Posts in category
ଜୈବିକ କୃଷି

ଆଜୋଲା ମାଟିର ଉର୍ବରତା ବଢ଼ାଉଛି
ଚାଷର ବ୍ୟୟବହୁଳତା ହ୍ରାସ ପାଇଁ ଆଜିକାଲି ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବଢ଼ିଛି। ଅପେକ୍ଷାକୃତ କମ୍ ଖର୍ଚ୍ଚରେ ଜୈବିକ ସାର ପ୍ରୟୋଗ କରି ଚାଷୀ ଅଧିକ ଅମଳ ପାଉଛନ୍ତି। ଧାନ ଚାଷ ପାଇଁ ମାଟିର ଉର୍ବରତା ବଢ଼ାଇବା ସକାଶେ ଆଜୋଲା ବ୍ୟବହାର କରାଯାଉଛି। ଯାହା ମାଟିରେ ମିଶି ଫସଲକୁ ଅଧିକ ଯବକ୍ଷାରଜାନ ଯୋଗାଇଥାଏ। ଆମ ବାୟୁ ମଣ୍ଡଳରେ ଶତକଡ଼ା ୭୮–୮୦ ଭାଗ ଯବକ୍ଷାରଜାନ ଥିଲେ ମଧ୍ୟ ଏହାକୁ ସିଧାସଳଖ ଉଦ୍ଭିଦ ଗ୍ରହଣ କରିପାରେ ନାହିଁ। …

ଜୈବିକ ଚାଷ ପାଇଁ ଜିଆଖତ
ଆମ ରାଜ୍ୟର ମୁଖ୍ୟ ଫସଲ ଧାନ ହୋଇଥିଲେ ମଧ୍ୟ ପରିବା ଓ ଅନ୍ୟାନ୍ୟ ଉଦ୍ୟାନ କୃଷିଭିତ୍ତିକ ଚାଷକୁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି। ଏହି ଚାଷରୁ ଅଧିକ ଅମଳ ଆଶାରେ ଚାଷୀମାନେ ସଙ୍କର କିସମ ବିହନ ବ୍ୟବହାର ସାଙ୍ଗକୁ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଛନ୍ତି। ସବୁଠାରୁ ଉଲ୍ଲେଖଯୋଗ୍ୟ ହେଲା, ଏହି ରାସାୟନିକ ସାର ଓ କୀଟନାଶକ କେତେ ପରିମାଣରେ କେଉଁ ସମୟରେ ପ୍ରୟୋଗ କରାଯିବ, ସେଥିପ୍ରତି ସେମାନେ ଯତ୍ନବାନ ହେଉନାହାନ୍ତି। ଫଳରେ ଧୀରେ ଧୀରେ ଜମିର …