ପ୍ରକୃତିଙ୍କୁ ଜାତୀୟ ପୁରସ୍କାର

Prakruti got special mention award

ନୂଆଦିଲ୍ଲୀଠାରେ ଆୟୋଜିତ ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଓଡିଆ ଚଳଚ୍ଚିତ୍ର ହାଲୋ ଆରସି ୩ଟି ପୁରସ୍କାର ହାତେଇଛି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମିଳିଛି ସ୍ପେଶାଲ ମେନସନ ପୁରସ୍କାର ।

ଶ୍ରେଷ୍ଠ ସଂଳାପ, ଶ୍ରେଷ୍ଠ ଓଡିଆ ଚିତ୍ର ଏବଂ ସ୍ୱତନ୍ତ୍ର ବର୍ଗରେ ପୁପସ୍କାର ହାସଲ କରିଛି ଏହି ଓଡିଆ ଚଳଚ୍ଚିତ୍ର । ପ୍ରଯୋଜକ ଅଜୟ ରାଉତରାୟ ଏବଂ ନିର୍ଦ୍ଦେଶକ ସମ୍ବିତ ମହାନ୍ତିଙ୍କୁ ରଜତ କମଳ ସହ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରେଷ୍ଠ ସଂଳାପ ପାଇଁ ସମ୍ବିତ ମହାନ୍ତିଙ୍କୁ ରଜତ କମଳ ସହ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଉକ୍ରର୍ଷ ଅଭିନୟ ପାଇଁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନ ସ୍ୱରୂପ ପ୍ରମାଣପତ୍ର ମିଳିଛି ।

ହାଲୋ ଆରସି ଚଳଚ୍ଚିତ୍ର ମାଧ୍ୟମରେ ଓଡିଶା ଜାତୀୟସ୍ତରରେ ଗୌରବାନ୍ୱିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଆହ୍ଲାଦିତ ବୋଲି କହିଛନ୍ତି ପ୍ର ଯୋଜକ ଅଜୟ ରାଉତରାୟ । ଆଗାମୀ ଦିନରେ ଏଭଳି ଚଳଚ୍ଚିତ୍ର ନିର୍ମାଣ କରି ରାଜ୍ୟର ସମ୍ମାନ ବଜାୟ ରଖିବାକୁ ମୁଁ ଦୃଢ ସଂକଳ୍ପ ବୋଲି ଅଜୟ ମତ ଦେଇଛନ୍ତି । ଏହି ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଉପସ୍ଥିତ ଥିଲେ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜୁରୀ କମିଟିର ଅଧ୍ୟକ୍ଷ ଶେଖର କପୁର ହାଲୋ ଆରସି ଚଳଚ୍ଚିତ୍ର ଦେଖି ଅଭିଭୂତ ହୋଇଯାଇଛନ୍ତି । ପ୍ରକୃତି ମିଶ୍ରଙ୍କ ଅଭିନୟରେ ସେ ଶତମୁଖ ।

Previous ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଓଡିଆ ଆଥଲେଟିକ କୋଚ ସଞ୍ଜୟ ଗଡନାୟକଙ୍କ ନାଁ ସୁପାରିଶ
Next ଶୁଭଙ୍କର ମହାପାତ୍ରଙ୍କ ସହ ଏକ ସାକ୍ଷାତକାର

No Comment

Leave a reply

Your email address will not be published. Required fields are marked *