ଗୋପାଳନ କରୁଥିବା ଚାଷୀ ନିଜ କ୍ଷେତରେ ଘାସ ଚାଷ କରିଲେ ଭଲ ଆମଦାନିର ଆଶା ରହିଛି । ଘାସ ଚାଷ କଲେ ଗୋରୁଙ୍କ ଦାନା ଖର୍ଚ୍ଚ କମିବା ସହ ଚାଷୀ ଗୋପାଳନରୁ ଅଧିକ ଲାଭ ପାଇପାରିବେ । ତେବେ ବିଭିନ୍ନ ପ୍ରକାରର ଘାସ ମଧ୍ୟରୁ ଗିନି ଘାସ ଚାଷ ବେଶ ଲାଭଜନକ । ଏହି ଘାସର ହାମିଲ, ରିଭରଡାଲ ଓ ମାକ୍ୟୁଇନ୍ ୩ଟି କିସମ ରହିଛି । ଗିନି ଘାସ ଅନ୍ୟ  ଘାସ ତୁଳନାରେ କୋମଳ ଏବଂ …

ସାଧାରଣତଃ ଶୁଖିଲା ଓ କାଦୁଆ ଦୁଇଟି ପ୍ରଣାଳୀରେ ତଳିଘରା ପ୍ରସ୍ତୁତ କରାଯାଇଥାଏ । ତଳିଘରା ପ୍ରସ୍ତୁତ ପରେ ସେ ସବୁକୁ ବିଲରେ ରୋଇବା ପାଇଁ ନିଆଯାଇଥାଏ । ତେବେ ଏହି ତଳିଘରା ପ୍ରସ୍ତୁତି କିପରି କରିବା ଉଚିତ ସେ ସମ୍ପର୍କରେ ଜାଣିଲେ ଚାଷୀ ନିଶ୍ଚିତରୂପେ ଲାଭବାନ ହୋଇପାରିବେ । ଶୁଖିଲା ତଳିଘରା ପ୍ରସ୍ତୁତି ବର୍ଷାଦିନିଆ ଧାନଚାଷ ପାଇଁ ଶୁଖିଲା ତଳିଘରା ପ୍ରସ୍ତତ କରିବକୁ ପଡ଼ିଥାଏ । ଏକ ଏକର ଜମିରେ ତଳି ରୋଇବାକୁ ହେଲେ ୧୦ ଡିସିମିଲ୍‌ …

ଧାନ ଓଡ଼ିଶାର ପ୍ରଧାନ ଫସଲ । ଅନେକଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ । କିସମ ଓ ଅବସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ଜମିରେ ଧାନ ଚାଷ ହୋଇଥାଏ । ଧାନ ଚାଷ କରିବାକୁ ହେଲେ ମୁଖ୍ୟତଃ ମାଟି ପରୀକ୍ଷା ଠିକ୍‌ଭାବେ କରାଇନେବା ଉଚିତ୍ । ତେବେଏହି ବିଷୟରେ ବିସ୍ତୃତଭାବେ ଜାଣିନେଲେ ଚାଷୀଙ୍କୁ କୌଣସି ଅସୁବିଧା ହେବନାହିଁ । ମାଟି ପରୀକ୍ଷା ଚାଷକରିବା ପୂର୍ବରୁ ପ୍ରଥମ କାମ ହେଉଛି ମାଟି ପରୀକ୍ଷା ପାଇଁ ନମୂନା ମାଟି …

ଜମିର କିସମ ଅନୁଯାୟୀ ଧାନଚାଷ ପାଇଁ ଜମି ପ୍ରସ୍ତୁତି କରିବା ନିତ୍ୟାନ୍ତ ଆବଶ୍ୟକ । ଖରାଟିଆ ଚାଷ ଅତ୍ୟନ୍ତ ଉପାଦେୟ । ଲଙ୍ଗଳ କିମ୍ବା ଟ୍ରାକ୍ଟର ସାହାଯ୍ୟରେ ୨-୩ ଓଡ଼ ଖରାଟିଆ ଚାଷ କରିବା ଭଲ । ଏଭଳି କରିବା ଦ୍ୱାରା ମାଟି ଓଲଟ ପାଲଟ ହୋଇଥାଏ । ତଳମାଟି ଉପରକୁ ଓ ଉପର ମାଟି ତଳକୁ ହୋଇଯାଏ । ଜମିରେ ଥିବା ଅନିଷ୍ଟକାରୀ ପୋକମାନଙ୍କର ଅଣ୍ଡା, ଶୂକ ଓ ଖୋସାଗୁଡ଼ିକ ମାଟିତଳୁ ପଦାକୁ ବାହାରି ଆସି …

କଥାରେ ଅଛି ବିହନ ଗୁଣେ ଫସଲ । ଜମିରକିସମ, ପାଣିପାଗ ଏବଂ ରୋଗ ପୋକଙ୍କ ପ୍ରାଦୁର୍ଭାବକୁ ଆଖିରେ ରଖି ବିହନ କିସମଚୟନ କରିବ ନିତ୍ୟାନ୍ତ ଜରୁରୀ । ଉନ୍ନତ ମାନର ବିହନ ବ୍ଳକମାନଙ୍କରେ ଥିବା ବିହନ ବିକ୍ରୟକେନ୍ଦ୍ରରେ ଧାର୍ଯ୍ୟ ଦରରେ ବିକ୍ରି କରାଯାଉଛି । ଜମିରକିସମ ନିରୂପଣ କରି ବିକ୍ରୟକେନ୍ଦ୍ରରୁ ଉଚିତବିହନ ସଂଗ୍ରହ କରିଲେ ଚାଷୀ ଅଧିକ ଲାଭ ପାଇାପାରିବେ । କେଉଁଜମି ପାଇଁ କେଉଁ କିସମବିହନ ଆବଶ୍ୟକ ହୋଇଥାଏ ଓ ସେଥିରୁ କେତେ ଦିନରେ ଅମଳ …

ବିଶୋଧିତ ବିହନ ଚାଷ ପାଇଁ ଉପଯୋଗୀ । ଫସଲର ପରବର୍ତ୍ତୀ ଅବସ୍ଥାରେ ରୋଗ ନହେବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବିହନ ବିଶୋଧନ ଆବଶ୍ୟକ । ଉଚିତ ମାନର ବିହନ ଆଣି ଜମିରେ ବୁଣିବା ପୂର୍ବରୁ ବିହନକୁ ଭଲଭାବେ ଖରାରେ ଶୁଖାଇବା ଦରକାର । ବଜାରରୁ କିମ୍ବା ବ୍ଲକରେ ଥିବା ବିହନ ବିକ୍ରୟକେନ୍ଦ୍ରରୁ ବିଶୋଧକ ଆଣି ଭଲଭାବେ ବିହନରେ ଗୋଳାଇବାକୁ ପଡ଼ିଥାଏ ।୧ କି.ଗ୍ରା. ବିହନ ପିଛା ୩ଗ୍ରାମ ଥିରାମ୍‌ବାକ୍ୟାପ୍ଟାନ୍‌ ମିଶାଇବାକୁ ହୁଏ । ଏକ ଡ୍ରମ୍‌ରେ …