ସଙ୍ଗୀତ ଯାଦୁକର ଥିଲେ ମହମ୍ମଦ ଅଜିଜ

Bollywood playback singer Mohammad Aziz dies

ମହମ୍ମଦ ଅଜିଜ୍ ଭାରତୀୟ ସଙ୍ଗୀତ ଦୁନିଆର ଜଣେ ଜଣାଶୁଣା ଗାୟକ । ପଲ୍ଲୀରୁ ଦିଲ୍ଲୀ ସବୁଠି ସବୁବର୍ଗର ଶ୍ରୋତାଙ୍କୁ ତାଙ୍କ ସଙ୍ଗୀତ ବାନ୍ଧି ରଖିଥାଏ । ତାଙ୍କର ବିଶେଷ ପରିଚୟ ଦେବାକୁ ପଡ଼େନି ଗୀତ ହିଁ ପରିଚୟ ପାଲଟିଥାଏ । ହେଲେ ମଙ୍ଗଳବାର ନିରବି ଯାଇଛନ୍ତି ସମସ୍ତଙ୍କ ପ୍ରୀୟ ମହମ୍ମଦ ଅଜିଜ୍ । ମଙ୍ଗଳବାର କୋଲକାତାରୁ ମୁମ୍ବାଇ ଯାଇଥିବା ବେଳେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ସେଠାରୁ ତାଙ୍କୁ ତୁରନ୍ତ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୧୯୫୪ ମସିହାରେ ଜନ୍ମ ଗ୍ରହଣ କରିଥିବା ଅଜିଜ୍ଙ୍କୁ ମୃତ୍ୟୁ ବେଳକୁ ୬୪ ବର୍ଷ ହୋଇଥିଲା । ୧୯୮୪ ମସିହାରେ ବଲିଉଡ଼ ଫିଲ୍ମ ‘ଅମ୍ବର’ରେ ଗୀତ ଗାଇ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ସେହିଭଳି ୧୯୮୫ ମସିହାରେ ଓଡ଼ିଆ ଫିଲ୍ମ ‘ଜଗା ହାତରେ ପଘା’ର ‘ରୂପା ଶଗଡ଼ିରେ ସୁନା କନିଆ’ଗୀତ ଗାଇ ଓଡ଼ିଆ ସିନେଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଆ, ହିନ୍ଦୀ ଓ ବେଙ୍ଗଲି ଭାଷାରେ ଶହ ଶହ ଗୀତ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି ଅଜିଜ୍ । ଓଡ଼ିଶାରେ ସେ ମୁନା ଅଜିଜ୍ ଭାବେ ପରିଚିତ ଥିବା ବେଳେ ଶେଷ ଥର ପାଇଁ ୨୦୦୭ ମସିହାରେ ସମୟ ହାତରେ ଡ଼ୋରି ଚଳଚ୍ଚିତ୍ରରେ କଣ୍ଠ ଦାନ କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସିନେ ଜଗତ ଓ ଶ୍ରୋତାମାନଙ୍କ ମଧ୍ୟରେ ସୋକର ଛାୟା ଖେଳିଯାଇଛି ।

Previous ଆଜି ବାରବାଟୀରେ ବିଶ୍ୱକପ୍ ହକିର ଦ୍ୱିତୀୟ ଉଦ୍‌ଘାଟନୀ ଉତ୍ସବ , ଯୋଗଦେବେ ସଲମାନ
Next ଘରେ ତିଆରି କରନ୍ତୁ ଶୀତଦିନିଆ ଲୋସନ

No Comment

Leave a reply

Your email address will not be published. Required fields are marked *