ବ୍ୟାଙ୍କ ମିଶ୍ରଣକୁ ବିରୋଧ, ୨୬ରେ ଦୁଇଦିନିଆ ଧର୍ମଘଟ
ଗତମାସ ୩୦ ତାରିଖରେ ସରକାରଙ୍କ ଦ୍ୱାରା ବ୍ୟାଙ୍କଗୁଡ଼ିକର ମିଶ୍ରଣ ପାଇଁ ନିଆଯାଇଥିବା ନିଷ୍ପତିକୁ ୪ଟି କର୍ମଚାରୀ ସଂଗଠନ କଡ଼ା ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ସଂଗଠନ ପକ୍ଷରୁ ଦେଶବ୍ୟାପୀ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଆସନ୍ତା ୨୬ ଏବଂ ୨୭ ତାରିଖରେ ଧର୍ମଘଟରେ ସାମିଲ ହେବାକୁ ବ୍ୟାଙ୍କ କର୍ମଚାରୀମାନଙ୍କୁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। ଫଳରେ ମାସ ଶେଷକୁ ୪ ଦିନ ଲଗାତାର ବନ୍ଦ ରହିବ ବ୍ୟାଙ୍କ । ଏହି ସଂଗଠନ ଗୁଡିକ ହେଉଛି ଅଲ …
ଭାରତର ଆର୍ଥିକ ଅଭିବୃଦ୍ଧି ଆଶାଠାରୁ ଅତ୍ୟନ୍ତ ଦୁର୍ବଳ :ଆଇଏମଏଫ
ଭାରତର ଦୁର୍ବଳ ଅର୍ଥନୀତିକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ହେବାକୁ ଲାଗିଛି। ଭାରତରେ ସମ୍ପ୍ରତି ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ମଧ୍ୟ ଚିନ୍ତାବ୍ୟକ୍ତ କରିଛି। ଦେଶର ଆର୍ଥିକ ଅଭିବୃଦ୍ଧି ଆଶାଠାରୁ ଅତ୍ୟନ୍ତ ଦୁର୍ବଳ ରହିଛି ବୋଲି ଆଇଏଏଫ କହିଛି। କର୍ପୋରେଟ ଏବଂ ପରିବେଶ ସମ୍ବନ୍ଧୀୟ ନିୟାମକରେ ଅନିଶ୍ଚିତତା ଏବଂ କିଛି ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡ଼ିକର ଦୁର୍ବଳତାକୁ ଏଥିପାଇଁ ଦାୟୀ କରାଯାଇଛି। କିନ୍ତୁ ଆଇଏମଏଫ ଆହୁରି ମଧ୍ୟ କହିଛି ଯେ, ଦୁର୍ବଳ ଅଭିବୃଦ୍ଧି ସତ୍ବେ …
ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସଂପାଦକ ଅଶୋକ କୁମାର ମହାପାତ୍ର
ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସହକାରୀ ମ୍ୟାନେଜର ତଥା ଭାରପ୍ରାପ୍ତ ସମ୍ପାଦକ ଅଶୋକ କୁମାର ମହାପାତ୍ରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ, ସମ୍ବଲପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର ,ଝାରସୁଗୁଡ଼ା ଏବଂ ରାଉରକେଲାର ଭିଜିଲାନ୍ସ ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ କରିଛନ୍ତି। ଭିଜିଲାନ୍ସ ଟିମ୍ ପ୍ୟାଲେସ୍ …
ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ରହିବନି ବସ !
ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସାଶନ ପକ୍ଷରୁ ଏକ ବିଶେଷ ପଦେକ୍ଷପ ନିଆଯାଇଛି । ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍ ଷ୍ଟପ୍ ଗୁଡ଼ିକରେ ଆଉ ବସ୍ ରହିବ ନାହିଁ। ଏହିସବୁ ଛକରେ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସତ୍ସଙ୍ଗ ବିହାର ସମ୍ମୁଖରେ ଏକ ନୂଆ ବସ୍ ଷ୍ଟପ୍ କରାଯାଇଛି। ଯାତ୍ରୀମାନେ ଯେଭଳି ବସ୍ ଧରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା …
ଆଇଏନ୍ଏକ୍ସ ମିଡିଆ ମାମଲା:ପି. ଚିଦମ୍ବରମଙ୍କ ସଂପର୍କରେ ୭ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ
ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କ ସଂପର୍କରେ ୭ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପି. ଚିଦମ୍ବରମଙ୍କ ଜାମିନ ଆଦେନର ଶୁଣାଣି କରି ସିବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ନ୍ୟାୟାଳୟ । ସୂଚନାଯୋଗ୍ୟ ଆଇଏନ୍ଏକ୍ସ ମିଡିଆ ମାମଲାକୁ ନେଇ ସ୍ୱତନ୍ତ୍ର ସିବିଆଇ ଅଦାଲତ ପି ଚିଦମ୍ବରମଙ୍କୁ ୧୪ଦିନ ପର୍ଯ୍ୟନ୍ତ …
ମୋଦୀଙ୍କ ପ୍ରମୁଖ ସଚିବ ହେଲେ ଓଡ଼ିଆ ଆଇଏଏସ୍ ପି.କେ ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଆଜି ବରିଷ୍ଠ ପ୍ରଶାସକ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ସୂଚନାନୁଯାୟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ କାର୍ଯ୍ୟକାଳ ଆଉ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ପି. କେ. ମିଶ୍ରଙ୍କ କାର୍ଯ୍ୟାକାଳକୁ ବୃଦ୍ଧି କରାଯିବା ସହ ତାଙ୍କର ପଦନ୍ନୋତି ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଆଜି ସ୍ପଷ୍ଟ ହୋଇଛି। ସେ ପୂର୍ବରୁ …
ଆହୁରି ତିନିଦିନ ବର୍ଷା !
ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ସକାଳୁ ବର୍ଷା ଲାଗିରହିଥିବା ବେଳେ ଆଜିଠୁ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ର ୪ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କଟକ, ଢେଙ୍କାନାଳର କିଛି ସ୍ଥାନରେ …
ଛୁଟିରେ ଖୋଲା ରହିବ ଆରଟିଓ କାର୍ଯ୍ୟାଳୟ!
ନୂଆ ମୋଟର ଯାନ ଆଇନ ଲାଗୁ ହେବାପରେ ମୋଟା ଅଙ୍କର ଜୋରିମାନାରୁ ବଞ୍ଚିବା ପାଇଁ ଆରଟିଓ କାର୍ଯ୍ୟାଳୟରେ ଶହ ଶହ ଲୋକଙ୍କ ଭିଡ ଲାଗୁଛି । ଏହାସହ ଟ୍ରାଫିକ କଟକଣା ୩ ମାସ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ୩ ମାସ ମଧ୍ୟରେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିବା ପରେ ପରିବହନ ବିଭାଗ ଓ ସାଧାରଣ ଲୋକଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲୋକ …
କମିଶନରେଟ୍ ପୁଲିସର ନୂଆ ପ୍ରୟାସ : ବିନା ହେଲମେଟ୍ ଗାଡ଼ି ଚାଳକଙ୍କଠୁ ଫାଇନ କାଟି ଦିଆଯାଉଛି ହେଲମେଟ୍
ଟ୍ରାଫିକ ନିୟମ ନେଇ ଲୋକମାନଙ୍କୁ ସଚେତନ କରିବାକୁ କମିଶନରେଟ ପୁଲିସ ନୂଆ ପ୍ରୟାସ । ବିନା ହେଲମେଟ୍ରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଫାଇନ କାଟିବା ସହ ସେହି ଟଙ୍କାରେ ହେଲମେଟ୍ ଦିଆଯାଉଛି। ରାଜଧାନୀର କଳ୍ପନା ଛକରେ ପ୍ରାଥମିକ ଭାବେ ଏଭଳି ନିଆରା ଉଦ୍ୟମ କରିଛି କମିଶନରେଟ୍ ପୁଲିସ। ଯେଉଁ ବାଇକ ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି, ସେମାନଙ୍କଠାରୁ ୫୦୦ ଟଙ୍କା ଫାଇନ ନେବା ସହ ଏହା ବଦଳରେ ହେଲମେଟ ଦେଇଛି ପୁଲିସ। ଏହାଦ୍ୱାରା ବାଇକ ଚାଳକ …
ପୁରୀ-ସମ୍ବଲପୁରରେ ଟ୍ରିପଲ ଏନ୍କାଉଣ୍ଟର
ପୁଣି ଆକ୍ସନ ମୋଡରେ ପୋଲିସ୍ । ପୁରୀ ଓ ସମ୍ବଲପୁରରେ ଜିଲ୍ଲାରେ ତିନୋଟି ଏନ୍କାଉଣ୍ଟର ହୋଇଛି। ଗତ ରାତିରେ ପୁରୀର ଦୁଇଟି ପୃଥକ ପୃଥକ ସ୍ଥାନରେ ଏନ୍କାଉଣ୍ଟର ହୋଇଥିବାବେଳେ ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରଧୀ ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍। ଗତକାଲି ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ତାଳବଣିଆ ଥାନା …