
ପଂଚଗବ୍ୟ – ଜୈବିକ କୀଟନାଶକ
ପଂଚଗବ୍ୟ ଏକ ଜୈବିକ କୀଟନାଶକ । ଏହା ପ୍ରସ୍ତୁତି କରିବା ବେଶ ସହଜ ଓ ବ୍ୟବହାର ମଧ୍ୟ ଖୁବ୍ ଉପାଦେୟ । ଏଥିପାଇଁ ଆମକୁ ଗୋବର, ଗୋମୂତ୍ର, ଦୁଗ୍ଧ, ଦଧି, ଘିଅ, ଗୁଡ଼, ପଚିଲା କଦଳୀ, ନଡ଼ିଆପାଣି ଏବଂ ପାଣି ଦରକାର ହୋଇଥାଏ । ପ୍ରଣାଳୀ : ୭ କି.ଗ୍ରା ଗୋବରରେ ୧ କି.ଗ୍ରା ଗାଈ ଘିଅକୁ ସକାଳ କିମ୍ବା ସନ୍ଧ୍ୟା ସମୟରେ ଭଲଭାବେ ମିଶାଯାଇ ତାହାକୁ ୩ ଦିନ ପର୍ଯ୍ୟନ୍ତ ରଖାଯାଏ । ରଖିବା ପାଇଁ …

ମୁଗ ଫସଲରେ କୀଟ ପରିଚାଳନା
ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ପ୍ରାୟତଃ ୭୦ ଭାଗ ଲୋକ ଜୀବନ ଜୀଇଁବା ପାଇଁ ଚାଷ ଉପରେ ନିର୍ଭର କରିଥାନ୍ତି । ମୁଖ୍ୟତଃ ଧାନକୁ ବେଶୀ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଧାନ ଅମଳ ପରେ ପରେ ଜମିରେ ମୁଗ , ବିରି , ସୋରିଷ ପ୍ରଭୃତି ଚାଷ କରି ଚାଷୀ ମାନେ ଲାଭବାନ ହୋଇଥାନ୍ତି । ଡ଼ାଲିଜାତୀୟ ଫସଲ ଭିତରୁ ମୁଗକୁ ଉପକୂଳ ଓଡ଼ିଶାରେ ଚାଷୀମାନେ ଅଧିକ ଭାବେ ଚାଷ କରିଥାନ୍ତି । ଶସ୍ୟ …

ପ୍ରାକୃତିକ ପାଚନ – ପୁଦିନା
ଯେକୈାଣସି ଚାଷ କରିବାକୁ ହେଲେ ପ୍ରଥମେ ଏହାର ମୃତ୍ତିକା ଓ ଜଳବାୟୁ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ପୁଦିନା ଚାଷ ନିମନ୍ତେ ମାଟିର ପିଏଚ୍ ୬ ରୁ ୭ ଭିତରେ ଥିବା ଆବଶ୍ୟକ । ଯେଉଁ ଅଂଚଳରେ ୧୦୦-୧୫୦ସେମି ବର୍ଷା ହେଉଥିବ , ତାହା ପୁଦିନା ଚାଷ ନିମନ୍ତେ ପ୍ରକୃଷ୍ଟ ହୋଇଥାଏ । ଏତଦଭିନ୍ନ ପୁଦିନା ଚାଷ ହେଉଥିବା ମୃତ୍ତିକାର ଜଳ ଧାରଣ କ୍ଷମତା ଅଧିକ ଥିବା ସହ ଡ଼୍ରେନେଜ ଠିକ ଭାବରେ …

ଧାନ ଫସଲରେ ଆଜୋଲା
ଏହା ଏକପ୍ରକାର ଦଳ । ଏହାର ପତ୍ରଗୋଲରେ ନୀଳହରିତ ଶୈବାଳ ବାସ କରି ଯବକ୍ଷାରଜାନ ନିବନ୍ଧିତ କରେ । ଏହି ଦଳ ଖୁବ୍ଶୀଘ୍ର ବଂଶବିସ୍ତାର କରି ବଢିପାରେ । ଧାନ ରୋଇବା ପୂର୍ବରୁ ବା ବେଉଷଣ କରିବାର ୨/୩ ସପ୍ତାହ ଆଗରୁ ଜମିରେ ୪ଇଂଚ ଠିଆ ପାଣି ରଖି ଆଜୋଲା ଦଳ ଛାଡ଼ି ଦିଆଯାଏ । ଏଥିପାଇଁ ହେକ୍ଟର ପିଛା ୧୦୦୦ କିଗ୍ରା ଛଣା ଆଜୋଲା ଦଳ ଆବଶ୍ୟକ । ଏହି ପରିମାଣ ଆଜୋଲା ଦଳ ପାଇବା …

ଛାତ ଉପରେ ବଗିଚା
ଚାଷ ଜମିରେ ସବୁପ୍ରକାର ଫସଲ ଚାଷ କରାଯାଇଥାଏ । ଏକଥା ତ ସମସ୍ତଙ୍କୁ ଜଣା । କିନ୍ତୁ ଥରେ ଚିନ୍ତା କଲେ ଯଦି ସହରରେ ଘର କରି ରହୁଥିବେ , ଆଉ ଘର ଛାତ ଉପରେ ଭେଳିକି ଭେଳି ପନିପରିବା ଆଉ ଫୁଲଗଛ ଲାଗିଥିବ ଆଉ ସଂନ୍ଧ୍ୟା ହେଲେ ମହମହ ପବନ ସହ ସେସବୁ ଖୁବ୍ ଆକର୍ଷଣୀୟ ଲାଗୁଥିବେ ,ଏହା ମନକୁ ଆନନ୍ଦିତ କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ । ସେହି ପରିପ୍ରେକ୍ଷୀରେ ରୁଫଟପ୍ର …

ଲକଡାଉନ୍ ବେଳେ ବିଭିନ୍ନ ଧରଣର କୃଷି କାମକୁ ଅନୁମତି
କରୋନା ଜନିତ ସଂକ୍ରମଣକୁ ଦୂରେଇବା ଉଦ୍ଦେଶ୍ୟରେ କୃଷି କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖି ଯେଉଁସବୁ କାର୍ଯ୍ୟପାଇଁ ରାଜ୍ୟ ସରକାର ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟରେ ଅନୁମତି ଦେଇଛନ୍ତି ସେଗୁଡିକ ହେଲା.. – ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ କୃଷିଜାତ ଦ୍ରବ୍ୟ ସଂଗ୍ରହ। – ପନିପରିବା, ଫଳ,କୃଷି ଓ ଉଦ୍ୟାନ କୃଷି ଜାତ ଦ୍ରବ୍ଯ ପରିବହନ। – ନିୟନ୍ତ୍ରିତ ବଜାର କମିଟି, ଏସ୍. ଏଚ୍. ଜି ଆଦି ମାଧ୍ୟମରେ ସିଧସଳଖ କୃଷକମାନଙ୍କ ଠାରୁ କୃଷିଜାତ ଦ୍ରବ୍ୟ …

ଜମିରେ ଚାଷ କାର୍ଯ୍ୟ ଚାଲୁ ରହିବ
ଖରିଫ ଋତୁ ଆରମ୍ଭ ହୋଇଥିବାରୁ କରୋନା ଭୁତାଣୁ ଜନିତ ବନ୍ଦ ପରିସ୍ଥିତି ରେ ମଧ୍ୟ କୃଷକ ମାନେ ନିଜ ଜମିରେ ଚାଷ କାର୍ଯ୍ୟ କରିପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ନିଜର କିମ୍ବା ଭଡ଼ା କୃଷି ଯନ୍ତ୍ରପାତି ବ୍ୟବହାର ରେ କୌଣସି କଟକଣା ନାହିଁ। ଏଥିପାଇଁ ଚାଷୀମାନେ ନିକଟସ୍ଥ କୃଷି କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।