ଘୋଡ଼ା ନୁହେଁ କି ଗାଡ଼ି ନୁହେଁ ସି-ପ୍ଲେନରେ ଏଣ୍ଟ୍ରିକରିବେ ରଣବିର

Deepika Padukone-Ranveer Singh Wedding

ବଲିଉଡ଼ର ହିଟ୍ ଯୋଡ଼ି ରଣବିର ସିଂ ଓ ଦୀପିକା ପାଦୁକୋନଙ୍କ ବିବାହ ଆସନ୍ତା ୧୪-୧୫ ତାରିଖରେ ଇଟାଲିରେ ଅନୁଷ୍ଠିତ ହେବାକୁ ଯାଉଛି । ନିଜ ପ୍ରିୟ କଳାକାରଙ୍କୁ ବରକନିଆ ବେଶରେ ଦେଖିବା ପାଇଁ ପ୍ରଶଂସକମାନଙ୍କ ମନରେ କାହିଁ କେତେ ଉକ୍ରଣ୍ଠା ଭରି ରହିଛି । ଗତ ୧୦ତାରିଖରେ ନିଜ ସମ୍ପର୍କୀୟମାନଙ୍କ ସହ ବିବାହ ପାଇଁ ବିରଦୀପ୍ ଯୋଡ଼ି ଇଟାଲିରେ ପହଞ୍ଚିଥିବା ବେଳେ ବିବାହ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ଦୀପିକା ଓ ରଣବିରଙ୍କ ବିବାହ, ସଙ୍ଗୀତ, ରିସପସ୍ନ କଣ କଣ ସ୍ୱତନ୍ତ୍ରତା ରହିଛି ସେ ବିଷୟରେ ସବିଶେଷଭାବେ ଜାଣନ୍ତୁ…

୧୩ତାରିଖରେ ଦୀପବିରଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ପରିବାର ଲୋକ ଓ କିଛି ନିକଟ ତମ ବନ୍ଧୁ ଯୋଗ ଦେବାର ଶୁଣିବାକୁ ମିଳୁଛି । ୧୪ ଓ ୧୫ ତାରିଖରେ ଇଟାଲିର ‘ଲେକ କୋମୋ’ରେ ଏହି ବିବାହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେବ । ଦକ୍ଷୀଣ ଭାରତୀୟ ଓ ପଞ୍ଚାବୀ ରିତି ନିତି ଅନୁଯାୟୀ ଦୁଇଥର ବିବାହ କରିବେ ଉଭୟ । ୧୪ରେ ଦକ୍ଷୀଣ ଭାରତୀୟ କୋଙ୍କଣି ପରମ୍ପରା ଓ ୧୫ତାରିଖରେ ପଞ୍ଚାବୀ ସିନ୍ଧି ପରମ୍ପରା ଅନୁଯାୟୀ ବିବାହ ଅନୁଷ୍ଠିତ ହେବ । ୧୪ ତାରିଖରେ ଦୀପିକା ଶାଢ଼ୀ ସହିତ ସୁନାର ଆକର୍ଷକ ଗହଣା ପିନ୍ଧିବେ, ସେହିଭଳି ୧୫ ତାରିଖ ବିବାହରେ ସେ ଗୋଲାପୀ ବା ପର୍ପଲ ରଙ୍ଗର ଲେହେଙ୍ଗା ସହିତ ରିଗଲ ଜଡ଼ାଉ ନେକ୍ଲେସ ପିନ୍ଧିବେ ବୋଲି କୁହାଯାଉଛି । ଦୀପିକା ବିବାହ ପୋଷାକ ସହ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀର ଡ଼ିଜାଇନ ସାବ୍ୟସାଚି କରିଛନ୍ତି । ଏହାସହ ୨୦ ଲକ୍ଷ ଟଙ୍କାର ଏକ ମଙ୍ଗଳସୂତ୍ର ମଧ୍ୟ ଦୀପିକା କିଣିଛନ୍ତି । ବିବାହ ଭୋଜିରେ ମଧ୍ୟ ଦୁଇ ପ୍ରକାରର ହେବ । ପାରମ୍ପରିକ ଓ କଣ୍ଟିନେଟାଲ ଉଭୟ ଭୋଜନର ବ୍ୟବସ୍ଥା କରାଯାଇଛି । ୧୪ ତାରିଖ ବିବାହରେ ଦୋଷା ସହ ଅନ୍ୟ କେତକ ଦକ୍ଷୀଣ ଭାରତୀୟ ପାରମ୍ପରିକ ଖାଦ୍ୟ ପରସା ଯିବ । ସେହିଭଳି ୧୫ ତାରିଖରେ ପଞ୍ଜାବୀ ଖାଦ୍ୟର ବ୍ୟବସ୍ଥା ଉପସ୍ଥିତ ଅତିଥିଙ୍କ ପାଇଁ କରାଯାଇଛି ।

ବିବାହରେ ଦୀପିକାଙ୍କ ଲୁକଠାରୁ ରଣବିରଙ୍କ ଏଣ୍ଟ୍ରି ଜବରଦସ୍ତ ରହିବ ବୋଲି ଚର୍ଚ୍ଚା ହେଉଛି । ଗାଡ଼ିକି ଘୋଡ଼ା ନୁହେଁ ସି-ପ୍ଲେନରେ ନିଆରା ଅନ୍ଦାଜରେ ଏଣ୍ଟ୍ରି କରିବେ ସେ । ଇଟାଲିରେ ବିବାହ ସମ୍ପର୍ଣ୍ଣ ହେବା ପରେ ୨୮ ନଭେମ୍ବରକୁ ମୁମ୍ବାଇର ଗ୍ରାଣ୍ଡ ହପ୍ତାରେ ରିସିପସନ୍ ପାର୍ଟି ରଖାଯାଇଛି । ଏହି ପାର୍ଟି ରଣବିରଙ୍କ ପରିବାର ପକ୍ଷରୁ ରଖାଯାଇଥିବା ବେଳେ ୨୧ ତାରିଖରେ ଦୀପିକାଙ୍କ ହୋମ ଟାଉନ ବାଙ୍ଗଲୁରରେ ତାଙ୍କ ପରିବାର ପକ୍ଷରୁ ରିସିପିସନ୍ ପାର୍ଟି ରଖାଯାଇଛି । ବିବାହ ଉତ୍ସବରେ ରେ ବହୁତ କମ ଲୋକଙ୍କୁ ନିମନ୍ତ୍ରୀତ କରାଯାଇଛି । ଖବର ମୁତାବକ ପାଖାପାଖି ୩୦ ଜଣଙ୍କୁ ନିମନ୍ତ୍ରୀତ କରାଯାଇଛି । ନିଜର ଘନିଷ୍ଠ ମିତ୍ର,ପଡ଼ୋସୀ ଓ ପରିବାର ଲୋକଙ୍କ ବ୍ୟତୀତ ବଲିଉଡ଼ର କେବଳ ଶାହାରୁଖ ଖାନ, ଫରାହା ଖାନ ଓ ସଂଜୟ ଲୀଲା ଭଂସାଲିଙ୍କୁ ନିମନ୍ତ୍ରଣ କରାଯାଇଛି । ବିବାହର ଫୋଟ ଯେପରି ଲିକ୍ ନହୁଏ ସେଥି ପ୍ରତି ଦୃଷ୍ଟି ଦିଆଯିବା ସହ ଉପସ୍ଥିତ ଅତିଥିମାନଙ୍କ ସ୍ମାର୍ଟ ଫୋନ ମନା ହୋଇଛି ବୋଲି ଶୁଣିବାକୁ ମିଳୁଛି । ଏହାସହ ରୋଷେୟା ଓ ୱେଟରଙ୍କର ସୋତନ୍ତ୍ର ଡ୍ରେସ କୋଡ଼ କରାଯିବା ସହ ଏହି ବିବାହରେ ଯେଉଁ ଯେଉଁ ଆଇଟମ ଖାଦ୍ୟ ତିଆରି ହେବ ତାହା ଅନ୍ୟ କୌଣସି ବିବାହରେ କ୍ୟାଟରିଂ ସଂସ୍ଥା କରିବେ ନାହିଁ ବୋଲି ଚୁକ୍ତି କରାଯାଇଥିବାର ଶୁଣିବାକୁ ମିଳୁଛି । ବିରାଟକୋହିଲ ଓ ଅନୁଷ୍କା ଶର୍ମାଙ୍କ ପରି ବଲିଉଡ଼ର ଏହା ଅନ୍ୟ ଏକ ରୋଚକ ଓ ଚର୍ଚ୍ଚିତ ବିବାହ କହିଲେ ଭୂଲ ହେବନି ।

Previous ଦର୍ଶକଙ୍କୁ ନିରାଶ କଲା ‘ଠଗସ୍ ଅଫ ହିନ୍ଦୁସ୍ତାନ’
Next ଘରୋଇ ଉପଚାରରେ ପାଦ ମସାଜ

No Comment

Leave a reply

Your email address will not be published. Required fields are marked *