ଆଜି ବଲି ଉଡ୍ ର ଲୋକପ୍ରିୟ ତାରକା ଭାଇଜାନ୍ ସଲମାନ ଖାନଙ୍କ ଜନ୍ମ ଦିନ । ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ସଲିମ୍ ଖାନ୍ ଓ ସୁଶୀଲା ଚରକଙ୍କ ଔରସରୁ ଜନ୍ମ ହୋଇଥିଲେ ଭାଇ ଜାନ୍ । ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ସଲ୍ଲୁ ମିଆଁ । ସବୁବେଳେ କିଛି ନା କିଛି ବିବାଦ ତାଙ୍କର ପିଛା ଛାଡୁନଥିଲେ ମଧ୍ୟ ସେ ବଲିଉଡ୍ ର ସବୁଠୁ ଲୋକପ୍ରିୟ ତାରକା ।
ଫୋବର୍ସ ପତ୍ରିକା ଦ୍ୱାରା ସଦ୍ୟ ପ୍ରକାଶିତ ୧୦୦ ବିତ୍ତଶାଳୀ ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି ଭାଇଜାନ୍ । ୧୯୮୯ରେ ବିବି ହୋ ତୋ ଏସି ଫିଲ୍ମରେ ସହ ଅଭିନେତା ଭାବରେ ଡେବ୍ୟୁ କରିଥିଲେ ସଲମାନ । ଏହାର ପରବର୍ତ୍ତୀ ଫିଲ୍ମ ମୈନେ ପ୍ୟାର କିୟା ତାଙ୍କ ପାଇଁ ଆଣିଦେଇଥିଲା ଅପାର ସଫଳତା । ବେଷ୍ଟ ଆକ୍ଟର ଭାବରେ ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ସଲମାନ୍ ଖାନ୍ । ନବେ ଦଶକରେ ତାଙ୍କ ଅଭିନୀତ ବାଗି:ଏ ରିବେଲ୍ ଫର୍ ଲଭ୍, ପଥର କେ ଫୁଲ, ସାଜନ୍, ଜାଗୃତି, ଦିଲ୍ ତେରା ଆଶିକି, ସୂର୍ଯ୍ୟବଂଶୀ, ହମ୍ ଆପକେ ହେ କୌନ, ଅନ୍ଦାଜ ଆପନା ଆପନା, କରଣ ଅର୍ଜୁନ, ପ୍ୟାର କିୟା ତୋ ଡରନା କ୍ୟା, କୁଛ୍ କୁଛ୍ ହୋତା ହେ, ବିବି ନଂ ୱାନ, ହମ୍ ଦିଲ୍ ଦେ ଚୁକେ ସନମ୍, ହମ୍ ସାଥ୍ ସାଥ୍ ହେ ବେଶ୍ ଦର୍ଶକୀୟ ଆଦୃତି ଲାଭ କରିଥିଲା ।
୨୦୦୦ ମସିହା ପରେ ସଲ୍ ମାନ୍ ଙ୍କ ଅଭିନୀତ ତେରେ ନାମ୍, ବାଗ୍ ବାନ୍, ଗର୍ବ, ମୁଝସେ ଶାଦି କରୋଗି, ନୋ ଏଣ୍ଟ୍ରି, ପାର୍ଟନର, ୱାଣ୍ଟେଡେ, ଦବଙ୍ଗ ହିଟ୍ ପର୍ଯ୍ୟାୟଭୁକ୍ତ ହୋଇଥିଲା । ବିଗ୍ ବସ୍ ଗେମ୍ ସୋରେ ଉପସ୍ଥାପନା କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି ଦବଙ୍ଗ ଖାନ୍ । ସଲ୍ ମାନ୍ ଙ୍କ ଦ୍ୱାରା ପ୍ର ଯୋଜିତ ଶିଶୁ ଚଳଚ୍ଚିତ୍ର ଚିଲର ପାର୍ଟି ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲା । ଭାଇଜାନଙ୍କ ଅଭିନୀତ ରେଡି ଓ ବଡି ଗାର୍ଡ ଥିଲା ୨୦୧୧ ବର୍ଷର ସର୍ବାଧିକ ଆୟକାରୀ ଫିଲ୍ମ । ସଲ୍ଲୁ ମିଆଙ୍କ ବଜରଙ୍ଗୀ ଭାଇଜାନ୍ ଓ ସୁଲତାନ୍ ମୁଭି ରେକର୍ଡ ବିଜନେସ୍ କରିବା ସହ ଦର୍ଶକଙ୍କୁ ବହୁ ଦିନ ଯାଏଁ ବାନ୍ଧି ରଖିପାରିଥିଲା । ସଙ୍ଗୀତା ବିଜଲାନି, ସୋମି ଅଲ୍ଲୀ, ଐଶ୍ୱର୍ଯ୍ୟା ରାୟ, କାଟ୍ରିନା କୈଫ୍, ଫରିଆ ଆଲାମ୍, ଲୁଲିଆ ବାଣ୍ଟୁର ଆଦି ବହୁ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡା ଯାଇଥିଲେ ମଧ୍ୟ ଦବଙ୍ଗ ଖାନ୍ ଏବେବି ଅବିବାହିତ ।
No Comment