କାର୍ତ୍ତିକରେ ଜଗନ୍ନାଥ

Jagannath Face with rangoli

କାର୍ତ୍ତିକ ମାସ ପଞ୍ଚୁକରେ ପ୍ରାୟ ସମସ୍ତ ଓଡ଼ିଆଙ୍କ ଘର ଚଉରାମୂଳେ ମୁରୁଜରେ ପ୍ରଭୁ ଜଗନ୍ନଥା,ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଚିତ୍ର ଅଙ୍କା ଯାଇଥିବାର ଦେଖିବାକୁ ମିଳେ । ବିଶେଷ କରି ଜଗନ୍ନାଥଙ୍କ ମୁହଁ ଚିତ୍ର ପରିଲକ୍ଷିତ ହୋଇଥାଏ । ହେଲେ ଅନେକ ମୁରୁଜ ପକାଇବା ସଠିକ୍ ଭାବରେ ଆସୁନଥିବାରୁ ଜଗନ୍ନାଥଙ୍କ ମୁହଁ ଆଙ୍କି ପାରନ୍ତି ନାହିଁ ସବୁବେଳେ ମନରେ ଗୋଟିଏ ଅସନ୍ତୋଷ ରହିଥାଏ । ଆଉ କେହିକେହି ଯାହିତାହି ଚିତ୍ର ଆଙ୍କିଲେ ମଧ୍ୟ ତାହା ଆକର୍ଷଣୀୟ ହୋଇ ନଥାଏ । ଯଦି ଆପଣ ବି ଭଲରେ ମୁରୁଜ ପକାଇ ପାରୁ ନାହାଁନ୍ତି କି ଜଗନ୍ନାଥଙ୍କ ଚିତ୍ର ଭଲରେ କରିପାରୁ ନାହାଁତି ତେବେ ଆମେ ଆପଣଙ୍କୁ ଜଣାଉଛୁ କିଛିଟି ସଟ୍ କଟ୍ ଉପାୟ ଯାହା ଦ୍ୱାରା କମ୍ ସମୟରେ ଆକର୍ଷଣୀୟ ଜଗନ୍ନାଥଙ୍କ ଚିତ୍ର ଆଙ୍କି ପାରିବେ ।


ଚିତ୍ର ଆଙ୍କିବା ପୂର୍ବରୁ ଆବାଶ୍ୟକ ରଙ୍ଗର ମୁରୁଜ ରଖନ୍ତୁ । ଏବଂ କେଉଁ ଭଳି ଚିତ୍ର ଆଙ୍କିବେ ତାହାର କଳ୍ପନା କରନ୍ତୁ । ଖୋଲାରେ ବା ଝୋଟି,ପଦ୍ମ, ଶଙ୍ଖ, ମିନ ଭିତରେ ଜଗନ୍ନାଥ ବା ତିନି ମୂର୍ତ୍ତୀଙ୍କ ଚିତ୍ର ଆଙ୍କି ପାରିବେ । ମୁରୁଜ ପକାଇବା ପୂର୍ବରୁ ନିଜ ପସନ୍ଦର ଡ଼ିଜାଇନ ଚୟନ କରିନିଅନ୍ତୁ ଓ ଖଡ଼ିରେ ତାକୁ ଆଙ୍କନ୍ତୁ । ଜଗନ୍ନାଥଙ୍କ ମୁହଁ ଗୋଲାକାର କରିବା ପାଇଁ ଆପଣ ଘରେ ଥିବା ଗୋଲ ଆକୃତି ତାର, ଝଲା, ବେଲା, ଛୋଟ ବେଲଣା ପଟାର ସାହାଯ୍ୟ ନେଇ ପାରିବେ । ଏହି ସବୁ ଜିନିଷକୁ ତଳମୁହାଁ କରି ରଖନ୍ତୁ ଓ ତାର ଧାର ଚାରିପାଖରେ ଖଡ଼ି ବା ମୁରୁଜରେ ଗୋଲ ବୁଲାନ୍ତୁ । ସେହିଭଳି ଆଖି କରିବା ପାଇଁ ଛୋଟ ଗିନା, ଚୁଡି, ଗ୍ଲାସ, ବୋତଲର ଠିପି ବ୍ୟବହାର କରିପାରିବେ । ଗୋଲେଇ କରିବା ପରେ ଜଗନ୍ନାଥଙ୍କ ମୁହଁ ପାଇଁ କଳାରଙ୍ଗ, ସୁଭଦ୍ରାଙ୍କ ମୁହଁ ପାଇଁ ହଳଦୀ ରଙ୍ଗ ଓ ବଳଭଦ୍ରଙ୍କ ପାଇଁ ଧଳାରଙ୍ଗ ବ୍ୟବହାର କରନ୍ତୁ । ଜଗନ୍ନାଥଙ୍କ ଆଖି ପାଇଁ ଛୋଟବଡ଼ କରି ତିନିଟି ଗୋଲ ବୁଲାନ୍ତୁ, ବଡ଼ ଗୋଲାଇରେ ନାଲି ରଙ୍ଗ, ମଧ୍ୟମରେ ଧଳା ଓ ଛୋଟରେ କଳା ରଙ୍ଗ ଦେଇ ଭରନ୍ତୁ । ଆପଣ ଚାହିଁଲେ ପାଟି ଓ ଆଖି ଆକୃତିର ପେପର କାଟି ସେହି ସେପ୍ର ରଙ୍ଗ ଭରିପାରିବେ । ଜଗନ୍ନାଥଙ୍କ ତିଲକ କରିବା ପାଇଁ ମଝି ମସ୍ତକରେ ବା ଦୁଇ ଆଖିର ଉପରକୁ ଇଂରାଜୀ ଙ୍ଖ ବାଙ୍କ ଆକୃତି କରନ୍ତୁ ତାହାକୁ ଧଳା, ନାଲି, ହଳଦୀଆ ରଙ୍ଗ ଦିଅନ୍ତୁ ଭଲ ଦେଖାଯିବ । ପାଟିକୁ ନାଲି ଧଳା ରଙ୍ଗ ଦିଅନ୍ତୁ ବେଶି ଆକର୍ଷଣ ଦେଖାଯିବ । ଏହାସହ ଦୁଇଟି ଗାର ଦେଇ ବା ଛୋଟ ଙ୍ଖ ଆକୃତିର ନାକ କରିପାରିବେ । ଏହି ଭଳି ମା’ ସୁଭଦ୍ରା ଓ ପ୍ରଭୁ ବଳଭଦ୍ରଙ୍କ ଚିତ୍ର ମଧ୍ୟ କରିପାରିବେ । ମୂର୍ତ୍ତି ସରିବା ପରେ ଏହାର ଚତୃପାଶ୍ୱର୍କୁ ବହୁପ୍ରକାର ରଙ୍ଗ ବା ଗୋଟିଏ-ଦୁଇଟି ରଙ୍ଗରେ ଭରିପାରିବେ । ଚିତ୍ର କରିବା ସମୟରେ ଯେପରି କେଉଁ ରଙ୍ଗ କାହା ସହ ନମିଶେ ସେ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

Previous ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଅନଲାଇନ ଟିକେଟ ବିକ୍ରି: ସମୟ ଧାର୍ଯ୍ୟ ପରେବି ଖୋଲିଲାନି ସାଇଟ
Next ମହିଳାଙ୍କୁ ସୁରକ୍ଷା ଦେବ ସିଦ୍ଧାର୍ଥଙ୍କ ‘ବିଦ୍ୟୁତ ଜୋତା’

No Comment

Leave a reply

Your email address will not be published. Required fields are marked *