ଭୁବନେଶ୍ୱର ଗାର୍ଲ ଶୃତିକ୍ଷାଙ୍କୁ ଫେମିନା ମିସ୍ ଇଣ୍ଡିଆ ମୁକୁଟ

SHRUTIKSHA CROWNED FBB COLORS FEMINA MISS INDIA

ସଂପ୍ରତି ଭୁବନେଶ୍ୱରରେ ରହୁଥିବା ଶୃତିକ୍ଷା ନାୟକଙ୍କୁ ମିଳିଛି ୨୦୧୮ ଏଫ୍ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ ମୁକୁଟ । କୋଲକାତାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଶୃତିକ୍ଷାଙ୍କ ମୁଣ୍ଡରେ ଶିରପା ବନ୍ଧା ହୋଇଛି ।

ଏହି ସୌନ୍ଦର୍ଯ୍ୟ ପ୍ରତି ଯୋଗିତାରେ ଛତିଶଗଡ, ବିହାର, ଝାଡଖଣ୍ଡ, ଓଡିଶା, ସିକିମ୍, ଆସାମ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳପ୍ରଦେଶ, ମଣିପୁର, ପଶ୍ଚିମବଙ୍ଗ ଆଦି ୧୩ଟି ରାଜ୍ୟରୁ ଯୋଗ ଦେଇଥିବା ସୁନ୍ଦରୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଓଡିଆ ଝିଅ ଶୃତିକ୍ଷା । ଏଫ୍ ବିବି କମ୍ପାନୀ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧି ରାମ୍ପ ସୋରେ ଚାଲିଥିଲେ ପ୍ରତିଯୋଗୀ । ଇଷ୍ଟ ଜୋନ୍ ପ୍ରତିଯୋଗୀଙ୍କ ପାଇଁ ମେଣ୍ଟର ଭୂମିକାରେ ଥିଲେ ମଡେଲ୍ ତଥା ଅଭି ନେତ୍ରୀ ପୂଜା ଚୋପ୍ରା । ୨୦୧୮ ଏଫ୍ ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଚାରକ ଭୂମିକାରେ ଥିଲେ ଅଭିନେତ୍ରୀ ପୂଜା ଚୋପ୍ରା, ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଜିତ ମୁଖାର୍ଜୀ, ଡିଜାଇନର କୋମଲ ସୁଦ, ଅଭିନେତ୍ରୀ ତଥା ମଡେଲ ଶୁଭଶ୍ରୀ ଗାଙ୍ଗୁଲି ଏବଂ ଖ୍ୟାତିସମ୍ପନ୍ନ ବଙ୍ଗାଳି ଅଭିନେତା ବୋନି ସେନଗୁପ୍ତ । ୨୦ ବର୍ଷୀୟ ଶୃତିକ୍ଷା ଜଣେ ଡ୍ୟାନ୍ସର ଏବଂ ମଡେଲ । ସଂପ୍ରତି ସେ କିଟ୍ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଅଧ୍ୟୟନ କରୁଛନ୍ତି ।

Previous ନିୟମିତ ସାଇକେଲ ଚଲାନ୍ତୁ, ଫିଟ ରହନ୍ତୁ
Next ସର୍ବାଧିକ ଟେଷ୍ଟ ଶତକ ହାସଲକାରୀ କ୍ରିକେଟର

No Comment

Leave a reply

Your email address will not be published. Required fields are marked *