ଓଡ଼ିଆ ପୁଅ ଅସିତଙ୍କୁ ପଦାର୍ପଣରେ ମିର୍ଚି ମ୍ୟୁଜିକ ଆୱାର୍ଡ

odia boy Asit Tripathy got mirchi music award in debue

ଓଡିଆ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀଙ୍କୁ ରୟାଲ ଷ୍ଟାଗ ମିର୍ଚି ମ୍ୟୁଜିକ ଆୱାର୍ଡ ଅବସରରେ ବେଷ୍ଟ ଅପକମିଙ୍ଗ ମେଲ ଭଏସ୍ ଅଫ୍ ଦି ଇଅର ପୁରସ୍କାର ମିଳିଛି । ରାଜକୁମାର ରାଓଙ୍କ ଅଭିନୀତ ଶାଦି ମେଁ ଜରୁର ଆନା ମୁଭିରେ କଣ୍ଠଦାନ କରି ସଭିଁଙ୍କ ମନ ଜିଣିଛନ୍ତି ଅସିତ ।

ମୁମ୍ବାଇରେ ଚାରି ବର୍ଷ ସଂଘର୍ଷ କଲା ପରେ ବଲିଉଡ୍ ରେ ବ୍ରେକ ମିଳିଥିଲା ବ୍ରହ୍ମପୁରରେ ଜନ୍ମ ହୋଇଥିବା ଅସିତଙ୍କୁ । ଏହି ସମ୍ମାନଜନକ ପୁରସ୍କାର ପାଇ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ଏହି କଣ୍ଠଶିଳ୍ପୀ । ଶ୍ରୋତାଙ୍କୁ ସେମାନଙ୍କ ଭଲପାଇବା ଯୋଗୁଁ ଧନ୍ୟବାଦ ଦେଉଛି । ପଦାର୍ପଣ ରେ ପରିଚିତି ଲାଭ କରିବା ମୋ ପାଇଁ ବଡ ଉପଲବ୍ଧି ବୋଲି କହିଛନ୍ତି ଅସିତ । ଭବିଷ୍ୟତରେ ଅଧିକ ଭଲ ଗାଇବା ପାଇଁ ଏହି ପୁରସ୍କାର ମୋତେ ପ୍ରେରଣା ଦେବ ବୋଲି ସେ କହିଛନ୍ତି । ସଙ୍ଗୀତ ପ୍ରତି ଅଶେଷ ଭଲ ପାଇବା ଯୋଗୁଁ ବାଙ୍ଗାଲୁରୁରୁ ଚାକିରି ଛାଡି ମାୟା ନଗରୀକୁ ଚାଲିଯାଇଥିଲେ ଅସିତ ।

ଦିଲ୍ଲୀରେ ସ୍କୁଲ ଜୀବନ ଶେଷ କଲା ପରେ ବାଙ୍ଗାଲୁରୁସ୍ଥିତ ଏମ୍ ଏସ୍ ରମୈୟା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରୁ ମେକାନିକାଲ୍ ରେ ବି.ଟେକ୍ କଲେ ଅସିତ । କ୍ରିଷ୍ଣା ବେଉରା, ସୋନା ମହାପାତ୍ର, ରିତୁରାଜ ମହାନ୍ତି ଏବଂ ଅନନ୍ୟା ଶ୍ରୀତମ ନନ୍ଦଙ୍କ ପରେ ଚତୁର୍ଥ ଓଡିଆ ଭାବେ ବଲିଉଡ୍ ରେ କଣ୍ଠଦାନ କଲେ ସେ । ପ୍ରତିଭାବାନ୍ କଣ୍ଠଶିଳ୍ପୀ ଅସିତ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୫, ୨୦୧୦ରେ ଫାଇନାଲିଷ୍ଟ ହୋଇଥିଲେ । ଏ.ଆର୍.ରେହମାନ୍, ଆଦନାନ୍ ସାମି ଏବଂ ହିମେଶ ରେସମିୟା ଜଜ୍ ଭୂମିକାର ଥିବା ସାମସଙ୍ଗ ସୁପର ସିଙ୍ଗର ପ୍ରତି ଯୋଗିତାରେ ଟପ୍ ୫ ପର୍ଯ୍ୟନ୍ତ ପହାଇଥିଲେ ସେ । ହିନ୍ଦୀ ବ୍ୟତୀତ କନ୍ନଡ, ତେଲଗୁ, ବଙ୍ଗାଳୀ, ଆସାମୀ ଓ ଓଡିଆ ଭାଷାରେ କଣ୍ଠଦାନ କରିପାରନ୍ତି ଅସିତ ।

Previous ୟୋର୍କସାୟାର ପକ୍ଷରୁ କାଉଣ୍ଟିଂ ଖେଳିବେ ପୂଜାରା
Next ଗୋଟିଏ ରାତିରେ 3 ମହାଜାଗତିକ ଦୃଶ୍ୟ: ଆଜି ସୁପର୍ ବ୍ଲୁ ବ୍ଲଡ୍ ମୁନ୍

No Comment

Leave a reply

Your email address will not be published. Required fields are marked *