ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚୁବରାହୀ

Read More

ବିନା ମସଲାରେ ଆଚାର: ପାଟିକୁ ସୁଆଦ, ଦେହକୁ ହିତ

Read More

ନିୟମିତ ପାଚିଲା କଦଳୀ ଖାଆନ୍ତୁ, ମିଳିବ ଏହି 10 ଉପକାର

Read More

ବଲିଉଡରେ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର । ୨୦୧୭ର ମିସ୍ ୱାର୍ଲ୍ଡ ମୁକୁଟ ଜିତିଥିବା ମାନୁଷୀଙ୍କୁ ବଲିଉଡର ନିର୍ମାତା ନିର୍ଦ୍ଦେଶକ କରନ୍ ଜୋହର ତାଙ୍କ ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ସୁଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ସେଥିରେ ଅଭିନେତା ଟାଇଗର୍ ଶ୍ରଫଙ୍କ ହିରୋଇନ୍ ଭୂମିକାରେ ନଜର ଆସିବେ ମାନୁଷୀ । ସୂଚନା ଅନୁସାରେ, କେବଳ ମାନୁଷୀ ନୁହଁନ୍ତି, ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ଦୁଇଜଣ ନବାଗତାଙ୍କୁ …

ଭାରତର ବିଭିନ୍ନ ରାଜ୍ୟରେ ଭିକାରି ଥିବା ବେଳେ ସୂଚନା ଅନୁସାରେ, ଦେଶରେ ମୋଟ 4,13,670ଜଣ ଭିକାରି ଅଛନ୍ତି । ସେମାନଙ୍କ ମଧ୍ୟରୁ 2,21,673 ପୁରୁଷ ଓ 1,91,997 ଜଣ ମହିଳା ଭିକାରି । ସେମାନଙ୍କ ସଂଖ୍ୟା ଅନୁସାରେ ତାଲିକାର ଶୀର୍ଷରେ ରହିଛି ପଶ୍ଚିମବଙ୍ଗ । 2011 ଜନଗଣନା ଅନୁସାରେ ସେଠାରେ 81,244 ଜଣ ଭିକ୍ଷାବୃତ୍ତି କରନ୍ତି । ସେଠାରେ ପୁରୁଷଙ୍କ ତଳନାରେ ମହିଳା ଭିକାରିଙ୍କ ସଂଖ୍ୟା ଅଧିକ । ପଶ୍ଚିମ ବଙ୍ଗରେ 33,086 ପୁରୁଷ ଭିକାରି ଥିବା ବେଳେ 48,158 ମହିଳା ଭିକ୍ଷାବୃତ୍ତି କରନ୍ତି । …

ସୁସ୍ଥ ଓ ଉନ୍ନତ ଜୀବନଯାପନ ପାଇଁ ଖାଦ୍ୟ ଓ ଜଳର ଯେପରି ଆବଶ୍ୟକତା ରହିଛି, ଠିକ୍ ସେହିପରି ନିଦର ମଧ୍ୟ ଆବଶ୍ୟକତା ରହିଛି । ଦୈନନ୍ଦିନର କର୍ମକ୍ଷେତ୍ର ଓ ପରିବାରର ଚାପ କାରଣରୁ ହେଉ ଅବା ଅନ୍ୟ କୌଣସି ଚିନ୍ତା, କିମ୍ବା ଅସ୍ୱାଭାବିକ ଦିନଚର୍ଯ୍ୟା, ଆଜିକାଲି ନିଦ୍ରାହୀନତା ସମସ୍ୟାରେ ଅନେକ ପୀଡ଼ିତ । ନିଦ୍ରାହୀନତା ଅନେକଙ୍କୁ ବ୍ୟତିବସ୍ତ ଓ ବିଭିନ୍ନ ମାନସିକ ରୋଗଗ୍ରସ୍ତ କରାଏ । ରାତିରେ ଠିକରେ ନିଦ ନହେଲେ, ମଣିଷର ଦିନ ସମୟବି ଭଲରେ କଟେ ନାହିଁ । ସେ …

ଆସନ୍ତା ବର୍ଷଠୁ ବନ୍ଦ ହେବ ଯାତ୍ରା ପାର୍ଟି । ଯାତ୍ରାପ୍ରେମୀ ଆଉ ଦେଖିବାକୁ ପାଇବେନି ମଞ୍ଚର ଯାଦୁ । ଯାତ୍ରା ବ୍ୟବସାୟରେ ପ୍ରଚୁର କ୍ଷତି ହେଉଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ପାର୍ଟି ମାଲିକମାନେ । ଆଜି ଭୁବନେଶ୍ୱରରେ ଯାତ୍ରା ପାର୍ଟି ମାଲିକ ସଂଘର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ସଂଘର ସଭାପତି ତଥା ଇଷ୍ଟର୍ଣ୍ଣ ଅପେରା ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଅବସ୍ଥା ସୁଧୁରିବା ପରିବର୍ତ୍ତେ ବର୍ଷ ପରେ …

ମଣିଷର କାମକୁ ସହଜ କରିବା ପାଇଁ ଏବଂ ଅଳ୍ପ ପରିଶ୍ରମରେ ଅଧିକ କାମ କରିବା ପାଇଁ ଆମେ ମେସିନ ବ୍ୟବହାର କରୁଛୁ । କିନ୍ତୁ ରୋବୋଟ ଯେ କେବଳ କାମକୁ ସହଜରେ କରିପାରେ ତା ନୁହେଁ, ତାହାକୁ ଦର୍ଶାଯାଇଥିବା ପ୍ରକ୍ରିୟାରେ ସେ ମଣିଷ ପାଇଁ ଅସମ୍ଭବ ଲାଗୁଥିବା କାମ ମଧ୍ୟ କରିପାରେ । ତେବେ ପ୍ରତ୍ୟେକ ରୋବୋଟରେ ମୁଖ୍ୟତଃ 3 ପ୍ରକାର ଯନ୍ତ୍ରାଂଶ ଲାଗିଥାଏ । କଣ୍ଟ୍ରୋଲର୍, ମେକାନିକାଲ୍ ପାର୍ଟ୍ ଏବଂ ସେନ୍ସର୍ । କଣ୍ଟ୍ରୋଲର୍: ଏହାକୁ ରୋବୋଟର ମସ୍ତିଷ୍କ ବୋଲି ମଧ୍ୟ …

ଇଣ୍ଟରନେଟ ଓ ସ୍ମାର୍ଟଫୋନର ବ୍ୟବହାର ବ୍ୟାପକ ହେବା ସହ ଫେସବୁକର ଲୋକପ୍ରିୟତା ମଧ୍ୟ ବଢ଼ିଚାଲିଛି । କେବଳ ଯୁବପିଢି଼ ନୁହନ୍ତି, ଆଜିକାଲି ପ୍ରାୟ ସବୁ ବର୍ଗର ଲୋକ ଫେସବୁକରେ ଅଛନ୍ତି । କିଏ ଫେସବୁକରେ ଫଟୋ ଅପଲୋଡ୍ କରୁଛି, ତ ଆଉ କିଏ ସେଠାରେ ନିଜ କଳା ଓ ସୃଜନଶୀଳତାକୁ ପ୍ରକାଶ କରୁଛି । ଆଉ କିଏ କିଏ ଫେସବୁକରେ ସାହିତ୍ୟ କିମ୍ବା ରାଜନୈତିକ ଚର୍ଚ୍ଚା କରୁଛି । କେବଳ ଏତିକି ନୁହେଁ, ବହୁ ବିଶିଷ୍ଟ ବ୍ୟକ୍ତି …

ଆଜିକାଲି ଅନଲାଇନରେ ବହୁତ ପ୍ରକାର ଗେମ୍ ଉପଲବ୍ଧ ହେଲାଣି । କିନ୍ତୁ ସେସବୁକୁ ହୁଏତ ଡାଉନଲୋଡ କରିବାକୁ ପଡ଼ିବ, ନଚେତ୍ ଅନଲାଇନରେ ଖେଳିବା ପାଇଁ ବହୁତ ଇଣ୍ଟରନେଟ ଡାଟା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିସହ ବିଭିନ୍ ଗେମିଂ ୱେବସାଇଟକୁ ଯାଇ ଅନଲାଇନ ଗେମ୍ ଖେଳିଲେ କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ ସ୍ଲୋ ହେବାର ଏବଂ ଭାଇରସ୍ ଆସିବାର ଆଶଙ୍କା ଥାଏ । ତେଣୁ ଆପଣ ଯଦି କେତେବେଳେ ଅନଲାଇନରେ କୌଣସି ହାଲକାଫୁଲକା ଏବଂ ସୁରକ୍ଷିତ ଭାବେ …

ମୋବାଇଲ ନେଟୱର୍କ ଓ ମୋବାଇଲ ପରେ ବିଟ୍ କଏନ୍, କ୍ରିପ୍ଟୋକରେନ୍ସି ଭଳି ଭର୍ଚୁଆଲ୍ କରେନ୍ସି ବା ଇଣ୍ଟରନେଟ ଜଗତରେ ପ୍ରଚଳିତ ମୁଦ୍ରା ଆରମ୍ଭ କରିବାକୁ ଯାଉଛି ରିଲାଏନ୍ସ ଜିଓ । ଏହି ନୂଆ ପ୍ରକାର ଭର୍ଚୁଆଲ୍ ମୁଦ୍ରାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସ୍ୱୀକୃତି ଦେଇନଥିଲେ ମଧ୍ୟ ବିଦେଶରେ ଏହାର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଭବିଷ୍ୟତ ବଜାରକୁ ଦୃଷ୍ଟିରେ ରଖି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ କମ୍ପାନୀ ଏହି ଭର୍ଚୁଆଲ କରେନ୍ସି ପ୍ରଚଳନ କରିବାକୁ ଯୋଜନା କରୁଛି …

ଲୋକପ୍ରିୟ କୁଇଜ୍ ରିୟଲିଟି ସୋ ‘କୌନ୍ ବନେଗା କରୋଡ଼ ପତି’ ବା କେବିସିରେ ଅମିତାଭ ବଚ୍ଚନ ଯେତେବେଳେ କହନ୍ତି ‘କମ୍ପ୍ୟୁଟର୍ ଜୀ ଲକ୍ କିୟା ଜାୟେ’, ସେତେବେଳେ କେବଳ ହଟ୍ ସିଟରେ ବସିଥିବା ପ୍ରତିଯୋଗୀ ନୁହନ୍ତି, ଟିଭି ଦେଖୁଥିବା ଦର୍ଶକଙ୍କ ମଧ୍ୟ ହୃତସ୍ପନ୍ଦନ ବଢ଼ିଯାଏ । ଆପଣ ଅନେକ ସମୟରେ କେବିସିରେ ପ୍ରତିଯୋଗୀଙ୍କ କମ୍ପ୍ୟୁଟର୍ ସ୍କ୍ରିନର ଝଲକ୍ ଦେଖିବାକୁ ପାଇଥିବେ । କିନ୍ତୁ କେବେ ସୋ’ର ହୋଷ୍ଟ୍ ଅର୍ଥାତ୍ ଅମିତାଭ ବଚ୍ଚନଙ୍କ ଆଗରେ ଲାଗିଥିବା କମ୍ପ୍ୟୁଟର୍ ସ୍କ୍ରିନ …

ସମୟ ସନ୍ଧ୍ୟା 7ଟା । ଦିନଯାକର ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବାକୁ ଅନ୍ୟ ଦିନ ଭଳି ସେଦିନବି ଅନେକଙ୍କ ନଜର ଥାଏ ଟିଭିର ପ୍ରାଇମ୍ ଟାଇମ୍ ବୁଲେଟିନ୍ ଉପରେ । କିନ୍ତୁ ଯେତେବେଳେ ବୁଲେଟିନ ଆରମ୍ଭ ହେଲା, ସମସ୍ତେ ଚକିତ ହୋଇଗଲେ । ଖବର ପଢ଼ିବା ପାଇଁ ନିଜ 8 ବର୍ଷର ଝିଅ ସହ ବସିଥିଲେ ସାମ୍ବାଦିକା । ଗତକାଲି ଏଭଳି ନ୍ୟୁଜ ବୁଲେଟିନ୍ ପ୍ରସାରଣ ହୋଇଥିଲା ପାକିସ୍ତାନର ଏକ ପ୍ରମୁଖ ଚ୍ୟାନେଲ ସମା ଟିଭିରେ । ଖବର ପଢ଼ିଥିଲେ ଆଙ୍କର କିରଣ ନାଜ୍ । …