
ଲକଡାଉନ୍ ବେଳେ ବିଭିନ୍ନ ଧରଣର କୃଷି କାମକୁ ଅନୁମତି
କରୋନା ଜନିତ ସଂକ୍ରମଣକୁ ଦୂରେଇବା ଉଦ୍ଦେଶ୍ୟରେ କୃଷି କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖି ଯେଉଁସବୁ କାର୍ଯ୍ୟପାଇଁ ରାଜ୍ୟ ସରକାର ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟରେ ଅନୁମତି ଦେଇଛନ୍ତି ସେଗୁଡିକ ହେଲା.. – ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ କୃଷିଜାତ ଦ୍ରବ୍ୟ ସଂଗ୍ରହ। – ପନିପରିବା, ଫଳ,କୃଷି ଓ ଉଦ୍ୟାନ କୃଷି ଜାତ ଦ୍ରବ୍ଯ ପରିବହନ। – ନିୟନ୍ତ୍ରିତ ବଜାର କମିଟି, ଏସ୍. ଏଚ୍. ଜି ଆଦି ମାଧ୍ୟମରେ ସିଧସଳଖ କୃଷକମାନଙ୍କ ଠାରୁ କୃଷିଜାତ ଦ୍ରବ୍ୟ …

ଜମିରେ ଚାଷ କାର୍ଯ୍ୟ ଚାଲୁ ରହିବ
ଖରିଫ ଋତୁ ଆରମ୍ଭ ହୋଇଥିବାରୁ କରୋନା ଭୁତାଣୁ ଜନିତ ବନ୍ଦ ପରିସ୍ଥିତି ରେ ମଧ୍ୟ କୃଷକ ମାନେ ନିଜ ଜମିରେ ଚାଷ କାର୍ଯ୍ୟ କରିପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ନିଜର କିମ୍ବା ଭଡ଼ା କୃଷି ଯନ୍ତ୍ରପାତି ବ୍ୟବହାର ରେ କୌଣସି କଟକଣା ନାହିଁ। ଏଥିପାଇଁ ଚାଷୀମାନେ ନିକଟସ୍ଥ କୃଷି କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଅଧିକ ଅମଳ ପାଇଁ କରନ୍ତୁ ବିହନ ବିଶୋଧନ
ଯେପରି ସୁସ୍ଥ ମା’ ଗର୍ଭରୁ ସୁସ୍ଥ ସନ୍ତାନ ଜନ୍ମ ନିଏ ସେପରି ସୁସ୍ଥ ମଞ୍ଜିରୁ ସୁସ୍ଥ ଗଛଟିଏ ହୁଏ । ସୁସ୍ଥ ଗଛ ବା ଭଲ ଫସଲ ପାଇଁ ଭଲ ବିହନର ଆବଶ୍ୟକତା ରହିଥାଏ । ଉକୃଷ୍ଟ ବିହନର କେତେକ ବିଶେଷ ଗୁଣ ରହିଛି । ସେଗୁଡ଼ିକ ବିଷୟରେ ଜାଣନ୍ତୁ… -ନିରୋଳା,ନିରୋଗା, ଅଧିକ ଅମଳକ୍ଷମ ହୋଇଥିବା ଦରକାର -ନିର୍ଦ୍ଦିଷ୍ଟ ମାନର ଗଜା ଶକ୍ତି ରହିଥିବ -ନିର୍ଦ୍ଦିଷ୍ଟମାନର ସାଧାରଣ ଶୁଦ୍ଧାତା ରହିଥିବ -ଅନ୍ୟ କିସମର ମଞ୍ଜି ମିଶି ନଥିବ …

ଉଦ୍ୟାନକୃଷି ମିଶନ୍ ଯୋଜନାରେ ଲାଭ
ସରକାର କୃଷକମାନଙ୍କ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ସହାୟତା ଯୋଗାଇବା ସହ ନୂଆ ନୂଆ ଯୋଜନା ମାନ କରିଥାନ୍ତି । ସେହି ଦୃଷ୍ଟିରୁ ସରକାରଙ୍କ ଅନ୍ୟତମ କୃଷି ଓ କୃଷକ କଲ୍ୟାଣ ଯୋଜନା ହେଉଛି ‘ଉଦ୍ୟାନକୃଷି ମିଶନ୍ ଯୋଜନା’ ଏଥିରେ ବିଭିନ୍ନ ପ୍ରକାରର ଚାଷ ଓ ଯନ୍ତ୍ରପାତି କିଣା ପାଇଁ ସହାୟତା ରାଶି ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ କିଛି । ନୂତନ ଫଳ ବଗିଚା ପାଇଁ ହେକ୍ଟର ପିଛା ସହାୟତା ରାଶି : ଆମ୍ବ(ସାଧାରଣ)-୧୨,୭୫୦(୩ବର୍ଷରେ) …