Posts in category

ରାଜନୀତି


କର୍ଣ୍ଣାଟକରେ ଆଜି ସରକାର ଗଢ଼ିପାରେ ବିଜେପି

Read More

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ୪ଟି ଲୋକସଭା ସହ ୨୮ଟି ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ

Read More

ପପୁଙ୍କ କମାଲ:୩ରାଜ୍ୟରେ କଂଗ୍ରେସ ଚିତ୍ କଲା ବିଜେପିକୁ

Read More

ପ୍ରଚଳିତ ନିୟମ ଓ ଶୃଙ୍ଖଳାକୁ ମାନି ସୁନାଗରିକର କର୍ତ୍ତବ୍ୟ ନିର୍ବାହ କରିବା ସତେ ଯେପରି ଅପରାଧ । ଅଥଚ ସେସବୁକୁ ଉଲ୍ଲଂଘନ କରି ନିଜର ପ୍ରଭାବ ଓ ପତିଆରା ଜାହିର କରୁଥିବା ଲୋକଙ୍କ ପାଇଁ ଆଇନର କଠୋର ଶୃଙ୍ଖଳକୁ ଉନ୍ମୁକ୍ତ କିମ୍ବା ଖୋଲାମେଲା କରିଦେବାକୁ ସମସ୍ତେ ଯେମିତି ତତ୍ପର ହୋଇପଡିଛନ୍ତି । ଧୂଆମୂଳା ଅଧୂଆମୂଳା ସମସ୍ତେ ସେହି ଗୋଟିଏ ଡଙ୍ଗାର ଯାତ୍ରୀ । ନିୟମ ମାନିବା ଓ ଅମାନ୍ୟ କରିଥିବା ଲୋକଙ୍କ ପାଇଁ ଯଦି ସେହି ଏକା …

କ୍ଷମତାର ସାମ୍ରାଜ୍ୟ ବୃଦ୍ଧି ଓ ବିରୋଧୀମୁକ୍ତ ସରକାର ପାଇଁ ବିଜେପିର ପ୍ରୟାସ କ୍ରମେ ସଫଳତାର ନିକଟବର୍ତ୍ତୀ ହେଉଥିବାରୁ ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତିରୋଧ କରିବା ସମ୍ଭବ ନୁହେଁ ବୋଲି ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ମନ୍ତବ୍ୟର ଯଥାର୍ଥତା ଅଛି । ଏକଦା ସମ୍ମିଳିତ ବରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଗୋଟି ଚଳାଇଥିବା ନୀତୀଶ ବିଳମ୍ବରେ ହେଲେ ମଧ୍ୟ ବାସ୍ତବତାକୁ ସ୍ୱୀକାର କରିଛନ୍ତି । ଅଥଚ ଗତ ବିହାର ବିଧାନସଭା …

ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିଲେ ଭାତ ହେଲା କି ନାହିଁ ଜାଣିବାରେ କିଛି ଅସୁବିଧା ନାହିଁ । ସେମିତି ବିଜେପିର ସାଙ୍ଗଠନିକ ଦକ୍ଷତା କେତେ ସୁଦୃଢ ତାହା ଦଳର ସଭାପତି ବସନ୍ତ ପଣ୍ଡାଙ୍କ ନୂଆପଡା ନିର୍ବାଚନମଣ୍ଡଳୀର ସ୍ଥିତିରୁ ଜଳଜଳ ହୋଇ ଜଣାପଡୁଛି । ନିକଟରେ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନରେ ବିଜେପି ପ୍ରାର୍ଥୀ ସେଠାରେ କେବଳ ତୃତୀୟ ସ୍ଥାନ ଅଧିକାର କରି ନାହିଁ ବିଜେଡି ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନର ଭୋଟସଂଖ୍ୟାକୁ ମଧ୍ୟ ଛୁଇଁପାରିନାହିଁ । ଏକଥା …

କୌଣସି ପ୍ରକାର ବିଜେଡି ଟିକଟ ହାସଲ କରିପାରିଲେ ଓଡିଶା ରାଜନୀତିରେ ନିର୍ବାଚନ ଜିତିବା ସହଜ । ଟିକଟ ହାସଲ ପରେ ପ୍ରାର୍ଥୀଙ୍କ ବିଜୟ ପାାଇଁ ନବୀନଙ୍କ ଭାବମୂର୍ତ୍ତି ହିଁ ଯଥେଷ୍ଟ । ଯେକୌଣସି ଦଳୀୟ ରାଜନୀତିରେ ଯେପର୍ଯ୍ୟନ୍ତ ଦଳର ନେତୃତ୍ୱ ଭୋଟ ସଂଗ୍ରହ କରିବାକୁ ସମର୍ଥ ସେପର୍ଯ୍ୟନ୍ତ ତାଙ୍କ ଏକାଧିପତ୍ୟକୁ ଅନ୍ୟମାନେ ବରଦାସ୍ତ କରିଥାନ୍ତି । ଏବେ କିନ୍ତୁ ସ୍ଥିତି ବଦଳିଛି । ଚଳିତ ପଞ୍ଚାୟତ ନିର୍ବାଚନ ପରେ ନବୀନଙ୍କ ନେତୃତ୍ୱ ନେଇ କେତେକ ମହଲରେ ସୃଷ୍ଟି …

ସାଙ୍ଗଠନିକ ଦକ୍ଷତା ଓ ନିର୍ବାଚନ ରଣନୀତିରେ ନିପୁଣ ପ୍ୟାରୀବାବୁ ଶେଷରେ ‘ବେଇମାନ’ର କଳଙ୍କ ମୁଣ୍ଡାଇଥିଲେ । ୨୦୧୨ ମେ’୨୯ ମଧ୍ୟରାତ୍ରିର ଘଟଣାବଳୀକୁ ବିଦ୍ରୋହ, ପ୍ରତାରଣା ଓ ଷଡ଼ଯନ୍ତ୍ରର ଆଖ୍ୟା ଦେଇ ତାଙ୍କର ଭାବମୂର୍ତ୍ତିକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଏଭଳି କଳଙ୍କିତ କରାଗଲା ଯେ, ସେ ନିଜକୁୁ ନିଷ୍କଳଙ୍କ ପ୍ରମାଣିତ କରିବାର ସୁଯୋଗ ନଥିଲା । ନିଜ ଉପରେ ଥିବା ଅଖଣ୍ଡ ବିଶ୍ୱାସ ଓ ଗଭୀର ଆସ୍ଥା ଦୃଷ୍ଟିରୁ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟୀକରଣ ନଦେଇ ସେହି ପ୍ରତିକୂଳ ସ୍ରୋତରେ …

election

ସଂପ୍ରତି ରାଜନୀତି କହିଲେ କେବଳ କ୍ଷମତାକୁ ବୁଝାଏ। ନିର୍ବାଚନ ଫଳ ଯାହା ହେଉନା କାହିଁକି କ୍ଷମତା ହାସଲକୁ ଅଧିକାଂଶ ଦଳ ଅଗ୍ରାଧିକାର ଦେଇଆସିଛନ୍ତି। ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦେଶର ସର୍ବବୃହତ୍ ରାଜ୍ୟ ଉତ୍ତରପ୍ରଦେଶ ସାମିଲ ହୋଇଥିବାରୁ ଦେଶବାସୀ ତାହାକୁ ସାଧାରଣ ନିର୍ବାଚନ ଭଳି ଗୁରୁତ୍ୱ ଦେଇଛନ୍ତି। ୪୦୩ ବିଧାନସଭା ଆସନ ଓ ୮୦ ଲୋକସଭା ଆସନକୁ ନେଇ ଗଠିତ ଉତ୍ତରପ୍ରଦେଶ ନିର୍ବାଚନ ଫଳ ଜାତୀୟ ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ଦୃଷ୍ଟିରୁ ବିଭିନ୍ନ ମହଲରେ ମାତ୍ରାଧିକ …

ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ରାଜ୍ୟର ଗ୍ରାମାଞ୍ଚଳ ଭୋଟର ମତଦାନ କରିଥାନ୍ତି। ସହରାଞ୍ଚାଳ ମତଦାତାଙ୍କ ଅପେକ୍ଷା ଗ୍ରାମାଳଞ୍ଚ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୋଟବ୍ୟାଙ୍କ। ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସେହି ଗ୍ରାମାଞ୍ଚଳର ହିତାଧିକାରୀଙ୍କୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ହୋଇଥାଏ। ନବୀନଙ୍କ ଭାବମୂର୍ତ୍ତି ଓ ନିଷ୍କଳଙ୍କ ବ୍ୟକ୍ତିତ୍ୱ ସହ ଗାଁଗହଳର ଲୋକେ ଏଭଳି ଯୋଡ଼ି ହୋଇଯାଇଛନ୍ତି ଯେ, ସେମାନଙ୍କ ନିକଟରେ ପ୍ରଥମ ପସନ୍ଦ ରାଜନୈତିକ ଦଳ ବିଜେଡି ରହିଆସିଛି। ଓଡ଼ିଆ କହିପାରୁନଥିଲେ ମଧ୍ୟ ରୋମାନ ଲିପିରେ ପ୍ରସ୍ତୁତ …