ଓଡିଆ ଝିଅ ଅମିତାଙ୍କୁ ମିସ୍ ଇଣ୍ଡିଆ ଗ୍ୟାଲେକ୍ସି ମୁକୁଟ

Odia techi Miss Amita wins beauty contest

ଗତ ଅଗଷ୍ଟ ୨୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଗ୍ୟାଲେକ୍ସି-୨୦୧୮ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଓଡିଆ ଝିଅ ଅମିତା ପଣ୍ଡା । ଭୁବନେଶ୍ୱର ନିବାସୀ ଅମିତା ସଂପ୍ରତି ମାଇଣ୍ଡ ଟ୍ରି କମ୍ପାନୀରେ ଜଣେ ସଫ୍ଟୱେର ଇଂଜିନିୟର ଭାବେ କାର୍ଯ୍ୟରତ । ସେ ହୃଦ୍ ରୋଗ ବିଶେଷଜ୍ଞ ଡକ୍ଟର ପ୍ରଭଞ୍ଜନ ମହାପାତ୍ରଙ୍କୁ ବିବାହ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ୪୦ ଜଣ ସୁନ୍ଦରୀ ମହିଳାଙ୍କୁ ସର୍ଟ ଲିଷ୍ଟ କରାଯାଇଥିଲା । ଛୋଟ ପରଦାର ଅଭିନେତ୍ରୀ ଦିବ୍ୟା ମଲିକ, ସୁପର ମଡେଲ ହିମାନୀ ଥାପା, ଫ୍ୟାସନ ଡିଜାଇନର ସଦନ ପାଣ୍ଡେ, ଷ୍ଟାଇଲିଷ୍ଟ ସେଲିବ୍ରିଟି ସିଲଭି ରୋଜର୍ସ, ମିସ୍ ୟୁନିଭର୍ସ ଆରବାସିଆ ଅନୁପମା ଶର୍ମା, ଟିଭି ଆକ୍ଟର ସନି ସଚଦେବା ଏବଂ ଅଭିନେତ୍ରୀ ସୁରଭି ସିଙ୍ଗଲା ଜୁରୀ ଭୂମିକାରେ ରହିଥିଲେ ।

Previous ଓଲିଉଡର 'ବାପା' ଆଉ ନାହାଁନ୍ତି
Next ଟେଷ୍ଟରେ ପୁଣି ଶୀର୍ଷକୁ ଫେରିଲେ କୋହଲି

No Comment

Leave a reply

Your email address will not be published. Required fields are marked *