ହିନ୍ଦୀ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିବେ ଓଡିଆ ଅଭିନେତ୍ରୀ ଲିପ୍ସା


କିଛି ଲୁହ ପିଇଯାଏ ଓଠ ଏବଂ ତୋ ଅଗଣାର ତୁଳସୀ ମୁଁ ସିରିଏଲ୍ ରେ ପ୍ରଭାବୀ ଅଭିନୟ କରି ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଓଡିଶାର ଘରେ ଘରେ ସୁପରିଚିତ । ହିନ୍ଦୀ ସିରିଏଲ୍ କସମ୍ ରେ ଅଭିନୟ କରି ବେଶ୍ ସଫଳତା ସାଉଁଟିଥିବା ଶରଦ ମାଲହୋତ୍ରା ୫ ମିନିଟ୍ ଅବଧି ବିଶିଷ୍ଟ ହିନ୍ଦୀ ଆଲବମ୍ ଜିୟା ଲାଗେନାରେ ଲିପ୍ସାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ।

ଜିୟା ଲାଗେନା ଆଲବମ୍ ରେ ଶରଦ ଓ ଲିପ୍ସା ନବ ବିବାହିତ ଦମ୍ପତି ଭୂମିକାରେ ଅଭିନୟ କରିବେ । ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେବା ସହ କଣ୍ଠଦାନ ମଧ୍ୟ କରିଛନ୍ତି । ହିନ୍ଦୀ ମନୋରଞ୍ଜନ ଜଗତରେ ପରିଚିତି ଲାଭ କରିବା ପାଇଁ ମୁଁ ହିନ୍ଦୀ ଆଲବମରେ ଅଭିନୟ କରିବା ପାଇଁ ବହୁତ ଦିନରୁ ସ୍ୱପ୍ନ ଦେଖିଆସୁଥିଲି ଏବଂ ଶେଷରେ ମୋ ସ୍ୱପ୍ନ ସାକାର ହୋଇଛି ବୋଲି କହିଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ ।

ଜଣେ ସୈନିକ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଥିବା ନିଗୁଢ ଭଲପାଇବା ଦୃଶ୍ୟାୟିତ ହୋଇଛି ଜିୟା ଲାଗେନା ମ୍ୟୁଜିକ୍ ଭିଡିଓରେ । ସଂଗୀତ ରଚନା କରିଛନ୍ତି ରବି ବସନେତ୍ ଏବଂ ଭିଡିଓର ପ୍ରଯୋଜନା କରିଛନ୍ତି କ୍ରିଷ୍ଣା ବେଉରା । ୨୦୧୫ରେ ଫ୍ଲୋରକୁ ଆସିଥିବା ମାୟା ଫିଲ୍ମରୁ କ୍ୟାରିୟର ଆରମ୍ଭ କରି ସମୟ ବଡ ବଳବାନ ଓ ପିଲାଟା ବିଗିଡିଗଲା ଭଳି ଫିଲ୍ମରେ ନିଜର ବଳିଷ୍ଠ ଅଭିନୟର ଛାପ ଛାଡିଛନ୍ତି ଏହି ମ୍ୟୁଜିକ୍ ଭିଡିଓରେ ଅଭିନୟ କରୁଥିବା ଲିପ୍ସା ମିଶ୍ର ।

Previous ଭାରତ ବିରୋଧରେ ପଦାର୍ପଣ ଟେଷ୍ଟ ମ୍ୟାଚ ଖେଳିବ ଆଫଗାନିସ୍ତାନ
Next ଦୁନିଆର ସବୁଠାରୁ ଉଚ୍ଚ ପ୍ରାସାଦ ‘ବୁର୍ଜ ଖଲିଫା’

No Comment

Leave a reply

Your email address will not be published. Required fields are marked *