ଚାଷବାସ

ଖାଆନ୍ତୁ କୀଟନାଶକମୁକ୍ତ ପରିବା, ଆପଣାନ୍ତୁ ଏହି ସରଳ ଉପାୟ
ଆପଣ ବଜାରରୁ କିଣୁଥିବା ପରିବା କୀଟନାଶକମୁକ୍ତ ବୋଲି ଆପଣ ଭାବୁଛନ୍ତି କି? ବିଲକୁଲ୍ ନୁହେଁ । ଆଜିକାଲି ପ୍ରାୟ ସମସ୍ତ ଚାଷୀ ପରିବା ଫସଲକୁ ରୋଗ ଓ ପୋକରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର କୀଟନାଶକ ଅତିମାତ୍ରାରେ ବ୍ୟବହାର କରୁଛନ୍ତି, ଯାହାକି ଶେଷରେ ଆପଣଙ୍କ ପେଟକୁ ଯାଉଛି । ଆପଣ ଭାବୁଥିବେ, ପରିବା ବଜାରରୁ ଆଣିବା ପରେ ତାହାକୁ ପାଣିରେ ଭଲଭାବେ ଧୋଇ ରୋଷେଇ କରାଯାଉଛି । ତେଣୁ ବିଷାକ୍ତ କୀଟନାଶକ ପେଟକୁ ଯିବାର ପ୍ରଶ୍ନ ଉଠୁନି । କିନ୍ତୁ ଜାଣିଛନ୍ତି …

କଦଳୀ ଚାଷରୁ ଲକ୍ଷପତି
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଅକ୍ଷରଶୀଳା ଗାଁର ଜଣେ ଯୁବ ଉଦ୍ୟୋଗୀ ରନ୍ଦୀପ ପ୍ରଧାନ । ଏମବିଏ ପାଠ ପଢ଼ି ଚାକିରୀ ପଛରେ ନଗୋଡ଼ାଇ ଚାଷକୁ ସେ ଆଦରି ନେଇଛନ୍ତି । ଲିଜର ସେ ନେଇଥିବା ଜମିରେ କଦଳୀ ଚାଷ କରି ବେଶ ଭଲ ରୋଜଗାର କରୁଛନ୍ତି । ଗାଁ ପାଖରେ ୪ ଏକର ଜମି ଲିଜ୍ ନେଇ ସେ ପ୍ରଥମେ କଦଳୀ ଚାଷ ଆରମ୍ଭ କଲେ । ଏଥିପାଇଁ ସେ ସିଙ୍ଘଶାଳ ସମିତିରୁ କିଛି …

ଗୋପାଳନରୁ ଓମଫେଡ଼ ଅଧ୍ୟକ୍ଷ
କଟକ ଜିଲ୍ଲା କଣ୍ଟାପଡା ବ୍ଲକରେ ଥିବା ପାଟସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଭୋଦଳ ଗାଁର ସରୋଜିନୀ ମିଶ୍ର । ସେ କେବଳ ଜଣେ ମହିଳା ଚାଷୀ ନୁହଁନ୍ତି ଏକାଧାରାରେ ଜଣେ ସମାଜସେବୀ, ସମବାୟ ଆନ୍ଦୋଳନର ନେତ୍ରୀ ଏବଂ ରାଜନେତ୍ରୀ । ବାହାଘରର ଅଳ୍ପ କିଛି ବର୍ଷ ପରେ ସ୍ୱାମୀ ସତ୍ୟବାଦୀ ମିଶ୍ର ମାତ୍ର ୨୬ ବର୍ଷ ବୟସରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ନିଜର ଦୁଇ ପିଲା ଓ ବୟସ୍କ ଶାଶୁ, ଶ୍ୱଶୁରଙ୍କର ଦାୟିତ୍ୱର ଭାର …

ଉପଯୋଗୀ ଅମୃତଭଣ୍ଡା
ଆମ ରାଜ୍ୟର ଜଳବାୟୁରେ ଅମୃତଭଣ୍ଡା ଚାଷ ବେଶ ଉପଯୋଗୀ । ଏଥିରୁ ଜାମ୍, ଜେଲି ସାଙ୍ଗକୁ ବିଭିନ୍ନ ତରକାରୀ ପ୍ରସ୍ତୁତ କରାଯାଇଥାଏ । କଞ୍ଚା ଅମୃତଭଣ୍ଡାରୁ ବିଭିନ୍ନ ପ୍ରକାର ଔଷଧ ଓ ପ୍ରସାଧାନ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଉଛି । କଞ୍ଚା ଓ ପାଚିଲା ଅମୃତଭଣ୍ଡା ଖାଇଲେ କୋଷ୍ଠକାଠିନ୍ୟରୁ ଉପଷମ ମିଳେ । ଏଥିରେ ଭିଟାମିନ୍ ‘ସି’ ଓ ‘ଏ’ ରହିଛି । ଉଜ୍ୱଳ ତ୍ୱଚା ପାଇଁ ମଧ୍ୟ ଅମୃତଭଣ୍ଡାର ବ୍ୟବହାର କରାଯାଉଛି । ବର୍ଷ ତମାମ …

ଆଳଙ୍କାରିକ ଉଦ୍ଭିଦରେ ଘର ସଜାଇବା ଏକ କଳା: ଜାଣି ରଖନ୍ତୁ କିଛି ଉପଯୋଗୀ ଟିପ୍ସ୍
ସହରରେ ଅନେକେ ଗଛ ଲଗାଇବାକୁ ଓ ତାହାର ଯତ୍ନ ନେବାକୁ ତ ଭଲ ପାଆନ୍ତି, କିନ୍ତୁ ସେମାନଙ୍କ ପାଖରେ ବଗିଚା କରିବା ପାଇଁ ଘର ଆଗରେ ଜାଗା ନଥାଏ । ଆଉ କିଛି ଲୋକ ଘରକୁ ସଜାଇ ରଖିବାକୁ ଭଲ ପାଆନ୍ତି, କିନ୍ତୁ ଘରେ ପ୍ଲାଷ୍ଟିକ୍ କିମ୍ବା ଅନ୍ୟ ପଦାର୍ଥରେ ତିଆରି କୃତ୍ରିମ ଫୁଲକୁଣ୍ଡ ଆଦି ରଖିବାକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ପାଇଁ ଏକ ପ୍ରକୃଷ୍ଟ ଉପାୟ ହେଲା ଘରେ କୁଣ୍ଡରେ ଆଳଙ୍କାରିକ ଉଦ୍ଭିଦ ବା …

ହଳଦି ରଙ୍ଗର ସୋରିଷ କ୍ଷେତ
ସୋରିଷରେ ଶତକଡ଼ା ୪୦ରୁ ୫୦ ଭାଗ ତୈଳ ଓ ୨୫ ଭାଗ ପୁଷ୍ଟିସାର ଥାଏ । ଏହି ପୁଷ୍ଟିସାର ମଧ୍ୟରେ ଥାୟାମିନ୍, ସିଷ୍ଟିନ୍ ଓ ସାଇଷ୍ଟିନ୍ ଭଳି ଗନ୍ଧକ ଯୁକ୍ତ ଆମିନୋ ଅମ୍ଳ ଶରୀର ପାଇଁ ଉପଯୋଗୀ । ଏଥିରେ ଭିଟାମିନ୍ ‘ସି’, ‘ଇ’ ଓ ‘କେ’ ରହିଛି । ସୋରିଷରୁ ପ୍ରସ୍ତୁତ ହେଉଥିବା ଖାଇବା ତେଲ ଓ ପିଡ଼ିଆର ଚାହିଦା ମଧ୍ୟ ବେଶ ଅଧିକ । ଆମ ରାଜ୍ୟରେ ଏହାକୁ କେବଳ ରବି ଋତୁରେ ଚାଷ …

ସମନ୍ୱିତ ଫସଲର ସୁଯୋଗ ସୃଷ୍ଟି କଲା କୃଷି ପୋଖରୀ
ତଟିନୀର ଗତିପଥରେ ଯେତେ ବାଧା ଆସିଲେ ବି ସେ ତାର ସ୍ୱଧର୍ମ ପାଳନ କରି ଆଗକୁ ଆଗକୁ ବହି ଚାଲିଥାଏ । ସମୁଦ୍ରର ସାନିଧ୍ୟ ନପାଇବା ପର୍ଯ୍ୟନ୍ତ ଲକ୍ଷ୍ୟପଥରୁ ବିଚ୍ୟୁତ ହୁଏନି ସ୍ରୋତସ୍ୱିନୀ । ନାନା ବାଧା ବିପତ୍ତି ସତ୍ତ୍ୱେ ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ଏଭଳି ଜଣେ ସଫଳ ଚାଷୀ ହେଲେ ନବରଙ୍ଗପୁର ଜିଲ୍ଲା କୋସାଗୁମୁଡା ବ୍ଲକ ଅନ୍ତର୍ଗତ ପରଜାଗୁଡା ଗାଁର ପ୍ରହଲ୍ଲାଦ ମାଝି । ଜିଲ୍ଲା ଜଳ ବିଭାଜିକା ମିଶନ ସହାୟତାରେ ପ୍ରହଲ୍ଲାଦ ଏକ …

ଗରିବଙ୍କ ପୁଷ୍ଟିଯୁକ୍ତ ଖାଦ୍ୟ ମୁଗ ଡାଲି
ରାଜ୍ୟ ଓଡିଶାରେ ମୁଗ ଏକ ମୁଖ୍ୟ ଡାଲି ଜାତୀୟ ଫସଲ । ଏହାକୁ ଗରିବଙ୍କ ପୃଷ୍ଟିସାର ଭାବେ ବିବେଚନା କରାଯାଏ । ଡାଲି ଜାତୀୟ ଖାଦ୍ୟ ମଧ୍ୟରେ ମୁଗ ଡାଲିର ସ୍ୱାଦ ନିଶ୍ଚିତ ରୂପେ ନିଆରା । ବାର୍ଷିକ ପ୍ରାୟ ୮,୩୬,୦୦୦ ହେକ୍ଟର ଜମିରେ ମୁଗ ଚାଷ ହୁଏ । ସେଥିମଧ୍ୟରୁ ବର୍ଷା ଋତୁରେ ହାରାହାରି ୩୦ ଭାଗ, ରବି ଏବଂ ଗ୍ରୀଷ୍ମରେ ହାରାହାରି ୭୦ ଭାଗ ଜମିରେ ଚାଷ କରାଯାଇଥାଏ । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ …

ଉନ୍ନତ ସପୁରୀ ଚାଷ
ସପୁରୀ ଏକ ଗ୍ରୀଷ୍ମମଣ୍ଡଳୀୟ ଫଳଗଛ । ୨୦ରୁ ୩୬ ଡିଗ୍ରୀ ଉତ୍ତାପରେ ଏହି ଚାଷ ଭଲ ହୋଇଥାଏ । ଉର୍ବର, ନିଗିଡ଼ା, ଦୋରସା ଓ ୪୫ରୁ ୬୦ ସେ.ମି. ଗଭୀରତା ଥିବା ମାଟିରେ ଗଛ ଭଲ ବଢ଼େ । ମାଟିର ଅମ୍ଳତା ବା ପିଏଚ୍ ୫.୬-୬.୦ ମଧ୍ୟରେ ରହିବା ଆବଶ୍ୟକ । ବାଲି ଦୋରସା ଓ ବାଲିଆ ମାଟିରେ ସପୁରୀ ଅଧିକ ବାସ୍ନାଯୁକ୍ତ ହୋଇଥାଏ । ଆମ ରାଜ୍ୟର ସବୁ ଅଞ୍ଚଳରେ କ୍ୟୁ ଓ କୁଇନ୍ ୨ …