କର୍କଟ ଚିକିତ୍ସା ସାରି ଆମେରିକାରୁ ମୁମ୍ବାଇ ଫେରିଲେ ସୋନାଲୀ

Sonali Bendre returns to Mumbai

କର୍କଟ ରୋଗରେ ପିଡ଼ିତ ହୋଇ ଗତ ଜୁଲାଇମାସରୁ ଆମେରିକାରେ ଚିକିତ୍ସିତ ହେଉଥିବା ସୋନାଲୀ ବେନ୍ଦ୍ରେ ଭାରତ ଫେରିଛନ୍ତି । ଆଜି ସକାଳୁ ସକାଳୁ ସ୍ୱାମି ଗୋଲ୍ଡି ବେହଲଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ଓହ୍ଲାଇଥିବା ବେଳେ ତାଙ୍କୁ ଦେଖି ପ୍ରସଂଶକ ମାନେ ଭାବପ୍ରବଣ ହୋଇଯାଇଥିଲେ । କର୍କଟ ରୋଗର ଚିକିତ୍ସା ପାଇଁ ତାଙ୍କୁ ଅନେକ କେମୋଥେରାପି ନେବା ସହ ଲଣ୍ଡା ହେବାକୁ ପଡ଼ିଥିଲା । ଏହି ସମ୍ବନ୍ଧରେ ସେ ବହୁ ଆଗରୁ ନିଜ ସୋସିଆଲ ମିଡ଼ିଆ ପୋଷ୍ଟ ଦ୍ୱାରା ଜଣାଇଥିଲେ । ହେଲେ ସେ କୌଣସି ପ୍ରକାର ୱିଗ୍ ନପିନ୍ଧି ସେପରି ଲଣ୍ଡା ହୋଇ ଫେରିଥିବାର ଦେଖିବାକୁ ମିଳିଛି । ଆଗ ଅପେକ୍ଷା ତାଙ୍କ ଚେହେରାରେ ଅନେକ ପରିବର୍ତ୍ତନ ଦେଖାଯାଉଥିଲେ ମଧ୍ୟ ମୁହଁରେ ହସ ଅପରିବର୍ତ୍ତନୀୟ ରହିଛି । ମୁମ୍ବାଇ ଫେରିବା ପୂର୍ବରୁ ନିଜ ମନର ଭାବନାକୁ ସୋସିଆଲ ମିଡ଼ିଆରେ ପ୍ରକାଶ କରି ସେ ଲେଖିଥିଲେ ଯେ, ‘ମୁଁ ଫେରୁଛି ସେହି ସ୍ଥାନକୁ ଯେଉଁଠି ମୋ ହୃଦୟ ଅଛି । ଏହା ଏମିତି ଏକ ଅନୁଭୂତି ଯାହାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରୁ ନାହିଁ । ପରିବାର ଓ ସାଙ୍ଗସାଥୀଙ୍କ ଦେଖିବା ପାଇଁ ଉତ୍ସାହିତ ଅଛି । ଏହାସହ ସେ ତାଙ୍କ ରୋଗର ଚିକିତ୍ସା ସମୟ ବିଷୟରେ ଜଣାଇବା ସହ ଏହି ଜର୍ଣ୍ଣି ଏବେ ସରି ନାହିଁ ବାସ ଏହା ଇଣ୍ଟରଭାଲ ବୋଲି କହିଛନ୍ତି ।

Previous Cine Actress Priyanka Chopra ties knot with Nikki.
Next ‘ମୋ ସାଇକେଲ’ଆୟୁଷ କେତେଦିନ?

No Comment

Leave a reply

Your email address will not be published. Required fields are marked *