‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ମିସ୍ ୱାର୍ଲ୍ଡ ମାନୁଷୀ!

Manushi in SOTY-2

ବଲିଉଡରେ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର । ୨୦୧୭ର ମିସ୍ ୱାର୍ଲ୍ଡ ମୁକୁଟ ଜିତିଥିବା ମାନୁଷୀଙ୍କୁ ବଲିଉଡର ନିର୍ମାତା ନିର୍ଦ୍ଦେଶକ କରନ୍ ଜୋହର ତାଙ୍କ ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ସୁଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ସେଥିରେ ଅଭିନେତା ଟାଇଗର୍ ଶ୍ରଫଙ୍କ ହିରୋଇନ୍ ଭୂମିକାରେ ନଜର ଆସିବେ ମାନୁଷୀ ।

ସୂଚନା ଅନୁସାରେ, କେବଳ ମାନୁଷୀ ନୁହଁନ୍ତି, ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ଦୁଇଜଣ ନବାଗତାଙ୍କୁ ସୁଯୋଗ ଦେଉଛନ୍ତି କରନ୍ । ଅନ୍ୟ ଜଣକ ହେଲେ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା । ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ ହୋଇସାରିଥିବା ବେଳେ ଏଥିରେ କେବଳ ଟାଇଗର୍ ଶ୍ରଫଙ୍କୁ ଦେଖିବାକୁ ମିଳିଛି । ତେବେ ହିରୋଇନ ତାଲିକାରେ ମାନୁଷୀଙ୍କ ପୂର୍ବରୁ ଦିଶା ପଟାନୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ଏନେଇ ନିର୍ମାତାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ର ନିର୍ଦ୍ଦେଶନା ଦେଇଛନ୍ତି ପୁନିତ ମଲହୋତ୍ରା ।

Previous ଓଡ଼ିଶାରୁ ମମତା ଓ ପଙ୍କଜକୁ ସାହସିକତା ପୁରସ୍କାର
Next ସିଏସକେ କୋଚ ଭୂମିକାରେ ଫ୍ଲେମିଂ

No Comment

Leave a reply

Your email address will not be published. Required fields are marked *