କୃଷି

କେନ୍ଦ୍ର ବଜେଟ୍ରେ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ
କୃଷି କ୍ଷେତ୍ର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ôଥକ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥର ବି ଫୋକସରେ କୃଷି ଓ କୃଷକ । ଅର୍ଥମନ୍ତ୍ରୀଙ୍କ ଉପସ୍ଥାପନା ଅନୁଯାୟୀ କୃଷି ଉତ୍ପାଦନରେ ଏମ୍ଏସ୍ପି ଜାରି ରହିବ । ୨୦୨୧ରେ ଏମଏସପିରେ ୧.୭୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଚାଷୀଙ୍କ ଆୟ ଦେଢ ଗୁଣ ବଢାଇବାକୁ ବ୍ୟାପକ ପଦକ୍ଷେପମାନ ନିଆଯାଇଛି । ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର …

ଲକଡାଉନ୍ ବେଳେ ବିଭିନ୍ନ ଧରଣର କୃଷି କାମକୁ ଅନୁମତି
କରୋନା ଜନିତ ସଂକ୍ରମଣକୁ ଦୂରେଇବା ଉଦ୍ଦେଶ୍ୟରେ କୃଷି କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖି ଯେଉଁସବୁ କାର୍ଯ୍ୟପାଇଁ ରାଜ୍ୟ ସରକାର ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟରେ ଅନୁମତି ଦେଇଛନ୍ତି ସେଗୁଡିକ ହେଲା.. – ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ କୃଷିଜାତ ଦ୍ରବ୍ୟ ସଂଗ୍ରହ। – ପନିପରିବା, ଫଳ,କୃଷି ଓ ଉଦ୍ୟାନ କୃଷି ଜାତ ଦ୍ରବ୍ଯ ପରିବହନ। – ନିୟନ୍ତ୍ରିତ ବଜାର କମିଟି, ଏସ୍. ଏଚ୍. ଜି ଆଦି ମାଧ୍ୟମରେ ସିଧସଳଖ କୃଷକମାନଙ୍କ ଠାରୁ କୃଷିଜାତ ଦ୍ରବ୍ୟ …

ଜମିରେ ଚାଷ କାର୍ଯ୍ୟ ଚାଲୁ ରହିବ
ଖରିଫ ଋତୁ ଆରମ୍ଭ ହୋଇଥିବାରୁ କରୋନା ଭୁତାଣୁ ଜନିତ ବନ୍ଦ ପରିସ୍ଥିତି ରେ ମଧ୍ୟ କୃଷକ ମାନେ ନିଜ ଜମିରେ ଚାଷ କାର୍ଯ୍ୟ କରିପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ନିଜର କିମ୍ବା ଭଡ଼ା କୃଷି ଯନ୍ତ୍ରପାତି ବ୍ୟବହାର ରେ କୌଣସି କଟକଣା ନାହିଁ। ଏଥିପାଇଁ ଚାଷୀମାନେ ନିକଟସ୍ଥ କୃଷି କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଅଧିକ ଅମଳ ପାଇଁ କରନ୍ତୁ ବିହନ ବିଶୋଧନ
ଯେପରି ସୁସ୍ଥ ମା’ ଗର୍ଭରୁ ସୁସ୍ଥ ସନ୍ତାନ ଜନ୍ମ ନିଏ ସେପରି ସୁସ୍ଥ ମଞ୍ଜିରୁ ସୁସ୍ଥ ଗଛଟିଏ ହୁଏ । ସୁସ୍ଥ ଗଛ ବା ଭଲ ଫସଲ ପାଇଁ ଭଲ ବିହନର ଆବଶ୍ୟକତା ରହିଥାଏ । ଉକୃଷ୍ଟ ବିହନର କେତେକ ବିଶେଷ ଗୁଣ ରହିଛି । ସେଗୁଡ଼ିକ ବିଷୟରେ ଜାଣନ୍ତୁ… -ନିରୋଳା,ନିରୋଗା, ଅଧିକ ଅମଳକ୍ଷମ ହୋଇଥିବା ଦରକାର -ନିର୍ଦ୍ଦିଷ୍ଟ ମାନର ଗଜା ଶକ୍ତି ରହିଥିବ -ନିର୍ଦ୍ଦିଷ୍ଟମାନର ସାଧାରଣ ଶୁଦ୍ଧାତା ରହିଥିବ -ଅନ୍ୟ କିସମର ମଞ୍ଜି ମିଶି ନଥିବ …

ଉଦ୍ୟାନକୃଷି ମିଶନ୍ ଯୋଜନାରେ ଲାଭ
ସରକାର କୃଷକମାନଙ୍କ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ସହାୟତା ଯୋଗାଇବା ସହ ନୂଆ ନୂଆ ଯୋଜନା ମାନ କରିଥାନ୍ତି । ସେହି ଦୃଷ୍ଟିରୁ ସରକାରଙ୍କ ଅନ୍ୟତମ କୃଷି ଓ କୃଷକ କଲ୍ୟାଣ ଯୋଜନା ହେଉଛି ‘ଉଦ୍ୟାନକୃଷି ମିଶନ୍ ଯୋଜନା’ ଏଥିରେ ବିଭିନ୍ନ ପ୍ରକାରର ଚାଷ ଓ ଯନ୍ତ୍ରପାତି କିଣା ପାଇଁ ସହାୟତା ରାଶି ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ କିଛି । ନୂତନ ଫଳ ବଗିଚା ପାଇଁ ହେକ୍ଟର ପିଛା ସହାୟତା ରାଶି : ଆମ୍ବ(ସାଧାରଣ)-୧୨,୭୫୦(୩ବର୍ଷରେ) …

ଫେବ୍ରୁୟାରୀ-ମାର୍ଚ୍ଚରେ ଚାଷକରନ୍ତୁ ଏସବୁ ପରିବା
ସାଧାରଣତଃ ଶୀତଋତୁ ସରିଲେ ଚାଷୀମାନେ ଭାବି ବସନ୍ତି ପରବର୍ତ୍ତୀ ଫସଲ କଣ କରିବେ । କେତେକ ସ୍ଥାନରେ ପାଣିର ସମସ୍ୟା ଥାଏତ କେତେକ ସ୍ଥାନରେ କେଉଁ ଫସଲ ଲଗାଇଲେ ଭଲ ଲାଭ ହେବ ତାହା ଜାଣିପାରନ୍ତି ନାହିଁ ଚାଷୀମାନେ । ତେବେ ଆମେ ଆପଣଙ୍କୁ ଜଣାଉଛୁ ଫେବ୍ରୁୟାରୀ ଓ ମାର୍ଚ୍ଚମାସରେ କେଉଁ ଚାଷ କରିବା ଲାଭଜନକ ହୋଇଥାଏ । କାକୁଡ଼ି: ଏହା ଏକ ସ୍ୱଳ୍ପ ସମୟ ଓ କମ ପାଣିରେ ଅଧିକ ବଢୁଥିବା ଫସଲ । ଫେବ୍ରୁୟାରୀ …

ଫସଲ ଚକ୍ର ଅନୁକରଣରୁ ଫାଇଦା
ପାରମ୍ପରିକ ଚାଷରୁ ଭଲ ଲାଭ ନମିଳିବାରୁ ଅନେକ ଚାଷୀ ଚିନ୍ତାରେ ପଡ଼ିଥାନ୍ତି । ତା ସହ ଜଳବାୟୁ ପରିବର୍ତ୍ତନ ଫସଲ ହାନୀର ବଡ଼ କାରଣ ହୋଇଛି । ଏହି ସବୁ କାରଣରୁ ପ୍ରତି ବର୍ଷ ଗୋଟିଏ ପ୍ରକାର ଫସଲ ଚାଷ କରିବା ସମ୍ଭବ ହେଉନି, ଜମିର ଉର୍ବରତା କମି କ୍ଷତି ସହିବାକୁ ପଡ଼ୁଛି ଚାଷୀମାନଙ୍କୁ । ତେଣୁ ପ୍ରତ୍ୟେକ ଋତୁ ବା ବର୍ଷରେ ଫସଲ ଚକ୍ରରେ ପରିବର୍ତ୍ତନ ଆଣିବା ଦ୍ୱାରା ଗୋଟିଏ ସିଜନର ଫସଲରୁ ଯେପରି ଅନ୍ୟ …