ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପୁରାଣ ବର୍ଣ୍ଣିତ ଦେବକୀ-ବସୁଦେବଙ୍କ ବିବାହଠୁ କଂସ ବଧ ଯାଏ ପ୍ରାୟ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ ଚାଲିବ । ଏହି ୧୧ ଦିନର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ସହ ପୂରା ବରଗଡ଼ ସହର ଆକର୍ଷଣୀୟ ତୋରଣ,ରଙ୍ଗୀନ ଆଲୋକମାଳାରେ ଝଲସୁଛି । ବରଗଡ଼ ମଥୁରା ନଗରୀ ପାଲଟି ଥିବାବେଳେ ଅମ୍ବାପାଲି ଗୋପପୁର ହୋଇଛି ।
ଆଜିଠୁ ସମ୍ପୂର୍ଣ୍ଣ ମଥୁରା ନଗରୀରେ ମହାରାଜ କଂସଙ୍କ ରାଜୁତି ଚାଲିବ। ଆଉ ଗୋପପୁର ଅମ୍ବାପାଲ୍ଲୀରେ କୃଷ୍ଣଲୀଳା ଚାଲିବ । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପାଦଥାପିଥିବା ବେଳେ ଗତଥର ଭଳି ଏଥର ବି କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। । ସଂଧ୍ୟା ୭ଟାରେ ସମଲେଶ୍ୱରୀ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚାନା ପରେ ଧନୁଯାତ୍ରାରର କଳାକାରମାନେ କମିଟି ସଦସ୍ୟଙ୍କ ସହ ହାଟପଦା ପଡ଼ିଆ ସ୍ଥିତ ରାଜଦରବାରରେ ପହଞ୍ଚିବେ। ସେଠାରେ ପରମ୍ପରା ଅନୁସାରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ ବିଧାୟକ ଓ ସ୍ଥାନୀୟ ସାଂସଦ ଧନୁଯାତ୍ରାକୁ ଉଦ୍ଘାଟନ କରିବେ। ଉଦ୍ଘାଟନ ପରେ ପ୍ରଥମ ଦିନର କାର୍ଯ୍ୟକ୍ରମ ନାଟକ ମାଧ୍ୟମରେ ପ୍ରଦର୍ଶିତ ହେବ। ଧନୁଯାତ୍ରା ଉଦ୍ଘାଟନ ପରେ ରାମଜୀ ମନ୍ଦିରରେ ଦେବକୀ-ବସୁଦେବଙ୍କ ବିବାହ, ଯୁବରାଜ କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ଏବଂ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
No Comment