ଚାଷବାସ

ବଜବଜିଆ ରୋଗର ଲକ୍ଷଣ ଓ ତା’ର ପ୍ରତିକାର
ଗୋପାଳନ କରୁଥିବା ଚାଷୀମାନେ ଗୋରୁଙ୍କର ବିଭିନ୍ନ ରୋଗ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ। ସଚେତନ ଚାଷୀ ଉଚିତ ସମୟରେ ରୋଗର ଚିକିତ୍ସା କରି ଗୃହପାଳିତ ପଶୁଙ୍କ ଜୀବନ ରକ୍ଷା କରିପାରିବେ। ସାଧାରଣତଃ ସୁସ୍ଥ ସବଳ ବାଛୁରୀମାନଙ୍କଠାରେ ବଜବଜିଆ ରୋଗ ଦେଖାଯାଇଥାଏ। ଏହି ରୋଗ କ୍ଲଷ୍ଟରୀଡିୟମ ଚଉଭାଇ ଓ କ୍ଲଷ୍ଟରୀଡିୟମ ସେପ୍ଟିକମ୍ ନାମକ ଜୀବାଣୁ ଯୋଗୁଁ ହୋଇଥାଏ। ବାଛୁରୀଙ୍କୁ ଏହି ରୋଗ ହେବାର କାରଣଗୁଡ଼ିକ ହେଉଛି :- ୧- ବର୍ଷା ଆରମ୍ଭରେ ଜଳବାୟୁର ଆର୍ଦ୍ରତା ଏବଂ ଉତ୍ତାପ …

ମାଛ ଚାଷ ପାଇଁ ଖାଦ୍ୟ ପରିଚାଳନା
ମାଛ ଚାଷ ପାଇଁ ଉପଯୁକ୍ତ ଖାଦ୍ୟ ପରିଚାଳନା ନିହାତି ଜରୁରୀ। ଠିକ୍ ସମୟରେ ଓ ଉଚିତ ପରିମାଣର ଖାଦ୍ୟ ଦିଆଗଲେ ମାଛର ସ୍ୱାସ୍ଥ୍ୟ ଭଲ ରହେ। ଧାରା ମୁତାବକ ଖାଦ୍ୟ ଖାଇ ମାଛ ହୃଷ୍ଟପୁଷ୍ଟ ହୋଇ ବଢେ ଓ ଚାଷୀଙ୍କୁ ଅଧିକ ଲାଭ ମିଳିଥାଏ।

ମଧୁର ଜଳ ଚିଙ୍ଗୁଡ଼ି ଚାଷ
ମଧୁର ଜଳ ଚିଙ୍ଗୁଡ଼ି ସାଧାରଣରେ ଗଲଦା, ଭୀମକାୟ ବା ଗଜା ଚିଙ୍ଗୁଡ଼ି ନାମରେ ପରିଚିତ। ଅପେକ୍ଷାକୃତ ଅଧିକ ସୁସ୍ୱାଦୁ ହୋଇଥିବାରୁ ଦେଶ ବିଦେଶରେ ଏହାର ଚାହିଦା ବୃଦ୍ଧି ପାଉଛି। ସେହି ଅନୁପାତରେ ଗ୍ରାହକମାନେ ଅଧିକ ମୂଲ୍ୟ ଦେଇ ଏହି ଚିଙ୍ଗୁଡ଼ି କିଣୁଛନ୍ତି। ତେଣୁ ମଧୁର ଜଳ ଚିଙ୍ଗୁଡ଼ି ଚାଷ ବ୍ୟବସାୟିକ ଦୃଷ୍ଟିକୋଣରୁ ଲାଭପ୍ରଦ ହୋଇଛି। ମଧୁର ଜଳ ବ୍ୟତୀତ ଅଳ୍ପ ଲବଣାକ୍ତ ଜଳରେ ମଧ୍ୟ ଏହା ଚାଷ ହୋଇପାରିବ। ଏହି ଚିଙ୍ଗୁଡ଼ି ମିଶ୍ରିତ ଚାଷ ବା ଏକକ …

ଗିନି ଘାସ ଚାଷ
ଗୋପାଳନ କରୁଥିବା ଚାଷୀ ନିଜ କ୍ଷେତରେ ଘାସ ଚାଷ କରିଲେ ଭଲ ଆମଦାନିର ଆଶା ରହିଛି । ଘାସ ଚାଷ କଲେ ଗୋରୁଙ୍କ ଦାନା ଖର୍ଚ୍ଚ କମିବା ସହ ଚାଷୀ ଗୋପାଳନରୁ ଅଧିକ ଲାଭ ପାଇପାରିବେ । ତେବେ ବିଭିନ୍ନ ପ୍ରକାରର ଘାସ ମଧ୍ୟରୁ ଗିନି ଘାସ ଚାଷ ବେଶ ଲାଭଜନକ । ଏହି ଘାସର ହାମିଲ, ରିଭରଡାଲ ଓ ମାକ୍ୟୁଇନ୍ ୩ଟି କିସମ ରହିଛି । ଗିନି ଘାସ ଅନ୍ୟ ଘାସ ତୁଳନାରେ କୋମଳ ଏବଂ …

ଧାନ ତଳିଘରା ପ୍ରସ୍ତୁତି ଓ ପରିଚାଳନା
ସାଧାରଣତଃ ଶୁଖିଲା ଓ କାଦୁଆ ଦୁଇଟି ପ୍ରଣାଳୀରେ ତଳିଘରା ପ୍ରସ୍ତୁତ କରାଯାଇଥାଏ । ତଳିଘରା ପ୍ରସ୍ତୁତ ପରେ ସେ ସବୁକୁ ବିଲରେ ରୋଇବା ପାଇଁ ନିଆଯାଇଥାଏ । ତେବେ ଏହି ତଳିଘରା ପ୍ରସ୍ତୁତି କିପରି କରିବା ଉଚିତ ସେ ସମ୍ପର୍କରେ ଜାଣିଲେ ଚାଷୀ ନିଶ୍ଚିତରୂପେ ଲାଭବାନ ହୋଇପାରିବେ । ଶୁଖିଲା ତଳିଘରା ପ୍ରସ୍ତୁତି ବର୍ଷାଦିନିଆ ଧାନଚାଷ ପାଇଁ ଶୁଖିଲା ତଳିଘରା ପ୍ରସ୍ତତ କରିବକୁ ପଡ଼ିଥାଏ । ଏକ ଏକର ଜମିରେ ତଳି ରୋଇବାକୁ ହେଲେ ୧୦ ଡିସିମିଲ୍ …

ଧାନ ଚାଷ ପାଇଁ ମାଟି ପରୀକ୍ଷା
ଧାନ ଓଡ଼ିଶାର ପ୍ରଧାନ ଫସଲ । ଅନେକଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ । କିସମ ଓ ଅବସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ଜମିରେ ଧାନ ଚାଷ ହୋଇଥାଏ । ଧାନ ଚାଷ କରିବାକୁ ହେଲେ ମୁଖ୍ୟତଃ ମାଟି ପରୀକ୍ଷା ଠିକ୍ଭାବେ କରାଇନେବା ଉଚିତ୍ । ତେବେଏହି ବିଷୟରେ ବିସ୍ତୃତଭାବେ ଜାଣିନେଲେ ଚାଷୀଙ୍କୁ କୌଣସି ଅସୁବିଧା ହେବନାହିଁ । ମାଟି ପରୀକ୍ଷା ଚାଷକରିବା ପୂର୍ବରୁ ପ୍ରଥମ କାମ ହେଉଛି ମାଟି ପରୀକ୍ଷା ପାଇଁ ନମୂନା ମାଟି …

ଧାନ ଚାଷ ପାଇଁ ଜମି ପ୍ରସ୍ତୁତି
ଜମିର କିସମ ଅନୁଯାୟୀ ଧାନଚାଷ ପାଇଁ ଜମି ପ୍ରସ୍ତୁତି କରିବା ନିତ୍ୟାନ୍ତ ଆବଶ୍ୟକ । ଖରାଟିଆ ଚାଷ ଅତ୍ୟନ୍ତ ଉପାଦେୟ । ଲଙ୍ଗଳ କିମ୍ବା ଟ୍ରାକ୍ଟର ସାହାଯ୍ୟରେ ୨-୩ ଓଡ଼ ଖରାଟିଆ ଚାଷ କରିବା ଭଲ । ଏଭଳି କରିବା ଦ୍ୱାରା ମାଟି ଓଲଟ ପାଲଟ ହୋଇଥାଏ । ତଳମାଟି ଉପରକୁ ଓ ଉପର ମାଟି ତଳକୁ ହୋଇଯାଏ । ଜମିରେ ଥିବା ଅନିଷ୍ଟକାରୀ ପୋକମାନଙ୍କର ଅଣ୍ଡା, ଶୂକ ଓ ଖୋସାଗୁଡ଼ିକ ମାଟିତଳୁ ପଦାକୁ ବାହାରି ଆସି …

ଧାନ ବିହନ କିସମଚୟନ
କଥାରେ ଅଛି ବିହନ ଗୁଣେ ଫସଲ । ଜମିରକିସମ, ପାଣିପାଗ ଏବଂ ରୋଗ ପୋକଙ୍କ ପ୍ରାଦୁର୍ଭାବକୁ ଆଖିରେ ରଖି ବିହନ କିସମଚୟନ କରିବ ନିତ୍ୟାନ୍ତ ଜରୁରୀ । ଉନ୍ନତ ମାନର ବିହନ ବ୍ଳକମାନଙ୍କରେ ଥିବା ବିହନ ବିକ୍ରୟକେନ୍ଦ୍ରରେ ଧାର୍ଯ୍ୟ ଦରରେ ବିକ୍ରି କରାଯାଉଛି । ଜମିରକିସମ ନିରୂପଣ କରି ବିକ୍ରୟକେନ୍ଦ୍ରରୁ ଉଚିତବିହନ ସଂଗ୍ରହ କରିଲେ ଚାଷୀ ଅଧିକ ଲାଭ ପାଇାପାରିବେ । କେଉଁଜମି ପାଇଁ କେଉଁ କିସମବିହନ ଆବଶ୍ୟକ ହୋଇଥାଏ ଓ ସେଥିରୁ କେତେ ଦିନରେ ଅମଳ …

ଧାନ ଚାଷ ପାଇଁ ବିହନ ବିଶୋଧନ
ବିଶୋଧିତ ବିହନ ଚାଷ ପାଇଁ ଉପଯୋଗୀ । ଫସଲର ପରବର୍ତ୍ତୀ ଅବସ୍ଥାରେ ରୋଗ ନହେବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବିହନ ବିଶୋଧନ ଆବଶ୍ୟକ । ଉଚିତ ମାନର ବିହନ ଆଣି ଜମିରେ ବୁଣିବା ପୂର୍ବରୁ ବିହନକୁ ଭଲଭାବେ ଖରାରେ ଶୁଖାଇବା ଦରକାର । ବଜାରରୁ କିମ୍ବା ବ୍ଲକରେ ଥିବା ବିହନ ବିକ୍ରୟକେନ୍ଦ୍ରରୁ ବିଶୋଧକ ଆଣି ଭଲଭାବେ ବିହନରେ ଗୋଳାଇବାକୁ ପଡ଼ିଥାଏ ।୧ କି.ଗ୍ରା. ବିହନ ପିଛା ୩ଗ୍ରାମ ଥିରାମ୍ବାକ୍ୟାପ୍ଟାନ୍ ମିଶାଇବାକୁ ହୁଏ । ଏକ ଡ୍ରମ୍ରେ …