ବଲିଉଡ଼ ଷ୍ଟାରଙ୍କ ପ୍ରିୟ ଖାଦ୍ୟ

Favorite Foods Of Bollywood Celebrities

ବ୍ୟକ୍ତିର ଗୁଣ,ଗଠନରେ ଯେପରି ଭିନ୍ନତା ଦେଖାଯାଏ ଖାଦ୍ୟ ରୁଚି ମଧ୍ୟ ଭିନ୍ନତା ରହିଥାଏ । ଏହାସହ ସମସ୍ତଙ୍କର କିଛି ନା କିଛି ପ୍ରିୟ ଖାଦ୍ୟ ରହିଥାଏ । ଏଥିରୁ ବଲିଉଡ଼ କଳାକାରମାନେ ବା କେମିତି ବାଦ ପଡ଼ିବେ । ଏମାନେ ସର୍ବଦା ନିଜକୁ ଫିଟ୍ ଓ ସନ୍ତୁଳିତ ରଖିବା ପାଇଁ କଟକଣାରେ ଖାଦ୍ୟ ଖାଆନ୍ତି । ହେଲେ ନିଜର ପ୍ରିୟ ଖାଦ୍ୟ ଦେଖି ଅଟକି ପାରନ୍ତି ନାହିଁ ଏହି ବଡ଼ବଡ଼ ଷ୍ଟାରମାନେ । ତେବେ ଜାଣନ୍ତୁ ବି-ଟାଉନର କଳାକାରଙ୍କ ପ୍ରିୟ ଖାଦ୍ୟ ବିଷୟରେ ।

ସଲମାନଙ୍କ ପସନ୍ଦ ବିରିୟାନି


ଉତ୍ତର ଭାରତୀୟ ସ୍ପାଇସ୍ ଖାଦ୍ୟର ବାସ୍ନା ଓ ସ୍ୱାଦ ନିଶ୍ଚିତ ଭାବେ ଅଳଗା । ଏହି ଖାଦ୍ୟ ସୁପର ଷ୍ଟାର ସଲମାନ ଖାନଙ୍କୁ ବେଶ ପସନ୍ଦ । ସମସ୍ତ ଖାଦ୍ୟ ମଧ୍ୟରୁ ଦବଙ୍ଗ ହିରୋଙ୍କୁ ବିରିୟାନି ଅଧିକ ପସନ୍ଦ । କେବଳ ଯେ ତାଙ୍କୁ ବଡ଼ବଡ଼ ସେଫଙ୍କ ଦ୍ୱାରା ପ୍ରସ୍ତୁତ ବିରିୟାନି ପସନ୍ଦ ତାହା ନୁହେଁ ନିଜ ମା’ଙ୍କ ହାତ ରନ୍ଧା ବିରିୟାନି ଖାଇବାକୁ ମଧ୍ୟ ସେ ବେଶ ପସନ୍ଦ କରନ୍ତି । ବିରିୟାନି ବ୍ୟତୀତ ସେ କବାବ ଓ ମୋଡ଼କା ଖାଇବାକୁ ଭଲପାଆନ୍ତି ।
ରିତିକଙ୍କ ପ୍ରିୟ ସିଙ୍ଗଡ଼ା


ସିଙ୍ଗିଡ଼ା ବା ସମୋସା ଭାରତୀୟ ଜଳଖିଆରେ ପରସା ଯାଉଥିବା ଏକ ପରିଚିତ ଖାଦ୍ୟ । ସାଧାରଣ ଲୋକଙ୍କ ଭଳି ସମୋସା ସୁପର ଷ୍ଟାର ରିତିକ୍ ରୋସନଙ୍କର ଭାରି ପ୍ରିୟ । ତାଙ୍କୁ ସିଙ୍ଗିଡ଼ା ଏତେ ପସନ୍ଦ ଯେ ସମୟ ପାଇଲେ ସେ ୧୦ରୁ ଅଧିକଟି ଖାଇ ଦିଅନ୍ତି ।
ଭେଜିଟେରିଆନ ସାହିଦ


ଅଭିନୟ ଓ ଚେହେରା ପାଇଁ ବଲିଉଡ଼ରେ ଚକ୍ଲେଟ ବୟଭାବେ ପରିଚିତ ସାହିଦ କାପୁରଙ୍କୁ ନିଜେ ରୋଷେଇ କରି ଖାଇବାକୁ ଭଲ ଲାଗିଥାଏ । ସେ ଭେଜିଟେରିଆନ ହୋଇଥିବା ବେଳେ ତାଙ୍କୁ ଚାଇନିଜ୍ କ୍ୟୁଜନ ଓ ଇଟାଲି ଖାଦ୍ୟ ବେଶ ପସନ୍ଦ । ଏହାସହ ବର୍ଷା ଦିନରେ ସମୋସା, ଭଜିଆ ଓ ଗରମ ଚା’ ତାଙ୍କର ସବୁଠାରୁ ପ୍ରିୟ ଓ ନିୟମିତ ଖାଦ୍ୟ ପାଲଟିଥାଏ କହିଲେ ଭୂଲ ହେବନି ।
ଗ୍ରାଲେଡ଼ ଚିକେନ ଖାଇବାକୁ ପସନ୍ଦ କରନ୍ତି ଶାହାରୁଖ


ଗୋଟିଏ ଝଲକରେ ହଜାର ହଜାର ଦର୍ଶକଙ୍କ ମନଚୋରି କରିନଉଥିବା ବଲିଉଡ଼ ବାଦସାହା ଶାହାରୁଖ ଖାନଙ୍କ ପାଇଁ ଯେ ଦୁନିଆର କୌଣସି ଚିଜ ଅଭାବ ରମହିବ ତାହା ନୁହେଁ । ହେଲେ ଦେଶ ବିଦେଶର ସମସ୍ତ ଖାଦ୍ୟ ଅପେକ୍ଷା କିଙ୍ଗ୍ ଖାନ ଗ୍ରାଲେଡ଼ ଚିକେନ ଖାଇବାକୁ ଅଧିକ ପସନ୍ଦ କରନ୍ତି । ଏହା ତାଙ୍କର ନିତିଦିନିଆ ମଧ୍ୟାହ୍ନ ଭୋଜନରେ ପରସା ଯାଇଥାଏ ।
ଅକ୍ଷୟଙ୍କ ପସନ୍ଦ ଥାଇ ଗ୍ରିନ କରି


ଫିଟ୍ନେସ ପାଇଁ ସବୁ ସମୟରେ ଚର୍ଚ୍ଚାରେ ଥିବା ଅଭିନେତା ଅକ୍ଷୟ କୁମାରଙ୍କ ପ୍ରିୟ ଖାଦ୍ୟ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ମନରେ କୌତୁହଳ ଥିବ ନିଶ୍ଚୟ । ସମସ୍ତ ଦେଶୀ ବିଦେଶୀ ଖାଦ୍ୟକୁ ଛାଡ଼ି ଭଲଭାବେ ପ୍ରସ୍ତୁତ ‘ଥାଇ ଗ୍ରୀନ କରି’ ଖାଇବାକୁ ବେଶି ପସନ୍ଦ କରନ୍ତି ସେ । ଏହା ଅକ୍ଷୟଙ୍କର ବେଶ ପସନ୍ଦିଦା ଖାଦ୍ୟ । ସୂଚନା ଯୋଗ୍ୟ ଯେ ଅକ୍ଷୟ ଥାଇଲାଣ୍ଡରେ ଜଣେ ସେଫ୍ ଭାବେ କାର୍ଯ୍ୟରତ ଥିଲେ ।
ଭେଣ୍ଡି ମୁଙ୍ଗ ଡ଼ାଲି ଅମିତାଭଙ୍କ ପ୍ରିୟ ଖାଦ୍ୟ


ସେହିଭଳି ମହାନାୟକ ଅମିତାଭ ବଚ୍ଚନଙ୍କୁ ଭେଣ୍ଡିରେ ପ୍ରସ୍ତୁତ ଖାଦ୍ୟ ଓ ମୁଙ୍ଗ(ମୁଗ) ଡ଼ାଲି ବେଶ ପସନ୍ଦ । ଅମିତାଭ ଘର ସହ ସୁଟିଂ ସେଟରେ ମଧ୍ୟ ଏହି ଖଦ୍ୟକୁ ଆଗ ପ୍ରାଧାନ୍ୟ ଦେଇଥାନ୍ତି । ସେହିଭଳି ଜୁନିୟର ବଚ୍ଚନ ଅଭିଷେକ ରାଜମାରେ ପ୍ରସ୍ତୁତ ତରକାରୀକୁ ବେଶ ପସନ୍ଦ କରନ୍ତି ।
ଆମିର ଖାନ ମୋଗଲାଇ କ୍ୟୁଜନ ଖାଇବାକୁ ଭଲ ପାଆନ୍ତି । ରଣବିର କାପୁର ଜଙ୍ଗଲ ଖାସିମାଂସ ତରକରୀ ପସନ୍ଦ କରୁଥିବା ବେଳେ ସନି ଦେଓଲ ମେଥି ପରଟା ଖାଇବାକୁ ପସନ୍ଦ କରନ୍ତି । ଅରବାଜ ଖାନ ପପେୟା ଖାସିମାଂସ ତରକାରୀ ଓ ସଂଜୟ ଦତ୍ତ ଚିକେନ୍ ଟିକା ଖାଇବାକୁ ବେଶ ପସନ୍ଦ କରନ୍ତି ।

Previous ସ୍ମାର୍ଟଫୋନ ପାସ ୱାର୍ଡ ଭୁଲିଛନ୍ତି କି ? ତେବେ ଜାଣନ୍ତୁ ଖୋଲିବେ କେମିତି
Next ବୋତଲରୁ ସର୍ଜନା

No Comment

Leave a reply

Your email address will not be published. Required fields are marked *