Posts in category

ଉଦ୍ୟାନକୃଷି


ବିନା ମସଲାରେ ଆଚାର: ପାଟିକୁ ସୁଆଦ, ଦେହକୁ ହିତ

Read More

ଆଳଙ୍କାରିକ ଉଦ୍ଭିଦରେ ଘର ସଜାଇବା ଏକ କଳା: ଜାଣି ରଖନ୍ତୁ କିଛି ଉପଯୋଗୀ ଟିପ୍ସ୍

Read More

ହଳଦି ରଙ୍ଗର ସୋରିଷ କ୍ଷେତ

Read More

ସାଧାରଣତଃ ଶୀତଋତୁ ସରିଲେ ଚାଷୀମାନେ ଭାବି ବସନ୍ତି ପରବର୍ତ୍ତୀ ଫସଲ କଣ କରିବେ । କେତେକ ସ୍ଥାନରେ ପାଣିର ସମସ୍ୟା ଥାଏତ କେତେକ ସ୍ଥାନରେ କେଉଁ ଫସଲ ଲଗାଇଲେ ଭଲ ଲାଭ ହେବ ତାହା ଜାଣିପାରନ୍ତି ନାହିଁ ଚାଷୀମାନେ । ତେବେ ଆମେ ଆପଣଙ୍କୁ ଜଣାଉଛୁ ଫେବ୍ରୁୟାରୀ ଓ ମାର୍ଚ୍ଚମାସରେ କେଉଁ ଚାଷ କରିବା ଲାଭଜନକ ହୋଇଥାଏ । କାକୁଡ଼ି: ଏହା ଏକ ସ୍ୱଳ୍ପ ସମୟ ଓ କମ ପାଣିରେ ଅଧିକ ବଢୁଥିବା ଫସଲ । ଫେବ୍ରୁୟାରୀ …

ଅନେକେ ଆଚାରରେ ଅତ୍ୟଧିକ ତେଲ ଓ ଆଚାରର ବ୍ୟବହାର ହୋଇଥିବାରୁ ତାହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣ ଚାହିଁଲେ କୌଣସି ମସଲା ଦ୍ରବ୍ୟର ବ୍ୟବହାର ନକରି ଆଚାର ପ୍ରସ୍ତୁତ କରିପାରିବେ । ଏହି ଉପାୟରେ ଲେମ୍ବୁ ଆଚାର ପ୍ରସ୍ତୁତି ପାଇଁ, 100ଟି ଲେମ୍ବୁ ନେଇ ସେଥିରୁ 50ଟିର ରସ ବାହାର କରିଦିଅନ୍ତୁ ଏବଂ ରସକୁ ଏକ ପରିଷ୍କାର ମାଟି ହାଣ୍ଡିରେ ରଖନ୍ତୁ । ଏହାପରେ ସେଥିରେ ବାକି ରହିଯାଇଥିବା 50ଟି ଲେମ୍ବୁକୁ ଖଣ୍ଡଖଣ୍ଡ କରି କାଟି ଭର୍ତ୍ତି …

ଆମ ରାଜ୍ୟର ଜଳବାୟୁରେ ଅମୃତଭଣ୍ଡା ଚାଷ ବେଶ ଉପଯୋଗୀ । ଏଥିରୁ ଜାମ୍, ଜେଲି ସାଙ୍ଗକୁ ବିଭିନ୍ନ ତରକାରୀ ପ୍ରସ୍ତୁତ କରାଯାଇଥାଏ । କଞ୍ଚା ଅମୃତଭଣ୍ଡାରୁ ବିଭିନ୍ନ ପ୍ରକାର ଔଷଧ ଓ ପ୍ରସାଧାନ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଉଛି । କଞ୍ଚା ଓ ପାଚିଲା ଅମୃତଭଣ୍ଡା ଖାଇଲେ କୋଷ୍ଠକାଠିନ୍ୟରୁ ଉପଷମ ମିଳେ । ଏଥିରେ ଭିଟାମିନ୍ ‘ସି’ ଓ ‘ଏ’ ରହିଛି । ଉଜ୍ୱଳ ତ୍ୱଚା ପାଇଁ ମଧ୍ୟ ଅମୃତଭଣ୍ଡାର ବ୍ୟବହାର କରାଯାଉଛି । ବର୍ଷ ତମାମ …

ସହରରେ ଅନେକେ ଗଛ ଲଗାଇବାକୁ ଓ ତାହାର ଯତ୍ନ ନେବାକୁ ତ ଭଲ ପାଆନ୍ତି, କିନ୍ତୁ ସେମାନଙ୍କ ପାଖରେ ବଗିଚା କରିବା ପାଇଁ ଘର ଆଗରେ ଜାଗା ନଥାଏ । ଆଉ କିଛି ଲୋକ ଘରକୁ ସଜାଇ ରଖିବାକୁ ଭଲ ପାଆନ୍ତି, କିନ୍ତୁ ଘରେ ପ୍ଲାଷ୍ଟିକ୍ କିମ୍ବା ଅନ୍ୟ ପଦାର୍ଥରେ ତିଆରି କୃତ୍ରିମ ଫୁଲକୁଣ୍ଡ ଆଦି ରଖିବାକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ପାଇଁ ଏକ ପ୍ରକୃଷ୍ଟ ଉପାୟ ହେଲା ଘରେ କୁଣ୍ଡରେ ଆଳଙ୍କାରିକ ଉଦ୍ଭିଦ ବା …

ସୋରିଷରେ ଶତକଡ଼ା ୪୦ରୁ ୫୦ ଭାଗ ତୈଳ ଓ ୨୫ ଭାଗ ପୁଷ୍ଟିସାର ଥାଏ । ଏହି ପୁଷ୍ଟିସାର ମଧ୍ୟରେ ଥାୟାମିନ୍, ସିଷ୍ଟିନ୍ ଓ ସାଇଷ୍ଟିନ୍ ଭଳି ଗନ୍ଧକ ଯୁକ୍ତ ଆମିନୋ ଅମ୍ଳ ଶରୀର ପାଇଁ ଉପଯୋଗୀ । ଏଥିରେ ଭିଟାମିନ୍ ‘ସି’, ‘ଇ’ ଓ ‘କେ’ ରହିଛି । ସୋରିଷରୁ ପ୍ରସ୍ତୁତ ହେଉଥିବା ଖାଇବା ତେଲ ଓ ପିଡ଼ିଆର ଚାହିଦା ମଧ୍ୟ ବେଶ ଅଧିକ । ଆମ ରାଜ୍ୟରେ ଏହାକୁ କେବଳ ରବି ଋତୁରେ ଚାଷ …

ସପୁରୀ ଏକ ଗ୍ରୀଷ୍ମମଣ୍ଡଳୀୟ ଫଳଗଛ । ୨୦ରୁ ୩୬ ଡିଗ୍ରୀ ଉତ୍ତାପରେ ଏହି ଚାଷ ଭଲ ହୋଇଥାଏ । ଉର୍ବର, ନିଗିଡ଼ା, ଦୋରସା ଓ ୪୫ରୁ ୬୦ ସେ.ମି. ଗଭୀରତା ଥିବା ମାଟିରେ ଗଛ ଭଲ ବଢ଼େ । ମାଟିର ଅମ୍ଳତା ବା ପିଏଚ୍ ୫.୬-୬.୦ ମଧ୍ୟରେ ରହିବା ଆବଶ୍ୟକ । ବାଲି ଦୋରସା ଓ ବାଲିଆ ମାଟିରେ ସପୁରୀ ଅଧିକ ବାସ୍ନାଯୁକ୍ତ ହୋଇଥାଏ । ଆମ ରାଜ୍ୟର ସବୁ ଅଞ୍ଚଳରେ କ୍ୟୁ ଓ କୁଇନ୍ ୨ …

ସ୍କ୍ୱାସ୍ ସାଧାରଣତଃ ଲେମ୍ବୁ, କମଳା, ଲିଚୁ, ସପୁରୀ ଓ ଆମ୍ବ ଭଳି ଖଟାଯୁକ୍ତ ଫଳରୁ ତିଆରି ହୋଇଥାଏ । ଏଥିପାଇଁ ଫଳ ସହିତ ଚିନି, ପଟାସିୟମ୍ ମେଟା ବାଇସଲଫାଇଟ୍, ସାଇଟ୍ରିକ୍ ଏସିଡ୍ ଓ ଆବଶ୍ୟକ ସ୍ଥଳେ କିଛି ଖାଦ୍ୟପଯୋଗୀ ରଙ୍ଗ ଆବଶ୍ୟକ ହୋଇଥାଏ  । ଯେଉଁ ଋତୁରେ ଯେଉଁ ସବୁ ଫଳ ଅଧିକ ପରିମାଣରେ ଓ କମ୍ ଦରରେ ବଜାରରେ ମିଳେ, ସେହି ସମୟରେ ସେଥିରୁ ସ୍କ୍ୱାସ୍ ତିଆରି କଲେ ଲାଭଦାୟକ ହୁଏ । ସ୍କ୍ୱାସ୍ ପ୍ରସ୍ତୁତି …

ବଜାରରେ ଯେଉଁ ସମୟରେ ଶସ୍ତା ଦରରେ ଓ ପ୍ରଚୁର ପରିମାଣରେ ଫଳ ଓ ପନିପରିବା ମିଳେ, ସେହି ସମୟରେ ସେଗୁଡ଼ିକୁ ଆଣି ସ୍କ୍ୱାସ୍, ଜାମ୍ ଓ ଜେଲି ଭଳି ଖାଦ୍ୟ ପ୍ରସ୍ତୁତ କରି ବହୁ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରେ । ଗୃହିଣୀ ମାନେ ଏହାକୁ ଘରେ ବ୍ୟବହାର ପାଇଁ ପ୍ରସ୍ତୁତ କରିପାରିବେ ଓ କେହି ଉଦ୍ୟୋଗୀ କିମ୍ବା ଚାଷୀ ଚାହିଁଲେ ଏହା ଦ୍ୱାରା ସଂରକ୍ଷଣ ଭିତ୍ତିକ କୁଟୀର ଶିଳ୍ପ ମଧ୍ୟ ପ୍ରତିଷ୍ଠା କରିପାରିବେ । ତେବେ ଆସନ୍ତୁ …

ଅଏଲ୍ ପାମ୍ ଗଛର ଉତ୍ପତ୍ତି ସ୍ଥଳ ହେଉଛି ଦକ୍ଷିଣ ଆଫ୍ରିକାର ଗିନି ଉପକୂଳବର୍ତ୍ତୀ ଅଞ୍ଚଳ। ଏହା ପାମୀ ପରିବାରର ଉଦ୍ଭିଦ ଓ ଆମ ରାଜ୍ୟରେ ଜଳବାୟୁରେ ମଧ୍ୟ ବ୍ୟବସାୟିକ ଭିତ୍ତିରେ ଏହା ଚାଷ କରାଯାଇ ପାରୁଛି। ଅନ୍ୟାନ୍ୟ ତୈଳବୀଜ ଫସଲ ତୁଳନାରେ ପାମ୍ ତେଲ ଚାଷରୁ ହେକ୍ଟର ପ୍ରତି ସର୍ବାଧିକ ଅମଳ ମିଳିଥାଏ। ପାମ୍ ତେଲ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ଓ ଏଥିରେ ବିଭିନ୍ନ ଔଷଧିୟ ଗୁଣ ମଧ୍ୟ ରହଛି। ଏଥିରେ ଭିଟାମିନ୍ ‘ଏ’ ଓ …

ଅଁଳା ଦକ୍ଷିଣ ପୂର୍ବ ଏସିଆର ବିଷୁବ ମଣ୍ଡଳୀୟ ଅଞ୍ଚଳରୁ ଉତ୍ପତ୍ତି ହୋଇଛି। ଆମ ଦେଶରେ ଏହାକୁ ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ରାଜ୍ୟରେ ଚାଷ କରାଯାଉଥିବା ବେଳେ ଚାଷୀଙ୍କ ପାଇଁ ରୋଜଗାରର ଭଲ ସୁଯୋଗ ସୃଷ୍ଟି କରିଛି। ଏହି ଗଛର ଫଳ, ପତ୍ର, ଛେଲି, ମଞ୍ଜି ଓ ମୂଳରେ ଔଷଧୀୟ ଗୁଣ ରହିଛି। ଅଁଳାରେ ପ୍ରଚୁର ପରିମାଣର ଭିଟାମିନ୍ – ‘ସି’ ଥିବାରୁ ଏହା ଅଧିକ ଉପାଦେୟ। ଏଥିରୁ ପ୍ରସ୍ତୁତ ଔଷଧ ଦ୍ୱାରା ହୃଦ୍ ରୋଗ, ଚକ୍ଷୁରୋଗ, ଚର୍ମରୋଗ, …