ପ୍ରଥମ ରଙ୍ଗୀନ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ନଗେନ୍ ରାୟଙ୍କ ପରଲୋକ


ପ୍ରଥମ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ । ଫିଲ୍ମର ନାଁ ଥିଲା ‘ସୀତା ବିବାହ‘ । ଦୀର୍ଘ ୧୫ ବର୍ଷ ପରେ ନିର୍ମିତ ହେଲା ପ୍ରଥମ ପ୍ରେମ ଭିତ୍ତିକ ସିନେମା ‘ରୋଲ୍ସ ଟୁ ଏଇଟ୍‘ । ୧୯୬୦ରେ ମୁକ୍ତିଲାଭ କରିଥିବା ‘ଶ୍ରୀ ଲୋକନାଥ‘ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ୧୯୭୬ରେ ମୁକ୍ତିଲାଭ କରିଥିବା ‘ଗପ ହେଲେ ବି ସତ‘ର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ନଗେନ୍ ରାୟ । ଫିଲ୍ମଟି ବ୍ୟାବସାୟିକ ସଫଳତା ହାସଲ କରିବା ପରେ ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେବା ପାଇଁ ତାଙ୍କ ନିକଟକୁ ପ୍ରସ୍ତାବ ଆସିଥିଲା । ୧୯୮୦ରେ ମୁକ୍ତିଲାଭ କରିଥିବା ‘ତପସ୍ୟା‘ ଫିଲ୍ମ ହେଉଛି ଶ୍ରୀ ରାୟଙ୍କ ନିର୍ଦ୍ଦେଶିତ ଶେଷ ଫିଲ୍ମ । ସେ ଆମ ଗହଣରେ ଆଉ ନାହାଁନ୍ତି । ଆଉ ତାଙ୍କ ମୁହଁରୁ ଶୁଭିବନି ଲାଇଟ୍, କ୍ୟାମେରା, ଆକ୍ସନ । ୮୨ ବର୍ଷ ବୟସରେ ସ୍ୱର୍ଗବାସୀ ହୋଇଛନ୍ତି ଏହି ଖ୍ୟାତନାମା ନିର୍ଦ୍ଦେଶକ । ଶାସ୍ତ୍ରୀନଗରସ୍ଥିତ ନିଜ ବାସଭାବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀ ରାୟ । ତାଙ୍କ ମୃତ୍ୟୁରେ ଓଡିଆ ସିନେ ଜଗତରେ ନିଶ୍ଚିତ ଏକ ଖାଲି ସ୍ଥାନ ସୃଷ୍ଟି ହେବ ।

Previous Whats up ନୁହେଁ Whatsapp କରନ୍ତୁ
Next ଓଲିଉଡ଼ର ସ୍ୱର୍ଣ୍ଣିମ ଅଧ୍ୟାୟ

No Comment

Leave a reply

Your email address will not be published. Required fields are marked *