ ପଢ଼ିଥିବେ । ହେଲେ ଆଜି ଆମେ ଆପଣମାନଙ୍କୁ ଜଣେ ୮ବର୍ଷର ଶିଶୁ ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଚକିତ ହେବେ ନିଶ୍ଚୟ । ଇଣ୍ଟରନେଟ୍ ୱାର୍ଲଡରେ ଫେମସ୍ ହେବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଏହି ଶିଶୁ ହେଉଛି କୋଚିର ‘ନିହାଲ ରାଜ / କିଚା’ । ଖାଦ୍ୟ ରାନ୍ଧିବାରେ ରୁଚି ରଖୁଥିବା ଏହି Little Chef ଏବେ …

ପରଦା ପଛର ପ୍ୟାଡମ୍ୟାନଙ୍କ କାହାଣୀ
ଆପଣମାନଙ୍କ ମଧ୍ୟରୁ ଅନେକେ ଅକ୍ଷୟ କୁମାରଙ୍କର ଆଗାମୀ ଚଳଚ୍ଚିତ୍ର ‘ପ୍ୟାଡମ୍ୟାନ’ର ଟ୍ରେଲର ଦେଖିସାରିଥିବେ । ଆଉ କିଛିଦିନ ପରେ ଏହି ଚଳଚ୍ଚିତ୍ର ବଡ଼ ପରଦାରେ ରିଲିଜ୍ ହେବ । ହେଲେ ଏହି ପ୍ୟାଡମ୍ୟାନ୍ ଚରିତ୍ର ଜଣଙ୍କ ପ୍ରକୃତରେ କିଏ ଆପଣ ଜାଣିଛନ୍ତି କି? କାହିଁକି ସେ ପ୍ୟାଡମ୍ୟାନ୍ ହେଲେ ସେ ବିଷୟରେ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ । ଆଜି ବି ଆମ ଦେଶର ଅନେକ ଗାଁରେ ମାସିକ ଋତୁସ୍ରାବ ହେଲେ ମହିଳାମାନେ ପ୍ୟାଡ୍ ବ୍ୟବହାର କରନ୍ତି …

ଗୋପାଳନରୁ ଓମଫେଡ଼ ଅଧ୍ୟକ୍ଷ
କଟକ ଜିଲ୍ଲା କଣ୍ଟାପଡା ବ୍ଲକରେ ଥିବା ପାଟସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଭୋଦଳ ଗାଁର ସରୋଜିନୀ ମିଶ୍ର । ସେ କେବଳ ଜଣେ ମହିଳା ଚାଷୀ ନୁହଁନ୍ତି ଏକାଧାରାରେ ଜଣେ ସମାଜସେବୀ, ସମବାୟ ଆନ୍ଦୋଳନର ନେତ୍ରୀ ଏବଂ ରାଜନେତ୍ରୀ । ବାହାଘରର ଅଳ୍ପ କିଛି ବର୍ଷ ପରେ ସ୍ୱାମୀ ସତ୍ୟବାଦୀ ମିଶ୍ର ମାତ୍ର ୨୬ ବର୍ଷ ବୟସରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ନିଜର ଦୁଇ ପିଲା ଓ ବୟସ୍କ ଶାଶୁ, ଶ୍ୱଶୁରଙ୍କର ଦାୟିତ୍ୱର ଭାର …

ଭାରତର ସର୍ବକନିଷ୍ଠ ସିଇଓ ଭ୍ରାତା
ଆମର ନିତିଦିନିଆ ବ୍ୟସ୍ତବହୁଳ ଜୀବନକୁ ସହଜ ଓ ସରଳ କରିବାରେ ସ୍ମାର୍ଟଫୋନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ମାର୍ଟଫୋନରେ ନୂଆ ନୂଆ ମୋବାଇଲ୍ ଆପ୍ ବ୍ୟବହାର କରି ସବୁ କାମ ସୁବିଧାରେ କରାଯାଇ ପାରୁଛି । ଆଜିର ଏହି 4G ଯୁଗରେ ସ୍ମାର୍ଟଫୋନ ବ୍ୟବହାରକରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବଡ଼ ବଡ଼ କମ୍ପାନୀମାନେ ବିଭିନ୍ନ ମୋବାଇଲ ଆପ୍ ପ୍ରସ୍ତୁତ କରି ଭଲ ରୋଜଗାର ପାଇଲେଣି । ସେହିଭଳି କିଛି ମୋବାଇଲ୍ ଆପ୍ ପ୍ରସ୍ତୁତ କରି ଅଳ୍ପ ବୟସରେ …

ଖାକିର ମଣିଷପଣିଆ
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ପରିବାର କଥା ଚିନ୍ତା କରିବା ତ ଦୂରର କଥା, ଅନ୍ୟମାନଙ୍କ ବିଷୟରେ ଭାବିବା ପାଇଁ କାହା ପାଖରେ ସମୟ ବି ନାହିଁ । ସମୟର ଅଭାବ କୁହନ୍ତୁ ଅବା ସ୍ୱାର୍ଥପରତା, ଏହାରି ଭିତରେ ଆମ ଭିତରୁ ମଣିଷପଣିଆ କେଉଁଠି ହଜିଯାଉଛି । ଏହି ସ୍ୱାର୍ଥପର ଦୁନିଆରେ ଏମିତି କିଛି ସହୃଦୟ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଃସ୍ୱାର୍ଥପର କର୍ତ୍ତବ୍ୟପରାୟଣ ହୋଇ ଜଣେ ଆଦର୍ଶ ମଣିଷର ପରିଚୟ ସୃଷ୍ଟି କରୁଛନ୍ତି । ଆମେ ଏମିତି …

ଉଦାର ମଣିଷ ଡି.ପ୍ରକାଶ ରାଓ
ଭାଇଚାରା ସମ୍ପର୍କ ଡୋରିରେ ବାନ୍ଧି ହୋଇ ବର୍ଷ ବର୍ଷ ଧରି ଏକାଠି ଚଳି ଆସୁଛନ୍ତି ବିଭିନ୍ନ ଅଞ୍ଚଳରୁ ଆସି ସ୍ଥାୟୀଭାବେ ଅବସ୍ଥାନ କରୁଥିବା କଟକ ବାସିନ୍ଦା । ସ୍ୱେଚ୍ଛାକୃତ ଭାବେ ଅନ୍ୟର ସେବା କରି ଭଲ ପାଇବାର ମଞ୍ଜି ବୁଣିଥାନ୍ତି କଟକର ସାହି ବସ୍ତୀ ଲୋକେ । ଚା’ ଦୋକାନର ଜୀବିକା ଭିତରେ ଗରିବ ଓ ଅସହାୟଙ୍କୁ ସହଯୋଗ କରିବାର ଉନ୍ୱେଷ ଘଟେ ଭାଇଚାରା ସଂସ୍କୃତିରୁ । ରକ୍ତଦାନ, ରୋଗୀସେବା ଓ ବସ୍ତି ପିଲାଙ୍କୁ ପାଠ ପଢ଼ାଇବାର …

ବିଶ୍ୱଜିତଙ୍କ ନିଆରା ପ୍ରେମ, ପ୍ରୀତି ଉପହାର
ଦେଖିବାକୁ ଜଣେ ସାଧାସିଧା ଯୁବକ, କିନ୍ତୁ ମନରେ ବସାବାନ୍ଧିଛି ଅନେକ ଆଶା। ଗୁଜୁରାଣ ମେଣ୍ଟାଇବା ପାଇଁ ସାଧାରଣ ଚାକିରିଟିଏ କରିଥିଲେ ମଧ୍ୟ ନିଜର ଲକ୍ଷ୍ୟ ହାସଲ ପାଇଁ ସେ ଅବସର ସମୟକୁଉତ୍ସର୍ଗ କରିଛନ୍ତି।ସେହି ଉଦଯୋଗୀ ଯୁବକ ଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବୋଲକଣାର ବିଶ୍ୱଜିତ ପରିଡ଼ା, ଆଉ ତାଙ୍କ ଜୀବନର ଏକମାତ୍ର ଉଦ୍ଦେଶ୍ୟ ବୃକ୍ଷ ରୋପଣ ଦ୍ୱାରା ପରିବେଶ ସୁରକ୍ଷା କରିବା । ବିଶ୍ୱଜିତ କହନ୍ତି, “ଗ୍ଲୋବାଲ୍ ୱାର୍ମିଂ କାରଣରୁ ଦିନକୁ ଦିନ ତାପମାତ୍ରା …