ଅମିତାଭ ଘୋଷ ପାଇବେ ୫୪ତମ ‘ଜ୍ଞାନପୀଠ ପୁରସ୍କାର’

Amitav Ghosh is an Indian writer and the winner of 54th Jnanpith award,

ଖ୍ୟାତିନାମା ଇଂଲିଶ ଲେଖକ ଅମିତାଭ ଘୋଷ ଚଳିତ ବର୍ଷ ସାହିତ୍ୟରେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ‘ଜ୍ଞାନପୀଠ ପୁରସ୍କାର’ ପାଇବା ପାଇଁ ମନୋନିତ ହୋଇଛନ୍ତି । ଭାଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଜଣେ ସାହିତ୍ୟକଙ୍କୁ ଏହି ପୁରସ୍କାର ମିଳିଥାଏ । ଶ୍ରୀ ଘୋଷ ୫୪ତମ ଜ୍ଞାନପୀଠ ବିଜେତା ହେବେ । ଏହା ପୂର୍ବରୁ ସେ ସମ୍ମାନଜନକ ପଦ୍ମଶୀ ଓ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇ ସାରିଛନ୍ତି । ସେ ତାଙ୍କ ଉପନ୍ୟାସରେ ଆଧୁନିକ ଯୁଗକୁ ଐତିହାସିକ ଧାରାରେ ପରିପ୍ରକାଶ କରିଥାନ୍ତି ଏବଂ ଅତୀତକୁ ଭବିଷ୍ୟତ ସହ ପ୍ରାସଙ୍ଗିକ ଭାବେ ସଂଯୋଗ କରିଥାନ୍ତି । ତାଙ୍କ ସାହିତ୍ୟ କୃତିର ଅସାଧାରଣ ଗାମ୍ଭୀର୍ଯ୍ୟ ରହିଛି ବୋଲି ଭାରତୀୟ ଜ୍ଞାନପୀଠ ପକ୍ଷରୁ କୁହାଯାଇଛି । ବିଶିଷ୍ଟ ଔପନ୍ୟାସିକ ତଥା ଜ୍ଞାନପୀଠ ବିଜେତା ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ ବୈଠକରେ ଚଳିତବର୍ଷ ପାଇଁ ଶ୍ରୀ ଘୋଷଙ୍କୁ ମନୋନିତ କରାଯାଇଛି । ‘ଶାଡୋ ଲାଇନ୍ସ’, ‘ଦି ଗ୍ଲାସ ପ୍ୟାଲେସ୍’, ‘ଦି ହଙ୍ଗ୍ରୀ ଟାଇଡ’, ଏବଂ ଇବିସଟ୍ରିଲୋଗୀ, ‘ସି ଅଫ୍ ପପିଜ୍’, ‘ରିଭର ଅଫ୍ ସ୍ମୋକ’ ଓ ‘ଫ୍ଲେଡ ଅଫ୍ ଫାୟାର’ ପୁସ୍ତକ ପାଇଁ ବେଶ୍ ପରିଚିତ । ଜ୍ଞାନପୀଠ ପୁରସ୍କାର ପାଇବା ତାଙ୍କା ପାଇଁ ଶ୍ରେଷ୍ଠ ସମ୍ମାନ ଓ ସେ ଏଥପାଇଁ ବହୁତ ଖୁସି ଥିବାର ଟୁଇଟ କରି ପ୍ରକାଶ କରିଛନ୍ତି । ୧୯୫୬ ମସିହା ଜୁଲାଇ ୧୧ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିବା ଅମିତାଭ ଏବେ ପତ୍ନୀ ଦେବୋରା କେବରଙ୍କ ସହ ନ୍ୟୁୟର୍କରେ ରହୁଛନ୍ତି । ୨୦ରୁ ଅଧିକ ବହି ସେ ଏବେ ପର୍ଯ୍ୟନ୍ତ ଲେଖି ସାରିଛନ୍ତି ।ଏହାସହ ସେ ହେଉଛନ୍ତି ପ୍ରଥମ ଲେଖକ ଯିଏକି ଇଂଲିଶ ଭାଷା ସହିତ୍ୟ ପାଇଁ ‘ଜ୍ଞାନପୀଠ ପୁରସ୍କାର ପାଇବେ ।

Previous କେଶ ସୂନ୍ଦର କରେ ମେହେନ୍ଦି . . .
Next କାଲି ସରିବ ପୁରୁଷ ବିଶ୍ୱକପ୍ ହକି-ଡଟ୍ ଫେଷ୍ଟ

No Comment

Leave a reply

Your email address will not be published. Required fields are marked *