ହକି ମହାକୁମ୍ଭ: ଆଜି ଆର୍ଜେଣ୍ଟିନା-ସ୍ପେନ୍ ଓ ନ୍ୟୁଜଲ୍ୟାଣ୍ଡ-ଫ୍ରାନ୍ସ ମଧ୍ୟରେ ଲଢେଇ

world men's hockey championship 2018

ଦୁଇଦିନ ଧରି ଯଥାକ୍ରମେ ୨୭ -୨୮ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଓ କଟକର ବାରବାଟୀ ଷ୍ଟାଡ଼ିୟମରେ ବିଶ୍ୱକପ ହକିର ଉଦଘାଟନୀ ସମାରୋହ ବହୁ ଆଡ଼ମ୍ବରରେ ସମ୍ପର୍ଣ୍ଣ ହୋଇଛି । ଏହାସହ ଗତକାଲି କଳିଙ୍ଗ ଷ୍ଟାଡ଼ିୟମରେ ଦୁଇଟି ମ୍ୟାଚ୍ ମଧ୍ୟ ଖେଳାଯାଇଛି । ପ୍ରଥମ ମ୍ୟାଚ୍ ବେଲଜିୟମ ଓ କାନାଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥଲା । ଏହି ମ୍ୟାଚରେ ବେଲଜିୟମ ବିଜୟୀ ହେବା ସହ କାନାଡ଼ାକୁ ୨-୧ ଗୋଲରେ ପରାସ୍ତ କରିଥିଲା । ଏହାପରେ ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିଲା ଦ୍ୱତୀୟ ମ୍ୟାଚ । ଏହି ମ୍ୟାଚ୍ରେ ଭାରତ ଓ ଦକ୍ଷୀଣ ଆଫ୍ରିକା ମଧ୍ୟରେ କଡ଼ା ଟକର ଦେଖିବାକୁ ମିଳିଥିଲା । ଏଥିରେ ଭାରତୀୟ ଦଳ ବିଜୟୀ ହେବା ସହ ଦକ୍ଷୀଣ ଆଫ୍ରିକାକୁ ୫-୦ ଗୋଲରେ ପରାସ୍ତ କରିଥିଲା । ଭାରତର ଏହି ବିଜୟ ଉପସ୍ଥିତ ଦର୍ଶକଙ୍କ ମହଲରେ ଖୁସିର କୋଳାହଳ ସୃଷ୍ଟି କରିଥିଲା । ଏହି ମ୍ୟାଚରେ ସିମରନଜିତ ସିଂ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ସେହିଭଳି ଆଜି ଅନୁଷ୍ଠିତ ହେବାକୁ ଥିବା ଦୁଇଟି ମ୍ୟାଚରେ ଆର୍ଜେଣ୍ଟିନା-ସ୍ପେନ୍କୁ ଓ ନ୍ୟୁଜଲ୍ୟାଣ୍ଡ-ଫ୍ରାନ୍ସକୁ ଭେଟିବ ।

ଅନ୍ୟପକ୍ଷରେ ବୁଧବାର କଟକ ବାରବାଟୀରେ ଅନୁଷ୍ଠିତ ହୋଇଥିବା ଦ୍ୱୀତିୟ ଉଦଘାଟନୀ ସମାରୋହରେ ବଲିଉଡ଼ ଅଭିନେତା ସଲମାନ ଖାନ୍ ଓ ଓସ୍କାର ପୁରସ୍କାର ବିଜେତା ଗାୟକ ଏ.ଆର. ରହମନଙ୍କ ଉପସ୍ଥିତି ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲା । ସଲମାନ ଓଡ଼ିଆରେ ତାଙ୍କ ବକ୍ତବ୍ୟ ଆରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ବିଶ୍ୱକପ ହକି ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହାସହ କଟକ ଭାଇଚାରାକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଯାହାକି ଉପସ୍ଥିତ ଦର୍ଶକଙ୍କୁ ଅଧକ ଉତ୍ସାହିତ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱୀତିୟ ଉଦଘାଟନୀ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସଲମାନ ଖାନଙ୍କୁ ସମ୍ବର୍ନ୍ଧିତ କରିଥିଲେ ।

Previous ଘରେ ତିଆରି କରନ୍ତୁ ଶୀତଦିନିଆ ଲୋସନ
Next ଶୀତଦିନେ ତ୍ୱଚାର ଯତ୍ନ

No Comment

Leave a reply

Your email address will not be published. Required fields are marked *