୩ବର୍ଷ ପରେ ପରଦାକୁ ଫେରୁଛନ୍ତି ମୁନି

Malaika Arora will be seen in a special dance sequence in Vishal Bharadwaj’s upcoming movie, Patakha

‘ଦବାଙ୍ଗ’ ଫିଲ୍ମରେ ସଲମାନଙ୍କ ଚରିତ୍ରକୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ତାଠାରୁ ଅଧିକ ସେଥିରେ ‘ମୁନି ବଦନାମ ହୁଇ ଡାର୍ଲିଂ ତେରେ ଲିଏ ’ ଗୀତ ତାଠୁ ଅଧିକ ଚର୍ଚ୍ଚାରେ ରହିଥିଲା । ଏହି ଆଇଟମ ଗୀତରେ ନିଜ ନାଚର ଜଲବା ଦେଖାଇଥିଲେ ମଲାଇକା ଅରୋରା । ଏବିବି ମଧ୍ୟ ମଲାଇକା ଅନେକଙ୍କ ପାଖରେ ମୁନିଭାବେ ପରିଚିତ । କେବଳ ଦବାଙ୍ଗ ନୁହେଁ ଆହୁରି ଅନେକ ଫିଲ୍ମରେ ତାଙ୍କ ନାଚର ଜଲବା ଦେଖିବାକୁ ମିଳିଥିଲେ ମଧ୍ୟ ଗତ ତିନବର୍ଷ ହେବ ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳି ନଥିଲା ଯାହା ଫଳରେ ତାଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ୁଥିଲା । ହେଲେ ଏବେ ତାଙ୍କ ଫ୍ୟାନଙ୍କ ପାଇଁ ଖୁସିର ଖବର ପ୍ରାୟ ୩ବର୍ଷ ପରେ ସେ ପରଦାକୁ ଲେଉଟୁଛନ୍ତି ଏକ ଦମଦାର ଆଇଟମ ଡ୍ୟାନ୍ସ ନେଇ । ‘ପଟାଖା’ ଫିଲ୍ମରେ ତାଙ୍କୁ ଏକ ଆଇଟମ ଗୀତରେ ନାଚିବାର ଦେଖିବାକୁ ମିଳିବ । ‘ହୋଲେ ହୋଲେ ହୋଙ୍ଗେ’ ଏହି ଗୀତଟିକୁ ଗୀତିକାର ଗୁଲଜାର ଲେଖିଥିବା ବେଳେ ଏହାକୁ ରେଖା ଭାରଦ୍ୱାଜ ଗାଇଛନ୍ତି । ଗୀତଟିକୁ କୋରିଓଗ୍ରାଫି କରିଛନ୍ତି ନାମକରା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ । ‘ପଟଖା’ କମେଡ଼ି ଫିଲ୍ମ ହୋଇଥିବା ବେଳେ ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ବିଶାଲ ଭାରଦ୍ୱାଜ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଗତ ୧୪ ତାରିଖରେ ଏହାର ଟ୍ରେଲର ରିଲ୍ଜ ହୋଇଥିବା ବେଳେ ଆସନ୍ତା ମାସ ୨୮ ତାରିଖରେ ଫିଲ୍ମଟି ରିଲଜ୍ ହେବ । ଏଥିରେ ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ଏକ ନୂଆ ଲୁକରେ ଦର୍ଶକଙ୍କ ମନୋରଞ୍ଜନ କରିବେ ।

Previous କର ବା ମର ମ୍ୟାଚରେ କୋହଲି ଓ ପୂଜାରାଙ୍କ ଅର୍ଦ୍ଧ ଶତକ: ଦୃଢ଼ ସ୍ଥିତିରେ ଭାରତ
Next କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ସନି ଦେଲେ ୫କୋଟି !

No Comment

Leave a reply

Your email address will not be published. Required fields are marked *