ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ବିବାହ ପୋଷାକ

priyanka chopra nick jonas wedding

ବଲିଉଡ଼ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକା ଗାୟକ ନିକି ଜୋନସ୍ଙ୍କ ବିବାହ ଯୋଧପୁର ଉମ୍ମେଦ ପ୍ରାସାଦରେ ସରିବା ସହ ମଙ୍ଗଳବାର ଦିଲ୍ଲୀରେ ସେମାନଙ୍କ ପ୍ରଥମ ରିସ୍ପିସନ୍ ପାଟି ସରିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବଲିଉଡ଼ର କିଛି କଳାକାର ଯୋଗ ଦେଇଥିଲେ । ପ୍ରିୟଙ୍କା ଓ ନିକିଙ୍କ ବିବାହ ଦୁଇଦିନ କେଥୋଲିକ ଓ ହିନ୍ଦୁ ପରମ୍ପରାରେ ଅନୁଷ୍ଠିତ ହୋଇଥିଲା । ଏହି ବିବାହରେ ବିଶେଷ ଚର୍ଚ୍ଚା ପ୍ରିୟଙ୍କାଙ୍କ ବିବାହ ପୋଷାକକୁ ନେଇ ହେଉଛି । ପ୍ରିୟଙ୍କା ନିକିଙ୍କ ସେହି ସ୍ୱତନ୍ତ୍ର ମୂର୍ହୁତର ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ପ୍ରିୟଙ୍କାଙ୍କ ବିବାହକୁ ପୋଷାକର କଣ ବିଶେଷତ୍ୱ ରହିଛି ଜାଣନ୍ତୁ । ପ୍ରିୟଙ୍କା କେଥୋଲିକ ବିବାହରେ ପିନ୍ଧିଥିବା ଗାଉନର ଡ଼ିଜାଇନ ରାଲ୍ଫ ଲରେନ କରିଥିଲେ । ଏହି ବିବାହରେ ପ୍ରିୟଙ୍କାଙ୍କ ଗାଉନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିରେ ବ୍ୟବହାର ହୋଇଥିବା ଭେଲର ଲମ୍ବା ୭୫ ଫୁଟ ରହିଥିବା ବେଳେ ଗାଉନଟିକୁ ସମ୍ପୁର୍ଣ୍ଣ ତିଆରି କରିବାକୁ ୧,୮୨୬ ଘଣ୍ଟା ଲାଗିଥିଲା। ସେହିଭଳି କେଥୋଲିକ୍ ବିବାହ ପରେ ନିକ୍ ଓ ପ୍ରିୟଙ୍କା କାଟିଥିବା କେକ୍ ମଧ୍ୟ ଚର୍ଚ୍ଚାରେ ରହିଥିଲା । ଏହି କେକ୍ ଉଚ୍ଚତା ୧୮ ଫୁଟ ରହିଥିବା ବେଳେ କେକ୍ଟିକୁ ନିକିଙ୍କ ସ୍ପେସିଆଲ ସେଫ୍ ତିଆରି କରିଥିଲେ । ଏହା ଏକ ମିନାରର ଆକୃତିର ଥିଲା । ସେହିଭଳି ୨ତାରିଖ ହିନ୍ଦୁ ପରମ୍ପରା ବିବାହ ବେଳେ ପ୍ରିୟଙ୍କା ପିନ୍ଧିଥିବା ନାଲୀ ରଙ୍କର ଲେହେଙ୍ଗା ଖାସ ରହିଥିଲା । ଏଥିରେ ନାଲୀ କ୍ରିଷ୍ଟଲ ଓ ସୂତାରେ ସୁନ୍ଦର କାରିଗରି କରା ଯାଇଥିବା ବେଳେ ଏହାକୁ ତିଆରି କରିବା ପାଇଁ କଲିକତାର ୧୧୦ଜଣ କାରିଗରଙ୍କ ୩୭୨୦ ଘଣ୍ଟା ସମୟ ଲାଗିଥିଲା ।

Previous ବଡ଼ଦିନ ଛୁଟିରେ ନୂଆପଡ଼ା ବୁଲା
Next ଜମୁଛି ଡ଼ଟ୍ ଫେଷ୍ଟ, ଆଜିଠୁ‘ଭୁଫେଷ୍ଟୋ’

No Comment

Leave a reply

Your email address will not be published. Required fields are marked *