ବଡ଼ଦିନ ଛୁଟିରେ ନୂଆପଡ଼ା ବୁଲା

Odisha tourist

ଶିତଋତୁରେ ପାଗ ଅନକୂଳ ରହିଥିବାରୁ ବୁଲାବୁଲି ସାଙ୍ଗକୁ ବଣ ଭୋଜିର ଆସର ବେଶ ଜମେ । ଏହାସହ ନୂଆବର୍ଷ ଓ ବଡ଼ ଦିନ ଛୁଟି ଏହି ଋତୁରେ ପଡ଼ୁଥିବାରୁ ବୁଲାବୁଲି ପାଇଁ ସୁହାଇଥାଏ । ଏବେଠୁତ ଅନେକ ଯୋଜନା କରି ସାରିବେଣି ବୁଲିବାକୁ । ଯଦି ଆପଣ ଏହି ଏଥର ଛୁଟିରେ କେଉଁଠିକୁ ବୁଲି ଯିବେ ଜାଣି ପାରୁ ନାହାଁନ୍ତି ବା ରାଜ୍ୟ ବାହାରକୁ ଯାଇ ଅଧିକ ଅର୍ଥ ଓ ସମୟ ଖର୍ଚ୍ଚ କରିବାକୁ ଚାହୁଁ ନାହାଁନ୍ତି ତେବେ ନୂଆପଡ଼ା ଜିଲ୍ଲା ବୁଲିଯାନ୍ତୁ, ବଣଭୋଜି କରିବା ସହ ପ୍ରାକୃତକି ପରିବେଶରେ ବୁଲିବାର ଏକ ନିଆରା ଅନୁଭୂତି ପାଇବେ । ଏହାସହ ସରଳ ଗ୍ରାମୀୟ ଓ ଆଦିବାସୀଙ୍କ ଜୀବନଶୈଳୀ ବିଷୟରେ ଜାଣି ପାରିବେ । ଏଠାରେ କ’ଣ କ’ଣ ଦେଖିବେ ସେ ବିଷୟରେ ଆମେ ଜଣଉଛୁ ।

ପତୋରା ଡ଼୍ୟାମ-ଯୋଗେଶ୍ୱର ମନ୍ଦିର


ଜିଲ୍ଲାଟି ଛତିଶଗଡ଼ ସୀମାକୁ ଲାଗି ରହିଥିବାରୁ ଏଠାରେ ଦୁଇଟି ରାଜ୍ୟର ଚାଲିଚଳଣ, ସଂସ୍କୃତି ଦେଖିବାକୁ ମିଳିଥାଏ । ନୂଆପଡ଼ାର ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ହେଉଛି ପତୋରା ଡ଼୍ୟାମ । ଶୀତ ଦିନରେ ଏଠାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ । ସହରଠାରୁ ଏହାର ଦୂରତା ୨୦ କିଲୋମିଟର । ଏହି ଡ଼୍ୟାମକୁ ଯିବା ପାଇଁ ମଣ୍ଡଳ ପାଟ ପାହଡ଼କୁ ଅତିକ୍ରମ କରିବାକୁ ପଡ଼ିଥାଏ । ପାହାଡ଼ି ଅଙ୍କାବଙ୍କା ରାସ୍ତା ଦେଇ ଡ଼୍ୟାମ ଆଡ଼କୁ ଯିବା ସମୟରେ ଆପଣମାନେ ପ୍ରକୃତିକୁ ମନଭରି ଉପଭୋଗ କରିବେ ଏହା ଆମର ବିଶ୍ୱାସ । ଧାଡ଼ି ଧାଡ଼ି ଚାଳ ଖପର ଅଦିବାସୀ ଘର ଓ ସବୁଜ ଜଙ୍ଗଲ ବେଶ ମନମୁଗ୍ଧ କର । ବଣଭୋଜି ପାଇଁ ଡ଼୍ୟାମ ଚତୃପାଶ୍ୱର୍ରେ ଭଲ ପରିବେଶ ରହିଛି । ଏହାସହ ଏଠାରେ ସୂର୍ଯ୍ୟଦୋୟ ଓ ଅସ୍ତର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର । ଡ଼୍ୟାମକୁ ଲାଗି ରହିଥିବା ମଣ୍ଡଳପାଟ ପାହଡ଼ରେ ପ୍ରସିଦ୍ଧ ଯୋଗେଶ୍ୱର ମହାଦେବ ମନ୍ଦିର ଅବସ୍ଥିତ । ଏଠାରେ ମାରାଗୁଡ଼ା ସଭ୍ୟତାର ଭଗ୍ନାବଶେଷ ଦେଖିବାକୁ ମିଳିଥାଏ । ମନ୍ଦିର କାରୁକାର୍ଯ୍ୟ, ଶିବ ଲିଙ୍ଗ ବ୍ୟତୀତ ଏହାର ବିଶେଷ ଆକର୍ଷଣ ପାଲଟିଥାଏ ୩୬ ଫୁଟ ଉଚ୍ଚର ହନୁମାନଙ୍କ ମୂର୍ତ୍ତି । ଶିବରାତ୍ରିରେ ଏଠାରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ ହେଉଥିବା ବେଳେ ବହୁ ସଂଖ୍ୟାରେ ଜନସମାଗମ ହୋଇଥାଏ ।
ପାତାଳି ଗଙ୍ଗା

ଯୋଗେଶ୍ୱର ମନ୍ଦିରଠାରୁ ପ୍ରାୟ ୪୦ କିଲୋମିଟର ଗଲେ ପଡ଼େ ଖରିଆଳ ରାଜପ୍ରସଦା ଏହାର ନିର୍ମାଣ ଶୈଳୀ ଓ କାରୁକାର୍ଯ୍ୟ ବେଶ ଉଚ୍ଚକୋଟିର । ନୂଆପଡ଼ାର ଅନ୍ୟ ଏକ ଆକର୍ଷଣ ହେଉଛି ପାତାଳ ଗଙ୍ଗା ଉଷ୍ମପ୍ରସବଣ । ଏହା ପର୍ଯ୍ୟଟକ ଓ ସ୍ଥାନୀୟ ବାସୀନ୍ଦାଙ୍କ ପାଇଁ ଏକ ପବିତ୍ରସ୍ଥାନ । ଏଠାରେ ଭୂଗର୍ଭରୁ ପାଣି ବାହାରୁଥିବା ବେଳେ ସର୍ବଦା ସ୍ଥିର ଓ ଉଷ୍ମ ରହିଥାଏ । ଏହି ପାଣିରେ ଅନେକ ଔଷଧ ଗୁଣ ଥିବାରୁ ଏଥିରେ ଗାଧୋଇଲେ ସମସ୍ତ ପ୍ରକାର ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏଠାରେ ମହାମୃତ୍ୟୁଞ୍ଜ ମନ୍ଦିର ମଧ୍ୟ ରହିଛି ଦେଖିପାରିବେ ।
ଆମିଝରା ପାଶ୍ୱର୍ନାଥ ମନ୍ଦିର

ସହରଠାରୁ ୭କିମି ଦୂରରେ ରହିଛି ଆମିଝରା ପାଶ୍ୱର୍ନାଥ ମନ୍ଦିର, ଏହି ମନ୍ଦିର ନିର୍ମାଣ ଶୈଳୀ ସମ୍ପୁର୍ଣ୍ଣ ଭିନ୍ନ, କେବଳ ପଥର ଖଣ୍ଡରେ ତିଆରି ହୋଇଛି ମନ୍ଦିରଟି । ଏଠାରେ ସ୍ଥାପିତ ହୋଇଛନ୍ତି ୪୬୦ ବର୍ଷତଳର ଜୈନ ତିର୍ଥାଙ୍କ ଆମିଝରା ପାଶ୍ୱର୍ନାଥଙ୍କ କମଣିୟ ମୂର୍ତ୍ତି । ଏହାସହ ସ୍ୱଧୀନତା ସଂଗ୍ରାମର ସ୍ମାରକୀ ରକ୍ତ ତିର୍ଥ ସାଲିହା ଦେଖିବେ । ନୂଆପଡ଼ା ସହରରୁ ମାତ୍ର ୮ କିମି ଦୂରରେ ରହିଛି ସ୍ଥାନଟି ।

Previous ହାନିକାରକ ଚିନି...
Next ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ବିବାହ ପୋଷାକ

No Comment

Leave a reply

Your email address will not be published. Required fields are marked *