ଦର୍ଶକଙ୍କୁ ନିରାଶ କଲା ‘ଠଗସ୍ ଅଫ ହିନ୍ଦୁସ୍ତାନ’

Thugs of Hindostan opened in much negative reviews

ବହୁ ପ୍ରତିକ୍ଷୀତ ଅଭିନେତା ଆମିର ଖାନ ଓ ମହାନାୟକ ଅମିତାଭ ବଚନଙ୍କ ଅଭିନୀତ ଫିଲ୍ମ ‘ଠଗସ୍ ଅଫ ହିନ୍ଦୁସ୍ତାନ’ ଶୁକ୍ରବାର ମୁକ୍ତି ଲାଭ କରିଛି । ଏହାକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍ସାହ ଓ ଉତ୍ତକଣ୍ଠା ଭରି ରହିଥିଲେ ମଧ୍ୟ ଫିଲ୍ମଟି ଦର୍ଶକଙ୍କୁ ନିରାଶ କରିଛି । ୩୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଫିଲ୍ମଟି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ସହ ଭଲ ଆୟ କରିବ ବୋଲି ଆଶା କରାଯାଇଥିଲା । ହେଲେ ଏହାର କାହାଣୀ, ସଂଳାପ ଓ ଅନ୍ୟ କେତେକ କାରଣରୁ ଫିଲ୍ମଟି ଫଲ୍ପ ବୋଲି ଦର୍ଶକ ଓ ସିନେ ସମିକ୍ଷକ ମତଦେଇଛନ୍ତି । ସିନେ ସମୀକ୍ଷମାନେ ଏହାକୁ ୨ଓ ୨.୫ ଷ୍ଟାର ଦେଇଥିବା ବେଳେ ଏହାକୁ କେହି କେହି ସୁପର ଫ୍ଲପ ବୋଲି ଆକ୍ଷେପ କରି କହିଛନ୍ତି । ଏଥିରେ ଆମିର ଓ ଅମିତାଭ ଅଭିନୟ କରି ବଡ଼ ଭୁଲ କରିଛନ୍ତି ବୋଲି ସେମାନଙ୍କ ପ୍ରଶଂସକମାନେ ମତ ଦେଇଛନ୍ତି । ଦର୍ଶକମାନକୁ ଦିନ ଦୁଇପହରେ ନିର୍ମାତା ଠକିଛନ୍ତି ବୋଲି ଫିଲ୍ମ ଦେଖିଥିବା ଦର୍ଶକ ମତ ଦେଇଛନ୍ତି । ଫିଲ୍ମଟି ଦର୍ଶକମାନଙ୍କୁ ନିରାଶ କରିଥିଲେ ମଧ୍ୟ ପ୍ରଥମ ଦିନରେ ୫୨ କୋଟି ଟଙ୍କା କଲେକସନ କରି ଚଳିତ ବର୍ଷର ବିିଗ୍ ଓପନର ଫିଲ୍ମ ହୋଇ ପାରିଛି । ହେଲେ ଦ୍ୱିତୀୟ ଦିନରେ ଏହି ଆୟର ପରିମାଣ ଅଧାରୁ ଅଧିକ କମି ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ୮୭ କୋଟି ଟଙ୍କା ଆୟ କରିବାରେ ସକ୍ଷମ ହୋଇଛି ।

Previous ମଲ୍ଟିଲେୟର୍ ଫାର୍ମିଂ ବା ବହୁସ୍ତରୀୟ କୃଷି: ଖର୍ଚ୍ଚ ୪ ଭାଗରୁ ଭାଗେ, ଲାଭ ୮ ଗୁଣ
Next ଘୋଡ଼ା ନୁହେଁ କି ଗାଡ଼ି ନୁହେଁ ସି-ପ୍ଲେନରେ ଏଣ୍ଟ୍ରିକରିବେ ରଣବିର

No Comment

Leave a reply

Your email address will not be published. Required fields are marked *