ସୋସିଆଲ ମିଡ଼ିଆରେ ଭାଇରାଲ ଦୀପବିରଙ୍କ ବିବାହପର ଫଟୋ

New Pics From Deepika Padukone And Ranveer Singh's Wedding

ରଣବିର ସିଂ ଓ ଦୀପିକା ପାଦୁକୋନଙ୍କ ବିବାହକୁ ନେଇ ପ୍ରଶଂସକ, ବଲିଉଡ଼ ଜଗତରେ ଅନେକ ଉତ୍କଣ୍ଠା ଭରି ରହିଥିବାବେଳେ । ଗତ ୧୪-୧୫ ତାରିଖରେ ଇଟାଲିର ଲେକ କୋମୋରେ ଦୀପବିରଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ସେମାନଙ୍କ ବିବାହ ପ୍ରସ୍ତୁତି ଓ ବିବାହ ସମୟର ଫଟୋ ଯେପରି ଲିକ ନହୁଏ ସେଥିପାଇଁ ବନ୍ଦବୋସ୍ତ କରାଯାଇଥିବାରୁ କୌଣସି ସୂତ୍ରରୁ ଦୀପବିରଙ୍କ ବିବାହ ସମୟର ଫଟୋ ମିଳିପାରିନଥିଲା । ହେଲେ ଦୀପବିର ନିଜ ପ୍ରଶଂସକଙ୍କୁ ନିରାଶ ନକରି ୧୫ତାରିଖ ବିବାହ ସମ୍ପର୍ଣ୍ଣ ପରେ ଦୁଇଦିନ ବିହାର ଫଟୋ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ ।

ଏହାପରେ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡ଼ାଆରେ ଭାଇରାଲ ହେବା ସହ ନିଜ ନିକଟତମ ବନ୍ଧୁବାନ୍ଧବ, ପ୍ରଶଂସକ ଓ ବି-ଟାଉନରୁ ଦୀପବିରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଆଲିଆଭଟ, କରଣ ଜୋହର, ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମାଙ୍କଠୁ ଆରମ୍ଭ କରି ଦୀପିକାଙ୍କ ସହ ଭଲ ସମ୍ପର୍କ ନଥିବା ସୋନମକାପୁର ଓ ଅନିଲକାପୁର ମଧ୍ୟ ସେମାନଙ୍କୁ ବିବାହ ଶୁଭେଚ୍ଛା ଜଣାଇ ନବବିବାହିତ ଯୋଡ଼ିଙ୍କ ମଙ୍ଗଳ କାମନା କରିଛନ୍ତି । ସେହିଭଳି ରଣବିରଙ୍କ ଭଲ ସାଙ୍ଗଭାବେ ପରିଚିତ ଅର୍ଜୁନ କାପୁର ସେମାନଙ୍କୁ ବିବାହର ଅଭିନନ୍ଦନ ଜାଣାଇବା ସହ ଲେଖିଛନ୍ତି ଜସନ ଏ ଇସ୍କକା ।

୧୫ ତାରିଖରେ ପ୍ରଥମ କରି ସେମାନଙ୍କ ଦୁଇଦିନର ବିବାହ ଫଟୋ ସୋସିଆଲ ମିଡ଼ିଆରେ ଆସିବା ପରେ ଗତକାଲି ନିଜ ପରିବାର ଲୋକ ଓ ନିକଟତମ ବନ୍ଧଙ୍କ ସହ ଉଠାଇଥିବା ବାହାଘରର ପରର କେତେକ ଫୋଟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ଏଥିରେ ନବବିବାହିତ ଦମ୍ପତି ଖୁବ ସୁନ୍ଦର ଓ ଖୁସି ମିଜାଜରେ ଦେଖାଯାଉଥିବା ବେଳେ ଉଭୟଙ୍କ ହାତରେ ମେହିନ୍ଦ ଚମକୁଛି । ଅନ୍ୟପକ୍ଷରେ ବାନ୍ଦରାରେ ଥିବା ରଣବିରଙ୍କ ଘର ନବବିବାହିତ ଯୋଡ଼ିଙ୍କୁ ସ୍ୱାଗତ କରିବା ପାଇଁ ଆଲୋକ ଓ ସାଜସଜ୍ଜାରେ ଝଲସୁଛି ।

Previous ଓଜନ ବଢାଇବାକୁ ଚାହୁଁଥିଲେ
Next ବ୍ୟାଙ୍କିଙ୍ଗ୍ ପାଇଁ ପ୍ରସ୍ତୁତ ହେଉଥିଲେ...

No Comment

Leave a reply

Your email address will not be published. Required fields are marked *