ପୁରୀ ସମୁଦ୍ରରେ ବୁଡ ପକାଇଲେ ମହାରାଜ କଂସ


୧୧ ଦିନ ବ୍ୟାପି ଚାଲିଥିବା ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା ଉଦଯାପିତ ହୋଇଯାଇଛି । କଂସ ଭୂମିକାରେ ଅଭିନୟ କରିଥିବା ଶ୍ରୀ ଭୁବନେଶ୍ୱର ପ୍ରଧାନ ଏବଂ ବିଭିନ୍ନ ମନ୍ତ୍ରୀ ଚରିତ୍ରରେ ଅବତୀର୍ଣ୍ଣ କଳାକାର ନିଜର ପାପ ମୋଚନ ପାଇଁ ସମୁଦ୍ରରେ ବୁଡ ପକାଇ ଓଡିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ।

ମହାପ୍ରଭୂ ଜଗନ୍ନାଥଙ୍କ ଦର୍ଶନ ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନାର୍ଥେ ଗୋବର୍ଦ୍ଧନ ପୀଠ ଯାଇଥିଲେ କଂସ ରାଜ ଓ ମନ୍ତ୍ରୀ ପାରିଷଦ । ସୂଚନାଯୋଗ୍ୟ ଯେ ବରଗଡସ୍ଥିତ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟାଳୟରେ ଅଡିସନ୍ କରାଯାଇ ୨୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ କଂସ ଭୂମିକା ପାଇଁ ଚୟନ କରାଯାଇଥିଲା ଶ୍ରୀ ଭୁବନେଶ୍ୱର ପ୍ରଧାନଙ୍କୁ । ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିଲେ ଶ୍ରୀ ହୃଷିକେଷ ଭୋଇ । ଭଣଜା କୃଷ୍ଣଙ୍କ ହାତରେ ଅତ୍ୟାଚାରୀ ମହାରାଜ କଂସର ମୃତ୍ୟୁ ପରେ ଧନୁ ଯାତ୍ରା ପର୍ବ ଶେଷ ହୋଇଥିଲା । ପର୍ବ ପାଳନ ଅବସରରେ ବରଗଡ ପାଲଟିଥିଲା ମଥୁରା ନଗରୀ । ଜିରା ନଦୀକୁ ଯମୁନା ନାଁ ଦିଆଯାଇଥିବାବେଳେ ନଦୀ ସେପଟେ ବରଗଡର ବିପରୀତ ପାର୍ଶ୍ୱରେ ଥିବା ଅମ୍ବାପାଲି ଗାଁକୁ ଗୋପପୁର ନାଁରେ ଅଭିହିତ କରାଯାଇଥିଲା ।

Previous ଉପକାରୀ ମହୁଲ
Next ସୟଦ୍ ମୁସ୍ତାକ୍ ଅଲୀ ଟ୍ୱେଣ୍ଟି-୨୦ ଟ୍ରଫିରେ ଓଡ଼ିଶାର ମଙ୍ଗ ଧରିବେ ଅନୁରାଗ

No Comment

Leave a reply

Your email address will not be published. Required fields are marked *