‘ବିଗବସ-୧୨’ର ବିଜେତା ଦୀପିକା

bigg-boss-12-winner-dipika-kakar

ସରିଯାଇଛି ବହୁ ଚର୍ଚ୍ଚିତ ରିଅଲିଟି ଶୋ’ ‘ବିଗବସ-୧୨’ । ଶ୍ରୀସନ୍ଥଙ୍କୁ ପଛରେ ପକାଇ ବିଜେତା ମୁକୁଟ ପିନ୍ଧିଛନ୍ତି ଦୀପିକା କକଡ଼ । ରବିବାର ଅନୁଷ୍ଠିତ ଶୋ’ର ଗ୍ରାଣ୍ଡଫିନାଲରେ ଦୀପିକା ବିଜେତା ଘୋଷିତ ହେବା ସହ ବିଗବିସ ଟାଇଟଲ ସହ ୩୦ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି । ଶ୍ରୀସନ୍ଥ ଏହି ସିଜନର ପ୍ରଥମ ରନରସ୍ ଅପ ହୋଇଥିବା ବେଳେ ବିଜେତା ଘୋଷଣା ପୂର୍ବରୁ ଦୀପକ ଠାକରୁ ୨୫ ଲକ୍ଷ ଟଙ୍କା ନେଇ ଶୋ’ ଛାଡ଼ି ବା ସହ ଦ୍ଵିତୀୟ ରନର୍ସଅପ୍ ହୋଇଛନ୍ତି ।

୧୦୫ ଦିନ ଧରି ଚାଲିଥିବା ଏହି ଶୋ’ରେ ୧୫ ଜଣ ପ୍ରତୀଯୋଗୀଙ୍କୁ ପଛରେ ପକାଇ ଦୀପିକା,ଶ୍ରୀସନ୍ଥ, ରୋମିଲ, କରନବୀର ଓ ଦୀପକ ଟପ୍ ୫ରେ ରହିଥିଲେ । ଏହା ପରେ ପ୍ରଥମେ କରନବୀର ଶୋ’ରୁ ବାହାରି ଯାଇଥିଲେ,ପରେପରେ ରୋମିଲ ଶୋ’ ଛାଡ଼ିଥିଲେ । ଏହି ଦୁଇଜଣଙ୍କ ପରେ ବିଗବସ ଅନ୍ୟ ୩ଜଣ ପ୍ରତିଯୋଗୀଙ୍କୁ ଟଙ୍କା ନେଇ ଶୋ’ ଛାଡ଼ିବାକୁ ପ୍ରସ୍ତାପ ଦେଇଥିବା ବେଳେ ଦୀପିକା ଓ ଶ୍ରୀସନ୍ଥ ଏଥିରେ ରାଜି ହୋଇ ନଥିଲେ, ଦୀପକ ୨୫ଲକ୍ଷ ଟଙ୍କା ନେଇ ଶୋ’ ଛାଡ଼ିଥିଲେ । ଶ୍ରୀସନ୍ଥ ଓ ଦୀପିକାଙ୍କ ମଝିରେ ଲାଗିଥିବା ପ୍ରତିଦ୍ୱନ୍ଦିତାରୁ ଲାଭରେ ରହିଲେ ଦୀପକ । ଅନ୍ୟପକ୍ଷରେ କଲର୍ସ ଟିଭି ଭୋଟିଂ ଆଧାରରେ ଦୀପିକାଙ୍କୁ ବିଜେତା ଭାବେ ଘୋଷିତ କରାଯାଇଥିଲା । ଏହି ଶୋ’ରେ ଦୀପିକା ଓ ଶ୍ରୀସନ୍ଥ ଭାଇଭଉଣୀ ଭାବେ ବେଶ ଚର୍ଚ୍ଚିତ ଥିଲେ ।

Previous ଦେହକୁ ହିତ ପାଟିକୁ ସୁଆଦ ଖଜୁରୀର
Next ଆସୁଛି ନୂଆବର୍ଷ...

No Comment

Leave a reply

Your email address will not be published. Required fields are marked *