ଶ୍ରୀଦେବୀଙ୍କ ବାୟୋପିକରେ ଜଲୱା ଦେଖାଇବେ ବିଦ୍ୟା

Vidya Balan set to act in Sridevi's biopic

ନିକଟରେ ପରଲୋକ ଘଟିଥିବା ବଲିଉଡ କୁଇନ୍ ଶ୍ରୀଦେବୀଙ୍କ ବାୟୋପିକ୍ ରେ ଅଭିନୟ କରିବେ ପ୍ରତିଭାବାନ୍ ଅଭିନେତ୍ରୀ ବିଦ୍ୟା ବାଲାନ୍ । ଏହି ବାୟୋପିକ୍ ଫିଲ୍ମ ନିର୍ମାଣ କରିବେ ଫିଲ୍ମ ନିର୍ମାତା ହଂସଲ ମେହେଟ୍ଟା । ଶ୍ରୀଦେବୀଙ୍କ ଜୀବଦଶାରେ ତାଙ୍କ ସହ କାମ କରିପାରିଲେନି ହଂସଲ । ଯାହାକି ତାଙ୍କ ଜୀବନର ଏକ ବଡ ଅବଶୋଷ । ଆକସ୍ମିକ ମୃତ୍ୟୁର ଠିକ୍ ପୂର୍ବରୁ ତାଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାର ଯୋଜନା କରିବା ସହ ଶ୍ରୀଦେବୀଙ୍କୁ ଯୋଗାଯୋଗ କରିଥିଲେ ହଂସଲ । ବଲିଉଡ୍ ଜଗତର ଏହି ସଫଳ ଅଭିନେତ୍ରୀଙ୍କ ଜୀବନ କାହାଣୀକୁ ନେଇ ଏକ ଫିଲ୍ମ ନିର୍ମାଣର ଯୋଜନା ରଖିଛନ୍ତି ସେ । ଏହି ବାୟୋପିକ୍ ଶ୍ରୀଦେବୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ହଂସଲ । ସୂଚନାଯୋଗ୍ୟ ଯେ ନିକଟରେ ଦୁବାଇର ଏକ ହୋଟେଲର ବାଥ୍ ଟବ୍ ରେ ଆକସ୍ମିକ ଭାବେ ମୃତ୍ୟୁ ଘଟିଥିଲା ଶ୍ରୀଦେବୀଙ୍କର ।

Previous ସୁପ୍ରିମକୋର୍ଟ ଆଡଭୋକେଟ ଅନ୍ ରେକର୍ଡ ପରୀକ୍ଷାରେ ଓଡ଼ିଆ ଯୁବ ଓକିଲ ଟପ୍ପର
Next ନିୟମିତ ସାଇକେଲ ଚଲାନ୍ତୁ, ଫିଟ ରହନ୍ତୁ

No Comment

Leave a reply

Your email address will not be published. Required fields are marked *