ଚାଷବାସ

ଅଧିକ ଅମଳ ପାଇଁ କରନ୍ତୁ ବିହନ ବିଶୋଧନ
ଯେପରି ସୁସ୍ଥ ମା’ ଗର୍ଭରୁ ସୁସ୍ଥ ସନ୍ତାନ ଜନ୍ମ ନିଏ ସେପରି ସୁସ୍ଥ ମଞ୍ଜିରୁ ସୁସ୍ଥ ଗଛଟିଏ ହୁଏ । ସୁସ୍ଥ ଗଛ ବା ଭଲ ଫସଲ ପାଇଁ ଭଲ ବିହନର ଆବଶ୍ୟକତା ରହିଥାଏ । ଉକୃଷ୍ଟ ବିହନର କେତେକ ବିଶେଷ ଗୁଣ ରହିଛି । ସେଗୁଡ଼ିକ ବିଷୟରେ ଜାଣନ୍ତୁ… -ନିରୋଳା,ନିରୋଗା, ଅଧିକ ଅମଳକ୍ଷମ ହୋଇଥିବା ଦରକାର -ନିର୍ଦ୍ଦିଷ୍ଟ ମାନର ଗଜା ଶକ୍ତି ରହିଥିବ -ନିର୍ଦ୍ଦିଷ୍ଟମାନର ସାଧାରଣ ଶୁଦ୍ଧାତା ରହିଥିବ -ଅନ୍ୟ କିସମର ମଞ୍ଜି ମିଶି ନଥିବ …

ଉଦ୍ୟାନକୃଷି ମିଶନ୍ ଯୋଜନାରେ ଲାଭ
ସରକାର କୃଷକମାନଙ୍କ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ସହାୟତା ଯୋଗାଇବା ସହ ନୂଆ ନୂଆ ଯୋଜନା ମାନ କରିଥାନ୍ତି । ସେହି ଦୃଷ୍ଟିରୁ ସରକାରଙ୍କ ଅନ୍ୟତମ କୃଷି ଓ କୃଷକ କଲ୍ୟାଣ ଯୋଜନା ହେଉଛି ‘ଉଦ୍ୟାନକୃଷି ମିଶନ୍ ଯୋଜନା’ ଏଥିରେ ବିଭିନ୍ନ ପ୍ରକାରର ଚାଷ ଓ ଯନ୍ତ୍ରପାତି କିଣା ପାଇଁ ସହାୟତା ରାଶି ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ କିଛି । ନୂତନ ଫଳ ବଗିଚା ପାଇଁ ହେକ୍ଟର ପିଛା ସହାୟତା ରାଶି : ଆମ୍ବ(ସାଧାରଣ)-୧୨,୭୫୦(୩ବର୍ଷରେ) …

ଫେବ୍ରୁୟାରୀ-ମାର୍ଚ୍ଚରେ ଚାଷକରନ୍ତୁ ଏସବୁ ପରିବା
ସାଧାରଣତଃ ଶୀତଋତୁ ସରିଲେ ଚାଷୀମାନେ ଭାବି ବସନ୍ତି ପରବର୍ତ୍ତୀ ଫସଲ କଣ କରିବେ । କେତେକ ସ୍ଥାନରେ ପାଣିର ସମସ୍ୟା ଥାଏତ କେତେକ ସ୍ଥାନରେ କେଉଁ ଫସଲ ଲଗାଇଲେ ଭଲ ଲାଭ ହେବ ତାହା ଜାଣିପାରନ୍ତି ନାହିଁ ଚାଷୀମାନେ । ତେବେ ଆମେ ଆପଣଙ୍କୁ ଜଣାଉଛୁ ଫେବ୍ରୁୟାରୀ ଓ ମାର୍ଚ୍ଚମାସରେ କେଉଁ ଚାଷ କରିବା ଲାଭଜନକ ହୋଇଥାଏ । କାକୁଡ଼ି: ଏହା ଏକ ସ୍ୱଳ୍ପ ସମୟ ଓ କମ ପାଣିରେ ଅଧିକ ବଢୁଥିବା ଫସଲ । ଫେବ୍ରୁୟାରୀ …

ଫସଲ ଚକ୍ର ଅନୁକରଣରୁ ଫାଇଦା
ପାରମ୍ପରିକ ଚାଷରୁ ଭଲ ଲାଭ ନମିଳିବାରୁ ଅନେକ ଚାଷୀ ଚିନ୍ତାରେ ପଡ଼ିଥାନ୍ତି । ତା ସହ ଜଳବାୟୁ ପରିବର୍ତ୍ତନ ଫସଲ ହାନୀର ବଡ଼ କାରଣ ହୋଇଛି । ଏହି ସବୁ କାରଣରୁ ପ୍ରତି ବର୍ଷ ଗୋଟିଏ ପ୍ରକାର ଫସଲ ଚାଷ କରିବା ସମ୍ଭବ ହେଉନି, ଜମିର ଉର୍ବରତା କମି କ୍ଷତି ସହିବାକୁ ପଡ଼ୁଛି ଚାଷୀମାନଙ୍କୁ । ତେଣୁ ପ୍ରତ୍ୟେକ ଋତୁ ବା ବର୍ଷରେ ଫସଲ ଚକ୍ରରେ ପରିବର୍ତ୍ତନ ଆଣିବା ଦ୍ୱାରା ଗୋଟିଏ ସିଜନର ଫସଲରୁ ଯେପରି ଅନ୍ୟ …

କୃଷିକ୍ଷେତ୍ରରେ ପ୍ରାକୃତିକ ଫସଲ ସୁରକ୍ଷା କୌଶଳର ଆବଶ୍ୟକତା
ଚାଷୀମାନେ ଫସଲର ରୋଗପୋକ ଦମନ ପାଇଁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ରାସାୟନିକ ବିଷ ବ୍ୟବହାର କରିବା ଫଳରେ ମଣିଷକୁ ଦୈନନ୍ଦିନ ଜୀବନରେ ଅନେକ ନୂଆ ନୂଆ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଏହାକୁ ପ୍ରତିହତ କରିବା ନିମନ୍ତେ ସଂପ୍ରତି କୃଷି କ୍ଷେତ୍ରରେ ସମ୍ବନିତ ରୋଗପୋକ ପରିଚାଳନା ପଦ୍ଧତି ବା ପ୍ରାକୃତିକ ଫସଲ ସୁରକ୍ଷା କୌଶଳ ଆପଣାଇବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ଏହି ପଦ୍ଧତି ପରିବେଶକୁ ରାସାୟନିକ ବିଷର କୁପ୍ରଭାବରୁ …

ବତକ ଚାଷ: କମ ଖର୍ଚ୍ଚ, ଅଧିକ ଲାଭ
ବତକମାନେ ବର୍ଷକୁ ୨୬୦ ରୁ ୨୮୦ ଟି ଅଣ୍ଡା ଦେଇଥାନ୍ତି । ଏମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କୁକୁଡ଼ାମାନଙ୍କ ଅପେକ୍ଷା ଅଧିକ । ବତକ ଅତି ସାଧାରଣ ଖାଦ୍ୟ ଯଥା:- ଅଗଣାରେ ପଡ଼ିଥିବା ଖାଦ୍ୟ ଶସ୍ୟ, ପୋକଜୋକ, କେଞ୍ଚୁଆ, ଗେଣ୍ଡା,ଛୋଟ ଛୋଟ ମାଛ ପ୍ରଭୃତି ସଂଗ୍ରହ କରି ଖାଇଥାନ୍ତି । ବତକ ପାଳନ ପାଇଁ ଉନ୍ନତ ଧରଣର ଘର ଦରକାର ହୋଇନଥାଏ । କୁକୁଡ଼ା ଚାଷ ପାଇଁ ଅନୁପଯୁକ୍ତ ସନ୍ତସନ୍ତିଆ ଜାଗା ବତକ ପାଳନ ପାଇଁ ଉପଯୋଗୀ …