କଳା ଓ ସଂସ୍କୃତି

ହିନ୍ଦୀ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିବେ ଓଡିଆ ଅଭିନେତ୍ରୀ ଲିପ୍ସା
କିଛି ଲୁହ ପିଇଯାଏ ଓଠ ଏବଂ ତୋ ଅଗଣାର ତୁଳସୀ ମୁଁ ସିରିଏଲ୍ ରେ ପ୍ରଭାବୀ ଅଭିନୟ କରି ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଓଡିଶାର ଘରେ ଘରେ ସୁପରିଚିତ । ହିନ୍ଦୀ ସିରିଏଲ୍ କସମ୍ ରେ ଅଭିନୟ କରି ବେଶ୍ ସଫଳତା ସାଉଁଟିଥିବା ଶରଦ ମାଲହୋତ୍ରା ୫ ମିନିଟ୍ ଅବଧି ବିଶିଷ୍ଟ ହିନ୍ଦୀ ଆଲବମ୍ ଜିୟା ଲାଗେନାରେ ଲିପ୍ସାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି । ଜିୟା ଲାଗେନା ଆଲବମ୍ ରେ ଶରଦ ଓ ଲିପ୍ସା ନବ …

ଆଗଧାଡିର ନାୟିକା ଅର୍ଚ୍ଚିତା ସାହୁ
ଜନ୍ମ – 1990 ଜୁନ୍ ମାସ ୨୯ ତାରିଖ, ଭୁବନେଶ୍ୱର ବୃତ୍ତି – ଅଭିନେତ୍ରୀ, ମଡେଲର ୨୦୦୫ ମସିହାରେ ଓଡ଼ିଆ ସିନେମା ‘ଓ ମାଇଁ ଲଭ୍’ ମାଧ୍ୟମରେ ଅର୍ଚ୍ଚିତାଙ୍କୁ ପ୍ରଥମ କରି ରୂପେଲି ପରଦାରେ ଦର୍ଶକମାନେ ଦେଖିଥିଲେ । ଭୁବନେଶ୍ୱର ଡି.ଏମ୍. ସ୍କୁଲରୁ ଶିକ୍ଷା ଗ୍ରହଣ କରି କିଟ୍ ମହାବିଦ୍ୟାଳୟରୁ ବି.ଟେକ୍ ଗ୍ରାଜୁଏସନ୍ କରିଛନ୍ତି ଅର୍ଚ୍ଚିତା । ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅର୍ଚ୍ଚିତା ହେଉଛନ୍ତି ଏକମାତ୍ର ଅଭିନେତ୍ରୀ ଯିଏକି ଆଇପିଏଲ୍ ୫ରେ ଡେକାନ୍ ଚାର୍ଜର ଦଳର ବ୍ରାଣ୍ଡ ଆମ୍ବାସାଡର …

ଦୀପାବଳିରେ ନିରାପଦ ଓ ସୁରକ୍ଷିତ ରହିବା ପାଇଁ କିଛି ଟିପ୍ସ
ଆଲୋକର ପର୍ବ ଦୀପାବଳି ଅନେକ ସମୟରେ ଅସାବଧାନତା କାରଣରୁ ଖୁସି ଓ ଆନନ୍ଦ ଦେବା ପରିବର୍ତ୍ତେ ବିପଦକୁ ଡାକିଆଣେ । ତେଣୁ ଆପଣ ଦୀପାବଳିରେ ଦୀପ, ମହମବତି କିମ୍ବା ଆତସବାଜି ଜାଳିବା ସମୟରେ ନିରାପଦ ରହିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଦୀପ କିମ୍ବା ମହମବତୀ ଜାଳିବା ବେଳେ ପାଖରେ କୌଣସି ଆତସବାଜି ରଖନ୍ତୁ ନାହିଁ । କାରଣ ସାମାନ୍ୟ ଅସାବଧାନତାରୁ ସେଥିରେ ନିଆଁ ଲାଗି ଦୁର୍ଘଟଣା ଘଟିପାରେ । ଦୀପ ଓ ମହମବତୀକୁ ଘରେ ଟଙ୍ଗା …

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ ସର୍ବକନିଷ୍ଠ ଶିଶୁ ଶିଳ୍ପୀ ରୋଶନ
ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଶିଶୁ ଚିତ୍ରଶିଳ୍ପୀ ରୋଶନ ରଣା । ମୋ ସ୍ୱପ୍ନର ସ୍ୱଚ୍ଛ ଭାରତ ଶୀର୍ଷକ ଏକ ଚିତାକର୍ଷକ ଚିତ୍ର ଅଙ୍କନ ପାଇଁ ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ଗ୍ରହଣ କରି ସେ ନିଜ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ରୋଶନଙ୍କ ଘର ଭଙ୍ଗାବାରି ଗାଁରେ । ସେ ଏବେ ୫ମ …

ହିପ୍ ହପ୍ ଡ୍ୟାନ୍ସର ମନୋଜଙ୍କୁ ବିଶ୍ୱକପ୍ ଦେଇଛି ପ୍ରେରଣା
ରାଜ୍ୟ ଓ ଦେଶ ବାହାରେ ନିଜ ପ୍ରତିଭା ବଳରେ ସୁନାମ ଅର୍ଜିଥିବା ଅନେକ ଓଡ଼ିଆ ରାଜ୍ୟକୁ ଗୌରାବନ୍ୱିତ କରିଥିବା ବେଳେ ଇସ୍ପାତ ସହର ରାଉରକେଲାର ୨୩ ବର୍ଷୀୟ ଯୁବକ ମନୋଜ କୁଜୁର ଡ୍ୟାନ୍ସ ବିଶ୍ୱକପ୍ରେ ସ୍ୱର୍ଣ୍ଣପଦକ ହାସଲ କରିବା ନିଶ୍ଚୟ ସମସ୍ତଙ୍କୁ ଚମତ୍କୃତ କରିଥିବ । କାରଣ ପାଶ୍ଚାତ୍ୟ ଶୈଳୀର ହିପ୍ ହପ୍ ଡ୍ୟାନ୍ସରେ ମନାଜଙ୍କ ଏହି ବିରଳ କୃତିତ୍ୱ ନିଶ୍ଚୟ ଏକ ନିଆରା ଅନୁଭବ । କାନାଡାର ଭ୍ୟାେଙ୍କାଭର ସହରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣର …

ଭଲ ଅଫର ମିଳିଲେ ପୁଣି ଯାତ୍ରାକୁ ଫେରିବି: ଉଷସୀ ମିଶ୍ର
ଓଡିଆ ଚଳଚ୍ଚିତ୍ର ଜଗତରେ ଯେତେବେଳେ ବଙ୍ଗୀୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ରାଜ୍ ଚାଲିଥିଲା ଠିକ୍ ସେହି ସମୟରେ ତିନି ଜଣ ଓଡିଆ ଅଭିନେତ୍ରୀ ଓଲିଉଡ଼ରେ ପ୍ରବେଶ କରିଥିଲେ । ଜ୍ୟୋତି ମିଶ୍ର ଓ ମାମା ମିଶ୍ରଙ୍କ ସହ ଲାସ୍ୟମୟୀ ଉଷସୀ ମିଶ୍ରଙ୍କର ପ୍ରଦାର୍ପଣ ଘଟିଥିଲା । ରହିଛି ରହିବି ତୋରି ପାଇଁ , ଧର୍ମର ହେବ ଜୟ, ଏଇଠି ସ୍ୱର୍ଗ ଏଇଠି ନର୍କ ଏବଂ ଆହୁରି ଅନେକ ଓଡିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ନିଜର ଆସ୍ଥାନ …

ଗିନିଜ୍ ବୁକରେ ସୁଦର୍ଶନ
ପୁରୀ ସହରର ମରିଚିକୋଟ ଗଳି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଏକ ପ୍ରତିଭାର ସ୍ଫୁରଣ ହେଲା ଏହି ଗଳିରୁ । ଅଖ୍ୟାତ ମରିଚିକୋଟ ସ୍ଥାନ ପାଇଲା ବିଶ୍ୱ ମାନଚିତ୍ରରେ । ଗରିବୀର ଦୁର୍ଭେଦ୍ୟ ପାଚେରିକୁ ଅତିକ୍ରମ କରିଥିବା ଏହି ପ୍ରତିଭା ହେଲେ ଖ୍ୟାତିସମ୍ପନ୍ନ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସମୁଦ୍ର ବେଳାଭୂମିରେ ୪୮ ଫୁଟ ୮ ଇଞ୍ଚ ଉଚ୍ଚର ଏକ ବାଲୁକା ସ୍ତୁପ ନିର୍ମାଣ କରି ସେ ଏବେ ଗିନିଜ୍ …