ଭୁବନେଶ୍ୱର ପ୍ରଦର୍ଶନୀ ପଡିଆଠାରେ ଏକ ବେସରକାରୀ ରେଡିଓ ଷ୍ଟେସନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର ସୁଳଳିତ କଣ୍ଠ ସ୍ୱର ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ବଲିଉଡ଼ର ପ୍ରତିଭାବାନ୍ କଣ୍ଠଶିଳ୍ପୀ ଶାନ୍ । ତନହା ଦିଲ୍, ଗୁମ୍ ସୁମ୍ ହୋ କ୍ୟୁଁ, ଭୂଲ ଯା ଆଦି ଆଲବମ୍ ଏବଂ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ଗାଇ ଦେଖଣାହାରୀଙ୍କୁ ସମ୍ମୋହିତ କରିଥିଲେ ଏହି ଖ୍ୟାତନାମା କଣ୍ଠଶିଳ୍ପୀ । ୧୫ ବର୍ଷ ତଳେ ଗାଇଥିବା ସେଇ ବର୍ଷା ସେଇ ରାତି ଗାଇ ଓଡିଆ ସଙ୍ଗୀତ ସହିତ ତାଙ୍କର ପୁରୁଣା ସମ୍ପର୍କକୁ ପୁଣି ଥରେ ମନେ ପକାଇଦେଇଥିଲେ । ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀକୁ ମଧ୍ୟ ନିଜର ସୁଲଳିତ କଣ୍ଠରେ ଦର୍ଶକଙ୍କ ସମ୍ମୁଖରେ ପେସ୍ କରିଥିଲେ ଶାନ୍ ।
ଭୁବନେଶ୍ୱରରେ ଶାନଙ୍କ ଯାଦୁ
shaan hypnotised bhubaneswar audience

No Comment