ଅଗଷ୍ଟ ଶେଷରେ ପରଦାକୁ ଆସିବ‘ୟମଲା ପଗଲା ଦିୱାନା-୩’

Yamla Pagla Deewana Phir Se

ସନି ଦେଓଲ, ବବି ଦେଓଲ ଓ ଧର୍ମେନ୍ଦ୍ରଙ୍କ ଅଭିନିତ ଦମଦାର କମେଡ଼ି ଫିଲ୍ମ ‘ୟମଲା ପଗଲା ଦିୱାନା’ର ତୃତୀୟ ସିରିଜ୍ ‘ୟମଲା ପଗଲା ଦିୱାନା ଫିର୍ସେ’ ଅଗଷ୍ଟ ୩୧ରେ ପରଦାକୁ ଆସୁଛି । ଏଥିରେ ଦେଓଲ ବାପ ପୁଅଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳିବା ସହ ଫିଲ୍ମଟି ଦର୍ଶକଙ୍କୁ ମନ ଭରି ହସେଇବାରେ ସଫଳ ହେବ ବୋଲି ଆଶା କରାଯାଉଛି । ଫିଲ୍ମଟିରେ ସଲମାନ, ସୋନାକ୍ଷୀ ସିହ୍ନା, ରେଖାଙ୍କ ଭଳି ଷ୍ଟାରମାନଙ୍କର କିଛି ଝଲକ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ନିର୍ଦ୍ଦେଶନା ନବନୀତ ସିଂ ଦେଇଥିବା ବେଳେ ପ୍ରଯୋଜନା ଭାର ନିଜେ ସନି ଦେଓଲ ସମ୍ଭାଳିଛନ୍ତି । ନିକଟରେ ଫିଲ୍ମର କେତେକ ପୋଷ୍ଟର ରିଲିଜ ହୋଇଛି ଯାହାକି ବେଶ୍ କୌତୁହଳ ପୃର୍ଣ୍ଣ ରହିବା ସହ ଦର୍ଶକଙ୍କ ମନରେ ଅଧିକ ଉତ୍ସାହ ଭରି ଦେଇଛି । ଏହା ସହ ଦର୍ଶକଙ୍କ ପସନ୍ଦଙ୍କୁ ଲକ୍ଷ୍ୟ କରାଯାଇ ଫିଲ୍ମଟି ତିଆରି ହୋଇଥିବାର ନିଜେ ଧର୍ମେନ୍ଦ୍ର ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ତେବେ ଦେଖାଯାଉ ଅନ୍ୟ ଦୁଇଟି ସିରିଜ ଅପେକ୍ଷା ଫିଲ୍ମଟି ବକ୍ସ ଅଫିସରେ ଅଧିକ ସଫଳ ହେଉଛି ନାଁ ନାହିଁ । ଆଗରୁ ଫିଲ୍ମଟି ଅଗଷ୍ଟ ୧୫ରେ ରିଲଜ୍ ହେବାର ଥିଲା ହେଲେ ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡ ସେହିଦିନ ରିଲିଜ୍ ହେଉଥିବାରୁ ଏହାର ରିଲିଜ୍ ତାରିଖ ଘୁଂଚାଇ ଦିଆଯାଇଛି ।

Previous ଓଡ଼ିଶାର ଅନ୍ୟତମ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର
Next ଗୋରାରଙ୍ଗ ପାଇଁ ଘରୋଇ ଉପଚାର

No Comment

Leave a reply

Your email address will not be published. Required fields are marked *