ଏସିଆର କନ୍ଦର୍ପ ଶାହିଦ


ଲଣ୍ଡନର ଷ୍ଟର୍ନ ଆଇ ସାପ୍ତାହିକ ପତ୍ରିକା ଦ୍ୱାରା ଏସିଆର ୫୦ ଜଣ ସେକ୍ସିଏଷ୍ଟ ପୁରୁଷଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏହି ୫୦ ଜଣ ଅଭିନେତାଙ୍କର ରାଙ୍କ ପ୍ରସ୍ତୁତ କରିବା ପାଇଁ ବିଶ୍ୱବ୍ୟାପୀ ଅନ୍ ଲାଇନ୍ ଭୋଟିଂ ମାଧ୍ୟମରେ ଜନମତ ଲୋଡାଯାଇଥିଲା । ସବୁଠୁ ଅଧିକ ଭୋଟ ପାଇ ଚଳିତ ବର୍ଷର ସେକ୍ସିଏଷ୍ଟ ଏସିଆନ୍ ମେନ୍ ଭାବେ ବିବେଚିତ ହୋଇଛନ୍ତି ବଲିଉଡ୍ ଅଭିନେତା ଶାହିଦ କପୁର ।

୨୦୦୩ରେ ରିଲିଜ ହୋଇଥିବା ଇସ୍କ ଭିସ୍କରେ ଚମତ୍କାର ଅଭିନୟ ପାଇଁ ଫିଲ୍ମ ଫେୟାର ପକ୍ଷରୁ ପଦାର୍ପଣରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଲେ ଶାହିଦ । ପୁଣି ୨୦୧୪ରେ ହାଇଦର ପାଇଁ ଫିଲ୍ମ ଫେୟାର ପକ୍ଷରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଲେ ସେ । ଫିଲ୍ମ ଉଡତା ପଞ୍ଜାବରେ ନିଖୁଣ ଅଭିନୟ ପାଇଁ ଫିଲ୍ମଫେୟାର କ୍ରିଟିକ୍ସ ଆୱାର୍ଡ ମଧ୍ୟ ହାତେଇଥିଲେ ଏହି ପ୍ରତିଭାବାନ୍ ଅଭିନେତା ।

ସେକ୍ସଇଏଷ୍ଟ ଏସିଆନ ମେନ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଇଷ୍ଟର୍ନ ଆଇ ଏବଂ ତାଙ୍କ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି ଶାହିଦ । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ହ୍ରିତିକ୍ ରୋଶନ୍ । ପାକିସ୍ତାନି ବଂଶୋଦ୍ଭବ ବ୍ରିଟିଶ ଗାୟକ ଜିୟାନ୍ ମଲ୍ଲିକ ତୃତୀୟ ସ୍ଥାନରେ ରହିଛନ୍ତି । ୨୦୧୬ରେ ସେ ଟାଇଟଲ୍ ବିଜୟୀ ହୋଇଥିଲେ । ସେହିପରି ଛୋଟ ପରଦାର କଳାକାର ଭିଭିଆନ୍ ଡୋନା(୪ର୍ଥ), ଆଶିଷ ଶର୍ମା(୫ମ), ପାକିସ୍ତାନୀ ଅଭିନେତା ଫୱାଦ ଖାନ୍(୬ଷ୍ଠ), ଦବଙ୍ଗ ଖାନ୍ ସଲମାନ୍ ଖାନ୍(୭ମ), ଗୁରମିତ୍ ଚୌଧୁରୀ(୮ମ), ରଣବୀର ସିଂହ(୯ମ) ଏବଂ ବିରାଟ କୋହଲି(୧୦ମ) ସ୍ଥାନରେ ରହିଛନ୍ତି । ଗତ ବର୍ଷ ସପ୍ତମ ସ୍ଥାନରେ ଥିବା ଶାହିଦ କପୁର ଚଳିତ ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଥିବାର ଖବର ଶୁଣିବା ମାତ୍ରେ ଚକିତ ହୋଇଯାଇଥିଲେ ।

Previous ଖାକିର ମଣିଷପଣିଆ
Next ରୋହିତଙ୍କ ରେକର୍ଡ ବର୍ଷା

No Comment

Leave a reply

Your email address will not be published. Required fields are marked *