ବଲିଉଡ଼ରେ ଏବେ ବିବାହର ଋତୁ । ପ୍ରିୟଙ୍କା-ନିକିଙ୍କ ନିର୍ବନ୍ଧ ସହ ଦୀପିକା-ରଣବୀରଙ୍କ ବିବାହ ତାରିଖ ସ୍ଥିର କରାଯିବା ପରେ ଏବେ ଆଉ ଗୋଟିଏ ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି । ସେ ଆଉ କେହି ନୁହଁନ୍ତି ଖୋଦ ସୁପର ଷ୍ଟାର ସଲମାନ ଖାନଙ୍କ ଭାଇ ଅରବାଜ ଖାନ । ଅରବାଜ ଦିତୀୟ ବିବାହ କରିବାକୁ ଯାଉଛନ୍ତି ଯାହା କି ସୂତ୍ରରୁ ପ୍ରକାଶ । ଅରବାଜ ଗତ ବର୍ଷ ତାଙ୍କ ପ୍ରଥମ ସ୍ତ୍ରୀ ମଲାଇକା ଅରୋରାଙ୍କୁ ଛାଡ଼ପତ୍ର ଦେଇଥିବା ବେଳେ ଏବେ ତାଙ୍କର ଗର୍ଲଫ୍ରେଣ୍ଡ ଜୋର୍ଜିୟା ଏର୍ଣ୍ଡିୟାନିଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ହେଲେ ଅରବାଜଙ୍କର ଏହି ଦିତୀୟ ବିବାହରେ ପରିବାର ଲୋକ ରାଜି ନଥିବାର କୁହାଯାଉଛି । ପରିବାରଙ୍କ ସହମତି ନଥିଲେ ମଧ୍ୟ ଅରବାଜ ବିବାହ ପ୍ରସ୍ତୃତି ଆରମ୍ଭ କରି ଦେଇଛନ୍ତି । ଅରବାଜ ନିଜେ କିଛି ନକରି ସଲମାନଙ୍କ ଉପରେ ନିର୍ଭରଶିଳ ରହୁଥିବାରୁ ତାଙ୍କର ମଲାଇକାଙ୍କ ସହ ଛାଡ଼ପତ୍ର ହୋଇଥିଲା । ଏବେ ପୁଣି କିଛି ନକରି ଦ୍ୱିତୀୟ ବିବାହ କରିବାକୁ ମନସ୍ଥ କରିଥିବାରୁ ପରିବାର ଲୋକ ରାଜି ହେଉ ନାହାନ୍ତି । ଅରବାଜ ଓ ମଲାଇକାଙ୍କର ଅରହାନ ନାମରେ ଏକ ୧୫ ବର୍ଷ ପୁଅ ମଧ୍ୟ ଅଛି ।
ଦିତୀୟ ବିବାହ କରିବେ ଅରବାଜ
arbaaz khan getting second marriage with girlfriend

No Comment