କୃଷି

ଝୁଡ଼ଙ୍ଗ ଚାଷରୁ ଲାଭ
ଝୁଡ଼ଙ୍ଗକୁ ସାଧାରଣତଃ ମଞ୍ଜି ଓ ପରିବା ଭାବେ ବ୍ୟବହାର କରିଯାଇଥାଏ । ଏହା ସବୁ ବର୍ଗର ଲୋକଙ୍କ ପାଇଁ ଅବାଶକ୍ୟୟ ଓ ଉପକାରି ହୋଇଥାଏ । ତେଣୁ ବଜାରରେ ଏହାର ଚାହିଦା ସବୁସମୟରେ ରହିଥାଏ । ଝୁଡ଼ଙ୍ଗ ଗଛର ଚେରରେ ଗଣ୍ଠି ହୋଇ ବାୟୁ ମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ମାଟିକୁ ଉର୍ବର କରୁଥିବାରୁ ଏହାକୁ ଅନ୍ୟ ଫସଲ ସହିତ ଅନ୍ତଃଫସଲ ଭାବେ ଚାଷ କରାଯାଇଥାଏ । ଝୁଡ଼ଙ୍ଗ ଅନ୍ୟ ଫସଲ ବଢାଇବା ସହ ଅର୍ଥରୋଜଗାର ପାଇଁ …

ସମନ୍ୱିତ ଫସଲର ସୁଯୋଗ ସୃଷ୍ଟି କଲା କୃଷି ପୋଖରୀ
ତଟିନୀର ଗତିପଥରେ ଯେତେ ବାଧା ଆସିଲେ ବି ସେ ତାର ସ୍ୱଧର୍ମ ପାଳନ କରି ଆଗକୁ ଆଗକୁ ବହି ଚାଲିଥାଏ । ସମୁଦ୍ରର ସାନିଧ୍ୟ ନପାଇବା ପର୍ଯ୍ୟନ୍ତ ଲକ୍ଷ୍ୟପଥରୁ ବିଚ୍ୟୁତ ହୁଏନି ସ୍ରୋତସ୍ୱିନୀ । ନାନା ବାଧା ବିପତ୍ତି ସତ୍ତ୍ୱେ ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ଏଭଳି ଜଣେ ସଫଳ ଚାଷୀ ହେଲେ ନବରଙ୍ଗପୁର ଜିଲ୍ଲା କୋସାଗୁମୁଡା ବ୍ଲକ ଅନ୍ତର୍ଗତ ପରଜାଗୁଡା ଗାଁର ପ୍ରହଲ୍ଲାଦ ମାଝି । ଜିଲ୍ଲା ଜଳ ବିଭାଜିକା ମିଶନ ସହାୟତାରେ ପ୍ରହଲ୍ଲାଦ ଏକ …

ଗରିବଙ୍କ ପୁଷ୍ଟିଯୁକ୍ତ ଖାଦ୍ୟ ମୁଗ ଡାଲି
ରାଜ୍ୟ ଓଡିଶାରେ ମୁଗ ଏକ ମୁଖ୍ୟ ଡାଲି ଜାତୀୟ ଫସଲ । ଏହାକୁ ଗରିବଙ୍କ ପୃଷ୍ଟିସାର ଭାବେ ବିବେଚନା କରାଯାଏ । ଡାଲି ଜାତୀୟ ଖାଦ୍ୟ ମଧ୍ୟରେ ମୁଗ ଡାଲିର ସ୍ୱାଦ ନିଶ୍ଚିତ ରୂପେ ନିଆରା । ବାର୍ଷିକ ପ୍ରାୟ ୮,୩୬,୦୦୦ ହେକ୍ଟର ଜମିରେ ମୁଗ ଚାଷ ହୁଏ । ସେଥିମଧ୍ୟରୁ ବର୍ଷା ଋତୁରେ ହାରାହାରି ୩୦ ଭାଗ, ରବି ଏବଂ ଗ୍ରୀଷ୍ମରେ ହାରାହାରି ୭୦ ଭାଗ ଜମିରେ ଚାଷ କରାଯାଇଥାଏ । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ …

ଉନ୍ନତ ସପୁରୀ ଚାଷ
ସପୁରୀ ଏକ ଗ୍ରୀଷ୍ମମଣ୍ଡଳୀୟ ଫଳଗଛ । ୨୦ରୁ ୩୬ ଡିଗ୍ରୀ ଉତ୍ତାପରେ ଏହି ଚାଷ ଭଲ ହୋଇଥାଏ । ଉର୍ବର, ନିଗିଡ଼ା, ଦୋରସା ଓ ୪୫ରୁ ୬୦ ସେ.ମି. ଗଭୀରତା ଥିବା ମାଟିରେ ଗଛ ଭଲ ବଢ଼େ । ମାଟିର ଅମ୍ଳତା ବା ପିଏଚ୍ ୫.୬-୬.୦ ମଧ୍ୟରେ ରହିବା ଆବଶ୍ୟକ । ବାଲି ଦୋରସା ଓ ବାଲିଆ ମାଟିରେ ସପୁରୀ ଅଧିକ ବାସ୍ନାଯୁକ୍ତ ହୋଇଥାଏ । ଆମ ରାଜ୍ୟର ସବୁ ଅଞ୍ଚଳରେ କ୍ୟୁ ଓ କୁଇନ୍ ୨ …

ପ୍ରସ୍ତୁତ କରନ୍ତୁ ସଂରକ୍ଷଣ ଦ୍ରବ୍ୟ: ଫଳ ଓ ପନିପରିବାକୁ ସାଇତି ରଖନ୍ତୁ ମାସ ମାସ ଯାଏଁ
ବଜାରରେ ଯେଉଁ ସମୟରେ ଶସ୍ତା ଦରରେ ଓ ପ୍ରଚୁର ପରିମାଣରେ ଫଳ ଓ ପନିପରିବା ମିଳେ, ସେହି ସମୟରେ ସେଗୁଡ଼ିକୁ ଆଣି ସ୍କ୍ୱାସ୍, ଜାମ୍ ଓ ଜେଲି ଭଳି ଖାଦ୍ୟ ପ୍ରସ୍ତୁତ କରି ବହୁ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରେ । ଗୃହିଣୀ ମାନେ ଏହାକୁ ଘରେ ବ୍ୟବହାର ପାଇଁ ପ୍ରସ୍ତୁତ କରିପାରିବେ ଓ କେହି ଉଦ୍ୟୋଗୀ କିମ୍ବା ଚାଷୀ ଚାହିଁଲେ ଏହା ଦ୍ୱାରା ସଂରକ୍ଷଣ ଭିତ୍ତିକ କୁଟୀର ଶିଳ୍ପ ମଧ୍ୟ ପ୍ରତିଷ୍ଠା କରିପାରିବେ । ତେବେ ଆସନ୍ତୁ …

ଧାନ ତଳିଘରା ପ୍ରସ୍ତୁତି ଓ ପରିଚାଳନା
ସାଧାରଣତଃ ଶୁଖିଲା ଓ କାଦୁଆ ଦୁଇଟି ପ୍ରଣାଳୀରେ ତଳିଘରା ପ୍ରସ୍ତୁତ କରାଯାଇଥାଏ । ତଳିଘରା ପ୍ରସ୍ତୁତ ପରେ ସେ ସବୁକୁ ବିଲରେ ରୋଇବା ପାଇଁ ନିଆଯାଇଥାଏ । ତେବେ ଏହି ତଳିଘରା ପ୍ରସ୍ତୁତି କିପରି କରିବା ଉଚିତ ସେ ସମ୍ପର୍କରେ ଜାଣିଲେ ଚାଷୀ ନିଶ୍ଚିତରୂପେ ଲାଭବାନ ହୋଇପାରିବେ । ଶୁଖିଲା ତଳିଘରା ପ୍ରସ୍ତୁତି ବର୍ଷାଦିନିଆ ଧାନଚାଷ ପାଇଁ ଶୁଖିଲା ତଳିଘରା ପ୍ରସ୍ତତ କରିବକୁ ପଡ଼ିଥାଏ । ଏକ ଏକର ଜମିରେ ତଳି ରୋଇବାକୁ ହେଲେ ୧୦ ଡିସିମିଲ୍ …

ଧାନ ଚାଷ ପାଇଁ ମାଟି ପରୀକ୍ଷା
ଧାନ ଓଡ଼ିଶାର ପ୍ରଧାନ ଫସଲ । ଅନେକଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ । କିସମ ଓ ଅବସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ଜମିରେ ଧାନ ଚାଷ ହୋଇଥାଏ । ଧାନ ଚାଷ କରିବାକୁ ହେଲେ ମୁଖ୍ୟତଃ ମାଟି ପରୀକ୍ଷା ଠିକ୍ଭାବେ କରାଇନେବା ଉଚିତ୍ । ତେବେଏହି ବିଷୟରେ ବିସ୍ତୃତଭାବେ ଜାଣିନେଲେ ଚାଷୀଙ୍କୁ କୌଣସି ଅସୁବିଧା ହେବନାହିଁ । ମାଟି ପରୀକ୍ଷା ଚାଷକରିବା ପୂର୍ବରୁ ପ୍ରଥମ କାମ ହେଉଛି ମାଟି ପରୀକ୍ଷା ପାଇଁ ନମୂନା ମାଟି …

ଧାନ ଚାଷ ପାଇଁ ଜମି ପ୍ରସ୍ତୁତି
ଜମିର କିସମ ଅନୁଯାୟୀ ଧାନଚାଷ ପାଇଁ ଜମି ପ୍ରସ୍ତୁତି କରିବା ନିତ୍ୟାନ୍ତ ଆବଶ୍ୟକ । ଖରାଟିଆ ଚାଷ ଅତ୍ୟନ୍ତ ଉପାଦେୟ । ଲଙ୍ଗଳ କିମ୍ବା ଟ୍ରାକ୍ଟର ସାହାଯ୍ୟରେ ୨-୩ ଓଡ଼ ଖରାଟିଆ ଚାଷ କରିବା ଭଲ । ଏଭଳି କରିବା ଦ୍ୱାରା ମାଟି ଓଲଟ ପାଲଟ ହୋଇଥାଏ । ତଳମାଟି ଉପରକୁ ଓ ଉପର ମାଟି ତଳକୁ ହୋଇଯାଏ । ଜମିରେ ଥିବା ଅନିଷ୍ଟକାରୀ ପୋକମାନଙ୍କର ଅଣ୍ଡା, ଶୂକ ଓ ଖୋସାଗୁଡ଼ିକ ମାଟିତଳୁ ପଦାକୁ ବାହାରି ଆସି …