ଜମୁଛି ତୋଷାଳି, ବଢୁଛି ଭିଡ଼

TOSHALI CRAFT MELA

ସ୍ଥନୀୟ ଜନତା ମଇଦାନରେ ଗତ ଡ଼ିସେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଥିବା ତ୍ରୟୋଦଶ ତୋଷାଳି ଜାତୀୟ ହସ୍ତଶିଳ୍ପମେଳା ବହୁ ଧୁମଧାମରେ ଆଗେଇ ଚାଲିଛି । ଦିନେ ଯେତେ ଗଡ଼ୁଛି ମେଳାରେ ଭିଡ଼ ସେତେବଢୁଛି । ନୂଆବର୍ଷ ଓ ରବିବାର ଛୁଟି ମେଳାର ଭିଡ଼କୁ ଅଧିକ କରିଦେଇଛି । ଚିଳିତବର୍ଷ ଏହି ମେଳାରେ ୨୫ ରାଜ୍ୟର ୩୫୦ କାରିଗର ସାମିଲ ହୋଇଛନ୍ତି । ଚଳିତ ବର୍ଷ ମେଳାରେ ୩୮୦ଟି ଷ୍ଟଲ ଖୋଲାଯାଇ ଥିବା ବେଳେ ଏଥିରେ ୨୦୦ଟି ହସ୍ତଶିଳ୍ପ, ୧୩୦ଟି ହସ୍ତତନ୍ତ ଓ ୩୦ଟି ଫୁଡ଼ କୋର୍ଟ ରହିଛି। ବିଭିନ୍ନ ରାଜ୍ୟର ହାତତିଆରି ପୋଷାକ ସାଙ୍ଗକୁ ଦେଶୀ ବିଦେଶୀ ଖାଦ୍ୟର ମଜା ଉଠାଉଛନ୍ତି ମେଳାକୁ ଆସୁଥିବା ଲୋକମାନେ । ଘରସଜା ପାଇଁ ଟେରାକୋଟା, କାଠ, ବାଉଁଷ, ଚାନ୍ଦୁଆ, ତାଳପତ୍ର ଓ କାଗଜରେ ପ୍ରସ୍ତୁତ ସାମଗ୍ରୀର କିଣାବିକା ବଢିଛି । ସେହିଭଳି ମୁଢି ମାଂଶ, ମାଂଶ ଚକୁଳି ଖାଦ୍ୟର ଚାହିଦା ଟିକେ ଅଧିକ ରହିଛି । ରାଜସ୍ଥାନୀ, ସମ୍ବଲପୁରୀ, ବନାରସୀ ପୋଷକ ଅଧିକ କିଣୁଛନ୍ତି ମେଳାକୁ ଆସୁଥିବା ଲୋକ । ଆଦିବାସୀ ଗହଣା ସାଙ୍ଗକୁ ଟେରାକୋଟା ଗହଣାର ବିକ୍ରିବଟା ଭଲ ହେଉଛି । ସେହିଭଳି କନ୍ଧମାଳ ହଳଦୀ, ବ୍ରହ୍ମପୁର ବଡ଼ି,ପାମ୍ପଡ଼,ଆଚାର, କେଉଁଝର ଫୁଲବଡି ପଛରେ ପଡ଼ି ନାହିଁ । ପିଲାଙ୍କୁ ଭରପୁର ମଜା ଦେଉଛି ଦୋଳି ଓ ୱାଟର ବୋଟ । ସନ୍ଧ୍ୟା ସମୟରେ ବିଭିନ୍ନ କଳାକାରଙ୍କ ଦ୍ୱାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଆସୁଥିବା ଲୋକଙ୍କୁ ମନୋରଞ୍ଜନର ବେଶ ଖୋରାକ ଯୋଗାଉଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଚଳିତ ବର୍ଷ ଏଥିରେ ପାଖାପାଖି ୨୨ କୋଟି ଟଙ୍କାର ବିକ୍ରିବଟା ହେବବୋଲି ଆଶା କରାଯାଉଛି ।

Previous ନୀରବି ଗଲେ ହସ ଯାଦୁକର କାଦର
Next ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କି ନାହିଁ କେମିତି ଜାଣିବେ?

No Comment

Leave a reply

Your email address will not be published. Required fields are marked *