ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ୍ ନେଇ ବାଟ ଫିଟିଲା

Read More

ଖସିଲା ୧୩୨ କେଭିର ବିଦ୍ୟୁତ ତାର

Read More

ବିଧାନସଭା ବଜେଟ୍ ଅଧିବେସନ, ପ୍ରଥମରୁ ମୁଲତବି

Read More

ନିଜ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ରାଜ୍ୟର ୨୪ଜଣ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟ ବିଧାନସଭା ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧର୍ନା ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ଉକୃଷ୍ଟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି। ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ବିଧାୟକମାନଙ୍କୁ …

କର ବା ମର ମ୍ୟାଚରେ ଇଂଲଣ୍ଡ ବିରୋଧରେ ୨୦୩ ରନର ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିଛି ଭ୍ରମଣକାରୀ ଦଳ । ବିଶେଷତଃ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ପ୍ରଥମ ଇଂନିସରେ ଅଧିନାୟକ କୋହଲି ଓ ରାହାଣେଙ୍କ ଚମକପ୍ରଦ ବ୍ୟାଟିଂ, ପାଣ୍ଡ୍ୟାଙ୍କ ବିଧ୍ୱଂସୀ ବୋଲିଂକୁ ଆଧାର କରି ଭ୍ରମଣକାରୀ ଦଳକୁ ଅଡୁଆରେ …

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ବିଜୟର ଦ୍ୱାର ଦେଶରେ ଉପନୀତ ହୋଇଛି । କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟ ପରେ ତୃତୀୟ ମ୍ୟାଚରେ ଉଭୟ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଚତୁର୍ଥ ଇଂନିସରେ ଘରୋଇ ଇଂଲଣ୍ଡ ଦଳ ସମ୍ମୁଖରେ ୫୨୧ ରନ୍ ର ବିଶାଳ ଲକ୍ଷ୍ୟ ରହିଥିଲା । ମିଳିଥିବା ସୂଚନାନୁଯାୟୀ ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ୯ ଉଇକଟେ …

ଆଜିଠାରୁ ଭାରତ ଓ ଆଫଗାନିସ୍ଥାନ  ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚରେ ଏକ ନିଆରା ରେକର୍ଡ ସ୍ଥାପନ କରିଛନ୍ତି ଶିଖର ଧାୱନ । ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଶତକ ହାସଲ କରିବାରେ ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି ଧାୱନ । ପୂର୍ବରୁ ଭିକ୍ଟର ଟ୍ରମ୍ପର, ଚାଲର୍ସ ମାକରଟିନି, ଡନ ବ୍ରାଡମ୍ୟାନ, ମାଜିଦ ଖାନ ଏବଂ ଡେଭିଡ ୱାର୍ଣ୍ଣର ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟର …

ନୂଆଦିଲ୍ଲୀଠାରେ ଆୟୋଜିତ ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଓଡିଆ ଚଳଚ୍ଚିତ୍ର ହାଲୋ ଆରସି ୩ଟି ପୁରସ୍କାର ହାତେଇଛି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମିଳିଛି ସ୍ପେଶାଲ ମେନସନ ପୁରସ୍କାର । ଶ୍ରେଷ୍ଠ ସଂଳାପ, ଶ୍ରେଷ୍ଠ ଓଡିଆ ଚିତ୍ର ଏବଂ ସ୍ୱତନ୍ତ୍ର ବର୍ଗରେ ପୁପସ୍କାର ହାସଲ କରିଛି ଏହି ଓଡିଆ ଚଳଚ୍ଚିତ୍ର । ପ୍ରଯୋଜକ ଅଜୟ ରାଉତରାୟ ଏବଂ ନିର୍ଦ୍ଦେଶକ ସମ୍ବିତ ମହାନ୍ତିଙ୍କୁ ରଜତ କମଳ ସହ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । …

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଓଡିଆ ଆଥଲେଟିକ କୋଚ ସଞ୍ଜୟ ଗଡନାୟକଙ୍କ ନାମ ସୁପାରିଶ କରିଛି ଭାରତୀୟ ଆଥଲେଟିକ ମହାସଂଘ । ଚଳିତ ମାସ ମେ ୫, ୬ ଦୁଇ ଦିନ ଧରି ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ସାଉଥ ଏସିଆନ ଜୁନିୟର ଆଥଲେଟିକ୍ସ ଚମ୍ପିଆନସିପସ ପାଇଁ ସେ ପ୍ରସ୍ତୁତି ପର୍ବ ଚଳାଇଛନ୍ତି । ଧ୍ୟାନଚାନ୍ଦ ପୁରସ୍କାର ପାଇଁ ବବି ଏଲୟସିଅସ, କୁଲଦୀପ ସିଂହ ଭୁଲାର ଏବଂ ଜଟା ଶଙ୍କର । ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର …

ଆଜିର ଦିନରେ ଜନ୍ମ ହୋଇଛନ୍ତି ୱେଷ୍ଟଇଣ୍ଡିଜର ମହାନ୍ କ୍ରିକେଟ ତାରକା ଗର୍ଡନ ଗ୍ରିନିଜ । ନିଜର ୧୦୦ତମ ଏକଦିବସୀୟରେ ଶତକ ହାସଲ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ହେଉଛନ୍ତି ଗ୍ରିନିଜ । ଟେଷ୍ଟ ଇତିହାସରେ ରିଟାୟାର୍ଡ ନଟଆଉଟ ଭଳି ଏକ ବିରଳ ରେକର୍ଡ ମଧ୍ୟ ରହିଛି ତାଙ୍କ ନାଁରେ । ବାର୍ବାଡୋସ ପକ୍ଷରୁ ଖେଳିବା ପୂର୍ବରୁ ଇଂଲିସ କାଉଣ୍ଟିଂ କ୍ରିକେଟ ଖେଳି କ୍ୟାରିୟର ଆରମ୍ଭ କରିଥିଲେ ଗ୍ରିନିଜ । ଅନେକ ସିଜିନରେ ହାମ୍ପସାୟାର ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ …

ସଂପ୍ରତି ବିଶ୍ୱ କ୍ରିକେଟରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଅବିସ୍ମରଣୀୟ ରହିଛି । ୨୦୦୭ରେ ଆୟରଲାଣ୍ଡ ବିପକ୍ଷରେ ପଦାର୍ପଣ କଲା ପରଠାରୁ ତାଙ୍କ ପ୍ରଦର୍ଶନରେ ଅଭୁତପୂର୍ବ ଉନ୍ନତି ଦେଖିବାକୁ ମିଳିଛି । ୱେଷ୍ଟ ଜୋନ୍ ତରଫରୁ ସେଣ୍ଟ୍ରାଲ ଜୋନ୍ ବିପକ୍ଷରେ ରୋହିତ ଖେଳିଥିବା ୧୪୨ ରନର ଇଂନିସ ତାଙ୍କୁ ଲୋକଲୋଚନକୁ ଆଣିଥିଲା । ୨୦୦୭ ଟି-୨୦ ବିଶ୍ୱକପରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ରନର ଦମଦାର ଇଂନିସ ତାଙ୍କ ପ୍ରତିଭାର ବଳିଷ୍ଠ ପ୍ରମାଣ । ଏହି ଇଂନିସ …

ଓମ୍ ଶାନ୍ତି ଓମ୍ ରୁ କ୍ୟାରିୟର ଆରମ୍ଭ କରିଥିବା ଦୀପିକା ପାଦ୍ୟୁକୋନଙ୍କ ଅଭିନୀତ ଅଧିକାଂଶ ଫିଲ୍ମ ୧୦୦ କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ କରିଛି । ମୃଗ ପରି ନୟନ ଯୁଗଳ, ସରୁ ଅଣ୍ଟା, ସୁମଧୁର ସ୍ୱର, ଆକର୍ଷଣୀୟ ଉଚ୍ଚତା, ଘନ କଳା କେଶ ଗୁଚ୍ଛ, ପୂରିଲା ପୂରିଲା ଗାଲରେ ହସି ଦେଲା କ୍ଷଣି ସ୍ପଷ୍ଟ ପ୍ରତୀୟମାନ ହେଉଥିବା ମନଲୋଭା ଭଉଁରୀ ପାଇଁ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଦୀପିକା । ସୁନ୍ଦର ଚେହେରା ସାଙ୍ଗକୁ ଜବରଦସ୍ତ ଅଭିନୟ …

ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଗ୍ନିବର୍ଷୀ ବୋଲିଂ ମାଧ୍ୟମରେ ବିଶ୍ୱ କ୍ରିକେଟରେ ପ୍ରଧାନ୍ୟ ବିସ୍ତାର କରିଥିଲେ କଙ୍ଗାରୁ ଦଳର ମ୍ୟାକଗ୍ରାଥ, ବ୍ରେଟଲି ଏବଂ ଜାସନ ଗିଲେସ୍ପି । ବିଶ୍ୱର ଯେକୌଣସି ବ୍ୟାଟିଂ ଲାଇନ୍ କୁ ବିଧ୍ୱସ୍ତ କରିବାର କ୍ଷମତା ରଖିଥିଲେ ଏହି ତ୍ରିମୂର୍ତ୍ତି । କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ସଭିଁଙ୍କୁ ଅଭିଭୂତ କରିବା ଭଳି କ୍ଷମତା ରଖିଥିଲେ ଜାସନ ଗିଲେସ୍ପି । ନାଇଟ ୱାଚମ୍ୟାନ ଭାବେ ସର୍ବାଧିକ ରନ୍ ହାସଲ କରିଛନ୍ତି ସେ । ୨୦୦୬ …