ଦୁଃଖୀରାମ ସ୍ୱାଇଁ- ଦିବଂଗତ ଭେଟେରାନ୍ ଓଡିଆ ଅଭିନେତା ଦୁଃଖୀରାମ ସ୍ୱାଇଁଙ୍କୁ ବଲିଉଡ୍ ର ଅମ୍ରିଶ ପୁରୀଙ୍କ ସହ ତୁଳନା କରାଯାଏ । ବଳିଦାନ, ଶେଷ ଶ୍ରାବଣ, ଆସୁଛି ମୋ କାଳିଆ ସୁନା, ଯୋର ଯାର ମୁଲକ ତାର, ମା ମତେ ଶକ୍ତି ଦେ ଆଦି ଫିଲ୍ମରେ ବଳିଷ୍ଠ ଅଭିନୟ କରି ଓଡିଆ ସିନେ ଦର୍ଶକଙ୍କ ହୃଦୟରେ ଘର କରି ରହିଛନ୍ତି ସେ । ତାଙ୍କର ଖଳନାୟିକୀ ଅନ୍ଦାଜକୁ ସବୁ ବର୍ଗର ଦର୍ଶକ ବେଶ୍ ଉପଭୋଗ କରିଥାନ୍ତି ।
ହର ପଟ୍ଟନାୟକ- ପଦାର୍ପଣ ସିନେମା ଜୀବନ ସଂଗ୍ରାମରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ପ୍ରତିଭାବାନ୍ ହର ପଟ୍ଟନାୟକ । ସିନ୍ଦୂର ନୁହେଁ ଖେଳ ଘର, ସୁହାଗ ସିନ୍ଦୂର, ଧର୍ମ ଦେବତା, ମୋ କୋଳ ତୋ ଝୁଲଣା, କାଳଚକ୍ର, ସହର ଜଳୁଛି, ଗଙ୍ଗା ଯମୁନା, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର ଆଦି ସିନେମାରେ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ତନି ଦଶନ୍ଧି ଧରି ଓଡିଆ ସିନେ ପ୍ରେମୀଙ୍କୁ ବାନ୍ଧି ରଖିଥିଲେ ଏହି ପରଲୋକଗତ ଅଭିନେତା ।
ରାଇମୋହନ ପରିଡା- ଆସୁଛି ମୋ କାଳିଆ ସୁନା, ଉଦଣ୍ଡି ସୀତା, ଦାଦାଗିରି, ସିଂହ ବାହିନୀ, ରକତ ଚିହ୍ନିଛି ନିଜର କିଏ ଆଦି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ସଭିଁଙ୍କ ମନ ମୋହିଛନ୍ତି ଭେଟେରାନ୍ ରାଇମୋହନ ପରିଡା ।
ଅସିତ ପତି- ଗୋପରେ ବଢୁଛି କଳା କହ୍ନେଇ, ଜଗା ହାତରେ ପଘା, ତୋର ଦିନେକୁ ମୋର ଦିନେ, କଥା ରହିଗଲା କାଳ କାଳକୁ, ମୋଷ୍ଟ ୱାଣ୍ଟେଡ୍, ଝିଅଟା ବିଗିଡିଗଲା ଆଦି ଚଳଚ୍ଚିତ୍ରରେ ଓଡିଆ ଅଭିନେତା ଅସିତ ପତିଙ୍କ ଯାଦୁ ସତରେ ବେଶ୍ ନିଆରା ।
ମୀନକେତନ- ଗଙ୍ଗଶିଉଳି ସିନେମାରୁ କ୍ୟାରିୟର ଆରମ୍ଭ କରିଥିଲେ ଭର୍ସାଟାଇଲ୍ ଅଭିନେତା ମୀନକେତନ । ମାଇଁ ଲଭ୍ ଷ୍ଟୋରୀ, ଦିୱାନି ଦିୱାନି, ଆଇ ଡୁ ଇସ୍କ ଓନଲି ତୁମସେ, ବାଳୁଙ୍ଗା ଟୋକା ଆଦି ଫିଲ୍ମରେ ଖଳନାୟକ ଭୂମିକାରେ ଓଡିଆ ଫ୍ୟାନଙ୍କୁ ସମ୍ମୋହିତ କରିଛନ୍ତି ସେ । ଦୁର୍ଭାଗ୍ୟବଶତଃ ଗତ ବର୍ଷ ପାନକ୍ରିୟାଟିକ୍ କ୍ୟାନସର ରୋଗରେ ଇହଲୀଳା ସମ୍ବରଣ କରିଛନ୍ତି ମୀନକେତନ ।
No Comment