ଫିଲ୍ମ ଫେୟାର ଆୱାର୍ଡ ଦୌଡରେ ଓଡିଆ ପୁଅ ପିୟୁଷଙ୍କ ସର୍ଟ ଫିଲ୍ମ


ଓଡିଆ ପୁଅ ପିୟୁଷ ପୁଟି ସିନେମାଟୋଗ୍ରାଫି କରିଥିବା ଦୁଇଟି କ୍ଷୁଦ୍ର ପ୍ରାମାଣିକ ଚିତ୍ର ପାନିପଥ ଏବଂ ଜୟ ମାତା ଦି ଫିଲ୍ମ ଫେୟାର ସମ୍ମାନର ଫାଇନାଲ୍ ନୋମିନେସନରେ ସାମିଲ ହୋଇଛି । ପୂର୍ବରୁ ଡନ୍-୨, ଲୁଟେରା ଏବଂ ୱେକ୍ ଅଫ୍ ସିଡ୍ ଆଦି ବଲିଉଡ୍ ଫିଲ୍ମରେ କାମ କରିସାରିଛନ୍ତି ପିୟୁଷ ।

ଜଳ ସଂରକ୍ଷଣକୁ ନେଇ ପାନିପଥର କାହାଣୀ ଗତିଶୀଳ ହୋଇଥିବାବେଳେ ଜୟ ମାତା ଦି କାହାଣୀ ମୁମ୍ବାଇରେ ବଣି ଯୋଡିଙ୍କ ସହମତି ଭିତ୍ତିକ ସହାବସ୍ଥାନ ଉପରେ ପର୍ଯ୍ୟବେସିତ । ପାନିପଥ ପ୍ରାମାଣିକ ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ଫିଲ୍ମ ନିର୍ମାତା ହଂସଲ ମେହେଟ୍ଟାଙ୍କ ପୁଅ ଜୟ ମେହେଟ୍ଟା । ଏହି ପ୍ରାମାଣିକ ଚିତ୍ରରେ ମୁଖ୍ୟ ଭୂମିକାରେ ଦେଖା ଦେବେ ତେଜସ୍ୱିନୀ କୋହ୍ଲାପୁରେ । ଜୟ ମାତା ଦି ପ୍ରାମାଣିକ ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶ୍ରୀୟା ପିଲଗାଓଁକର ଏବଂ ଶିବ ପଣ୍ଡିତ । ଅବିବାହିତ ପ୍ରେମୀ ଯୁଗଳ ମୁମ୍ବାଇ ମହାନଗରୀରେ ଭଡାରେ ଆପାର୍ଟମେଣ୍ଟ ଖୋଜୁଥିବାବେଳେ ସେମାନଙ୍କୁ ଏ କାମରେ ସାହାଯ୍ୟ କରେ ତୀକ୍ଷଣ ବୁଦ୍ଧି ସମ୍ପନ୍ନ ତଥାକଥିତ ବ୍ରୋକର । ଆପାର୍ଟମେଣ୍ଟ ଭଡା ପ୍ରଦାନରେ ସମ୍ମତି ଦେବା ସକାଶେ ସୋ ସାଇଟିର ସଭାପତିଙ୍କୁ ଭାଇ ଭଉଣୀ ବୋଲି ପରିଚୟ ଦେବାକୁ ପ୍ରେମୀ ଯୁଗଳକୁ ଆଗୁଆ ସୂଚନା ଦିଅନ୍ତି ବ୍ରୋକର ମହାଶୟ । ଅନୁଙ୍କ ମା ଭୂମିକାରେ ଅଭିନୟ କରୁଥିବା ସୁପ୍ରିୟା ଚମତ୍କାର କାହାଣୀ ଶୁଣାଇ ଆପାର୍ଟମେଣ୍ଟର ସଭାପତିଙ୍କ ହୃଦୟ ତରଳାଇ ଦେଇଥିଲେ ।

ଜୟ ମାତା ଦି ଫିଲ୍ମର ରଚନା କରିବା ସଙ୍ଗେସଙ୍ଗେ ନିର୍ଦ୍ଦେଶନା ଦେଇଛନ୍ତି ନଭଜୋତ୍ ଗୁଲାଟି । ଏହି ପ୍ରାମାଣିକ ଚିତ୍ରର ପ୍ରଯୋଜନା କରିଛନ୍ତି ଟିନି ଟକିଜ୍ । ପାନିପଥ ଏବଂ ଜୟ ମାତା ଦି ଦୁଇଟି ଯାକ ପ୍ରାମାଣିକ ଚିତ୍ର ଫିଲ୍ମ ଫେୟାର ନୋମିନେସନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଖୁସି ଜାହିର କରିଛନ୍ତି ଯୁବ ଓଡିଆ ସିନେମାଟୋଗ୍ରାଫର ପିୟୁଷ ପୁଟି । ଅଧିକରୁ ଅଧିକ ଦର୍ଶକ ଏହି କ୍ଷୁଦ୍ର ପ୍ରାମାଣିକ ଚିତ୍ର ଦୁଇଟିକୁ ଦେଖନ୍ତୁ ଏବଂ ଭୋଟ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ସେ ।

କ୍ଷୁଦ୍ର ପ୍ରାମାଣିକ ଚିତ୍ର ନିର୍ମାଣ କ୍ଷେତ୍ରରେ ଯୁବ ଫିଲ୍ମ ନିର୍ମାତାଙ୍କୁ ଉତ୍ସାହିତ କରିବା ସକାଶେ ୬ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ । ବିଭାଗ ଗୁଡିକ ହେଲା ବେଷ୍ଟ ଫିଲ୍ମ(ଫିକ୍ସନ), ବେଷ୍ଟ ଫିଲ୍ମ(ନନ୍ ଫିକ୍ସନ କିମ୍ବା ଡକ୍ୟୁମେଣ୍ଟରୀ), ବେଷ୍ଟ ଆକ୍ଟର(ମେଲ୍), ବେଷ୍ଟ ଆକ୍ଟର(ଫିମେଲ) ଏବଂ ପିପୁଲ୍ସ ଚଏସ୍ ଆୱାର୍ଡ । ଶ୍ରେଷ୍ଠ ଚଳଚ୍ଚିତ୍ର, ଅଭିନେତା ଓ ଅଭିନେତ୍ରୀଙ୍କୁ ଚୟନ କରିବା ନିମନ୍ତେ ବିଚାରକ ମଣ୍ଡଳୀରେ ଅଛନ୍ତି କରନ୍ ଜୋହର, ନିଖିଲ୍ ଆଡଭାନି, କବୀର ଖାନ୍, ଓନିର ଏବଂ ଶକୁନ୍ ବାତ୍ରା ।

Previous ଗଣିତ-ଜ୍ୟାମିତି ସଦୃଶ୍ୟତା
Next ଟେଷ୍ଟ ବ୍ୟାଟିଂ ତାଲିକା: ଟପ୍ ୩ରେ ପୂଜାରା

No Comment

Leave a reply

Your email address will not be published. Required fields are marked *