ଲଙ୍କା ଫସଲରୁ ଲାଭ ମିଳିବାର ଉପାୟ

Read More

ସର୍ବନିମ୍ନ ସହାୟକ ମୂଲ୍ୟରେ ରବି ଫସଲ ବିକ୍ରି ପାଇଁ ବଜାର ସୁବିଧା

Read More

ଶୃଙ୍ଖଳିତ ଖାଦ୍ୟ ଦ୍ଵାରା ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି…

Read More

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଓଡିଆ ଆଥଲେଟିକ କୋଚ ସଞ୍ଜୟ ଗଡନାୟକଙ୍କ ନାମ ସୁପାରିଶ କରିଛି ଭାରତୀୟ ଆଥଲେଟିକ ମହାସଂଘ । ଚଳିତ ମାସ ମେ ୫, ୬ ଦୁଇ ଦିନ ଧରି ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ସାଉଥ ଏସିଆନ ଜୁନିୟର ଆଥଲେଟିକ୍ସ ଚମ୍ପିଆନସିପସ ପାଇଁ ସେ ପ୍ରସ୍ତୁତି ପର୍ବ ଚଳାଇଛନ୍ତି । ଧ୍ୟାନଚାନ୍ଦ ପୁରସ୍କାର ପାଇଁ ବବି ଏଲୟସିଅସ, କୁଲଦୀପ ସିଂହ ଭୁଲାର ଏବଂ ଜଟା ଶଙ୍କର । ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର …

ଆଜିର ଦିନରେ ଜନ୍ମ ହୋଇଛନ୍ତି ୱେଷ୍ଟଇଣ୍ଡିଜର ମହାନ୍ କ୍ରିକେଟ ତାରକା ଗର୍ଡନ ଗ୍ରିନିଜ । ନିଜର ୧୦୦ତମ ଏକଦିବସୀୟରେ ଶତକ ହାସଲ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ହେଉଛନ୍ତି ଗ୍ରିନିଜ । ଟେଷ୍ଟ ଇତିହାସରେ ରିଟାୟାର୍ଡ ନଟଆଉଟ ଭଳି ଏକ ବିରଳ ରେକର୍ଡ ମଧ୍ୟ ରହିଛି ତାଙ୍କ ନାଁରେ । ବାର୍ବାଡୋସ ପକ୍ଷରୁ ଖେଳିବା ପୂର୍ବରୁ ଇଂଲିସ କାଉଣ୍ଟିଂ କ୍ରିକେଟ ଖେଳି କ୍ୟାରିୟର ଆରମ୍ଭ କରିଥିଲେ ଗ୍ରିନିଜ । ଅନେକ ସିଜିନରେ ହାମ୍ପସାୟାର ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ …

ସଂପ୍ରତି ବିଶ୍ୱ କ୍ରିକେଟରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଅବିସ୍ମରଣୀୟ ରହିଛି । ୨୦୦୭ରେ ଆୟରଲାଣ୍ଡ ବିପକ୍ଷରେ ପଦାର୍ପଣ କଲା ପରଠାରୁ ତାଙ୍କ ପ୍ରଦର୍ଶନରେ ଅଭୁତପୂର୍ବ ଉନ୍ନତି ଦେଖିବାକୁ ମିଳିଛି । ୱେଷ୍ଟ ଜୋନ୍ ତରଫରୁ ସେଣ୍ଟ୍ରାଲ ଜୋନ୍ ବିପକ୍ଷରେ ରୋହିତ ଖେଳିଥିବା ୧୪୨ ରନର ଇଂନିସ ତାଙ୍କୁ ଲୋକଲୋଚନକୁ ଆଣିଥିଲା । ୨୦୦୭ ଟି-୨୦ ବିଶ୍ୱକପରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ରନର ଦମଦାର ଇଂନିସ ତାଙ୍କ ପ୍ରତିଭାର ବଳିଷ୍ଠ ପ୍ରମାଣ । ଏହି ଇଂନିସ …

ଓମ୍ ଶାନ୍ତି ଓମ୍ ରୁ କ୍ୟାରିୟର ଆରମ୍ଭ କରିଥିବା ଦୀପିକା ପାଦ୍ୟୁକୋନଙ୍କ ଅଭିନୀତ ଅଧିକାଂଶ ଫିଲ୍ମ ୧୦୦ କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ କରିଛି । ମୃଗ ପରି ନୟନ ଯୁଗଳ, ସରୁ ଅଣ୍ଟା, ସୁମଧୁର ସ୍ୱର, ଆକର୍ଷଣୀୟ ଉଚ୍ଚତା, ଘନ କଳା କେଶ ଗୁଚ୍ଛ, ପୂରିଲା ପୂରିଲା ଗାଲରେ ହସି ଦେଲା କ୍ଷଣି ସ୍ପଷ୍ଟ ପ୍ରତୀୟମାନ ହେଉଥିବା ମନଲୋଭା ଭଉଁରୀ ପାଇଁ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଦୀପିକା । ସୁନ୍ଦର ଚେହେରା ସାଙ୍ଗକୁ ଜବରଦସ୍ତ ଅଭିନୟ …

ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଗ୍ନିବର୍ଷୀ ବୋଲିଂ ମାଧ୍ୟମରେ ବିଶ୍ୱ କ୍ରିକେଟରେ ପ୍ରଧାନ୍ୟ ବିସ୍ତାର କରିଥିଲେ କଙ୍ଗାରୁ ଦଳର ମ୍ୟାକଗ୍ରାଥ, ବ୍ରେଟଲି ଏବଂ ଜାସନ ଗିଲେସ୍ପି । ବିଶ୍ୱର ଯେକୌଣସି ବ୍ୟାଟିଂ ଲାଇନ୍ କୁ ବିଧ୍ୱସ୍ତ କରିବାର କ୍ଷମତା ରଖିଥିଲେ ଏହି ତ୍ରିମୂର୍ତ୍ତି । କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ସଭିଁଙ୍କୁ ଅଭିଭୂତ କରିବା ଭଳି କ୍ଷମତା ରଖିଥିଲେ ଜାସନ ଗିଲେସ୍ପି । ନାଇଟ ୱାଚମ୍ୟାନ ଭାବେ ସର୍ବାଧିକ ରନ୍ ହାସଲ କରିଛନ୍ତି ସେ । ୨୦୦୬ …

ଟି-୨୦ କ୍ରିକେଟରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୧୦,୦୦୦ ରନ୍ ସଂଗ୍ରହ କରିଛନ୍ତି କାରବିୟାନ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ଫଟାଫଟ ଫର୍ମାଟରେ ସବୁଠୁ ଅଧିକ ରନ୍ ସଂଗ୍ରହ କରିବାର ଗୌରବ ହାସଲ ମଧ୍ୟ କରିଛନ୍ତି ଏହି ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ । ଏଯାବତ୍ ୧୧,୧୩୧ ରନ୍ ସଂଗ୍ରହ କରିସାରିଲେଣି ଗେଲ । ଚୌକା ଓ ଛକା ମାରି ସଂଗ୍ରହ କରିଛନ୍ତି ୮୩୦୬ ରନ୍ । ଟି-୨୦ରେ ସଫଳ ବ୍ୟାଟ୍ସମ୍ୟାନଙ୍କ ତାଲିକା ଗେଲ(୧୧,୧୩୧ ରନ୍) ମ୍ୟାକୁଲମ୍(୯୦୩୯ …

ପ୍ରାୟ 1550 ମସିହାରୁ ବାନ୍ତୁ ଓ ଚଟୁର ଖେଳ କ୍ରିକେଟ ଆରମ୍ଭ ହୋଇଛି । ଦିନକୁ ଦିନ ଏହି ଖେଳର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । କ୍ରୀଡା ସାମ୍ବାଦିକତା ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । କ୍ରୀଡା ସମ୍ବନ୍ଧୀୟ ଯେକୌଣସି ନିବନ୍ଧ ଲେଖିଲାବେଳେ ଉକ୍ତ କ୍ରୀଡା ସମ୍ପର୍କରେ ଗଭୀର ଅନୁଶୀଳନର ଆବଶ୍ୟକତା ରହିଛି । କ୍ରିକେଟ ସମ୍ପର୍କରେ କିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେ ନିୟମିତ ଉପସ୍ଥାପନ କରୁଛୁ । ଡେବ୍ୟୁ ଟେଷ୍ଟ ମ୍ୟାଚରେ …

ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ପୋଲିସ ସବ ଇନିସପେକ୍ଟର, ଡିଟେକ୍ଟିଭ ଡଗ୍ ସ୍କାର୍ଡ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୯.୦୩.୨୦୧୮ରୁ ଆପଣ ଅନ୍ ଲାଇନ୍ ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୮.୦୪.୨୦୧୮ ଶିକ୍ଷାଗତ ଯୋଗ୍ୟତା- ଭେଟନାରି ସାଇନ୍ସରେ ସ୍ନାତକ କରିଥିଲେ ଆପଣ ଏହି ଚାକିରି ପାଇଁ ଆବେଦନ କରିପାରିବେ । ଭେଟନାରୀ ସାଇନ୍ସ ପଢିଥିବା ଆବେଦନକାରୀଙ୍କ ସଂଖ୍ୟା କମ୍ ହେଲେ ଜୁଲୋଜି ସମ୍ମାନ ନେଇ ସ୍ନାତକ କରିଥିଲେ ମଧ୍ୟ …

ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । କମ୍ ସମୟରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଆଇପିଏଲ୍ ଦେଖିବାକୁ ଚାତକ ପରି ଚାହିଁ ବସିଛନ୍ତି ଭାରତୀୟ ଦର୍ଶକ । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସେ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେ ଏଠାରେ ଉପସ୍ଥାପନ କରୁଛୁ । ସର୍ବାଧିକ ୩ ଥର ଆଇପିଏଲ୍ ଜିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ସବୁଠୁ ଅଧିକ ୯୨ଟି ମ୍ୟାଚରେ ମଧ୍ୟ ବିଜୟୀ ହୋଇଛି ଏହି …